ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ କୋରୋନା ବିରୋଧରେ ଲଢେଇ କରୁଥିବା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସମୂହ ଭାବେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା । ଶନିବାର ସନ୍ଧ୍ୟା 5ଟା 30ରେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାନ୍ଧୀ ମାର୍ଗକୁ ସ୍ବତନ୍ତ୍ର ଭାବେ ସଜ୍ଜିତ କରାଯାଇ ସମୂହ ସଙ୍ଗୀତ ଗାନ କରାଯାଇଥିବା ବେଳେ ବୌଦ୍ଧ ବିଧାୟକ ଓ ବିଭିନ୍ନ ବର୍ଗର ଲୋକ ମିଶି ଗାନ୍ଧୀଛକ ଠାରେ ଉତ୍କଳ ସଙ୍ଗୀତ ଗାନ କରିଥିଲେ ।
![Koshal Kranti Dal sang 'Jaganamanaman' against of the song 'Bande Utkal Janani'.](https://etvbharatimages.akamaized.net/etvbharat/prod-images/od-boud-04-satya-utkalsong-avb-od10020_30052020221819_3005f_03404_251.jpg)
ସେହିପରି ଜିଲ୍ଲାର ତିନୋଟି ବ୍ଲକ, ସମସ୍ତ ଥାନା, ସରକାରୀ କାର୍ଯ୍ୟାଳୟ, ପ୍ରେସକ୍ଲବ, ସାମାଜିକ ସଂଗଠନ, ସ୍ବେଚ୍ଛାସେବୀ ସଂଗଠନ ଭଳି ବିଭିନ୍ନ ସଂଗଠନ ପକ୍ଷରୁ ସମୂହ ଉତ୍କଳ ସଙ୍ଗୀତ ଗାନ କରାଯାଇଥିଲା । ସେପଟେ ଜିଲ୍ଲା କୋଶଳ କ୍ରାନ୍ତି ଦଳ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ବିରୋଧ କରାଯାଇ ଜନ ଗଣ ମନ ଗାନ ପୂର୍ବକ କୋରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ