ବୌଦ୍ଧ: ଗୋଟିଏ ପଟେ କୋରୋନା ନିଜର ପ୍ରଭାବ ବିସ୍ତାର କରିଥିବାବେଳେ ଜିଲ୍ଲାରେ ମହାମାରୀର ରୂପ ନେବାକୁ ବସିଲାଣି କିଡନୀ ରୋଗ । ଏହି ରୋଗରେ ଶହଶହ ଲୋକ ଆକ୍ରାନ୍ତ ହୋଇ ଅନେକ ପରିବାର ପୁରୁଷ ଶୂନ୍ୟ ହେବାକୁ ବସିଲାଣି । ତେବେ ଏଥିଲାଗି ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ ।
ଏପଟେ ଯନ୍ତ୍ରଣା ଜର୍ଜରିତ ତଥା କୋହଭରା କଣ୍ଠରେ ସରକାରଙ୍କୁ ଆକୁଳ ନିବେଦନ କରୁଛନ୍ତି ଶହଶହ କିଡନୀ ପ୍ରପୀଡିତ ପରିବାର । କେବଳ ଜିଲ୍ଲାର ହରଭଙ୍ଗା ବ୍ଲକରେ 179 ଜଣଙ୍କ କିଡନୀ ରୋଗରେ ମୃତ୍ୟୁ ହୋଇସାରିଥିବା ବେଳେ ଆହୁରି ଅନେକ ଲୋକ ଆକ୍ରାନ୍ତ ହୋଇଛନ୍ତି ।
ସେପଟେ ଏନେଇ କିଡନୀ ପ୍ରପୀଡିତ ମଞ୍ଚ ପକ୍ଷରୁ ଜିଲ୍ଲା ପ୍ରଶାସନର ଅବହେଳାକୁ ଦାୟୀ କରିବା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ