ETV Bharat / state

ଆସନ୍ତା ତିନି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ

author img

By

Published : Jan 17, 2021, 11:51 AM IST

ଆସନ୍ତା ତିନି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ ରେଳପଥ ଓ ରେଳ ଚଳାଚଳ କରିବ । ଏନେଇ ଆଶାବ୍ୟକ୍ତ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ।

ଆସନ୍ତା ତିନି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ
ଆସନ୍ତା ତିନି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ

ବୌଦ୍ଧ: ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପକୁ ନେଇ ଜିଲ୍ଲାପାଳଙ୍କ ଆଶ୍ବସ୍ତି । ଆସନ୍ତା ତିନି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ ରେଳପଥ ଓ ରେଳ ଚଳାଚଳ କରିବ । ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ଉପରେ ବଲାଙ୍ଗୀର, ସୋନପୁର, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ରେଳ ଚଳାଚଳ ଆରମ୍ଭ ହୋଇଥିବାବେଳେ ବୌଦ୍ଧ ଜିଲ୍ଲାରେ କିନ୍ତୁ ରେଳପଥ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିଁ ।

ଏହି କାର୍ଯ୍ୟ ଜାରି ରହିଥିବା ସମୟରେ ଆସିଛି ଏକ ଖୁସି ଖବର । ବୌଦ୍ଧ ଜିଲ୍ଲାର ପୁରୁଣା ପାଣି ଠାରେ ଏହି ରେଳପଥ ନିର୍ମାଣ କାର୍ଯ୍ୟ ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଥିବାବେଳେ ପୂର୍ବ ତଟ ରେଲବାଇର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଉଦଘାଟିତ ହୋଇଛି । ଭୂମି ପୂଜନ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ପୂର୍ବତଟ ରେଳବାଇର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ଏହି ଅବସରରେ ଆସନ୍ତା ତିନି ବର୍ଷ ମଧ୍ୟରେ ଏହି ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ସହ ରେଳ ଚଳାଚଳ କରିବ ବୋଲି ଜିଲ୍ଲାପାଳ ଆଶା ବ୍ୟକ୍ତ କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.