ETV Bharat / state

ଅସୁରକ୍ଷିତ ଚତୁର୍ଥ ସ୍ତମ୍ଭ, ପୁଣି ସାମ୍ବାଦିକଙ୍କୁ ଆକ୍ରମଣ

author img

By

Published : Jul 14, 2019, 2:57 PM IST

ପୁଣି ସାମ୍ବାଦିକଙ୍କୁ ଆକ୍ରମଣ । ଦୁର୍ବୃତ୍ତମାନେ ସାମ୍ବାଦିକ ଜଣଙ୍କୁ ଛୁରୀ ଭୁଷିବା ସହ ତାଙ୍କ ପାଖରୁ 60 ହଜାର ଟଙ୍କା ଲୁଟି ନେଇଛନ୍ତି । ଏହି ଘଟଣାରେ 5 ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ସାମ୍ବାଦିକଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ । ଏହାସହ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ରାତି ପ୍ରାୟ 10ଟା ବେଳେ ଏପରି ଘଟଣା ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ରଥଯାତ୍ରା ଉପଲକ୍ଷେ ଆୟୋଜିତ ମୀନାବଜାର କାର୍ଯ୍ୟ ହାତକୁ ନେଇଥିବା ସାମ୍ବାଦିକ ହିସାବ ସାରି ଫେରୁଥିଲେ । ଏହି ସମୟରେ ପ୍ରାୟ 30 ଜଣ ଦୁର୍ବୃତ୍ତ ତାଙ୍କୁ ମିଳିତ ଭାବେ ଆକ୍ରମଣ କରିଥିଲେ । ପରେ ଛୁରୀରେ ପେଟକୁ ଭୁଷିବା ସହ ତାଙ୍କ ନିକଟରେ ଥିବା 60 ହଜାର ଟଙ୍କା ଲୁଟି ନେଇଥିବା ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଅପରପକ୍ଷରେ ପ୍ରତିପକ୍ଷଙ୍କ ତରଫରୁ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବାବେଳେ ଘଟଣାର ତଦନ୍ତ ବୌଦ୍ଧ ଥାନା ଅଧିକାରୀ ତପସ୍ବିନୀ କହଁର କରୁଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ରେ ସାମ୍ବାଦିକଙ୍କୁ ଦୁର୍ବୃତ୍ତ ଙ୍କ ଆକ୍ରମଣ ସହ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି ।ଗତକାଲି ରାତି ପ୍ରାୟ ଦଶଟା ବେଳେ ରଥଯାତ୍ରା ଉପଲକ୍ଷେ ଆୟୋଜିତ ମୀନାବଜାର କାର୍ଯ୍ୟ ହାତକୁ ନେଇଥିବା ସାମ୍ବାଦିକ ହିସାବ ସାରି ଫେରିବାକୁ ବାହାରି ଥିବା ବେଳେ ପ୍ରାୟ ତିରିଶ ଜଣ ଦୁର୍ବୃତ୍ତ ତାଙ୍କୁ ମିଳିତ ଆକ୍ରମଣ କରି ଛୁରୀରେ ପେଟକୁ ଭୁଷିବା ସହ ତାଙ୍କ ନିକଟରେ ଥିବା ଷାଠିଏ ହଜାର ଟଙ୍କା ଲୁଟି ନେଇଥିବା ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ ହୋଇଛି ।ଅପରପକ୍ଷରେ ପ୍ରତିପକ୍ଷ ଙ୍କ ତରଫରୁ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ଘଟଣାର ତଦନ୍ତ ବୌଦ୍ଧ ଥାନା ଅଧିକାରୀ ତପସ୍ବିନୀ କହଁର କରୁଥିବା ସୂଚନା ମିଳିଛି ।

Body:ସାମ୍ବାଦିକଙ୍କୁ ଆକ୍ରମଣ

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.