ETV Bharat / state

ବୌଦ୍ଧରେ ଜୟଦେବଙ୍କ ଜୟନ୍ତୀ ପାଳିତ - ମହାନଦୀର ସୁରକ୍ଷା ପାଇଁ ମହାଆଳତୀ କାର୍ଯ୍ୟକ୍ରମ

ମହାନଦୀର ସୁରକ୍ଷା ପାଇଁ ବୌଦ୍ଧ ଜିଲ୍ଲାରେ ମହାଆଳତୀ କାର୍ଯ୍ୟକ୍ରମ । ଚିରଘାଟ ଠାରେ ଜୟଦେବଙ୍କ ଜୟନ୍ତୀ ପାଳିତ । ଅଧିକ ପଢନ୍ତୁ

Jayadev jayanti celebrated at boudh
Jayadev jayanti celebrated at boudh
author img

By

Published : Apr 24, 2023, 9:34 AM IST

Jayadev jayanti celebrated at boudh

ବୌଦ୍ଧ: ରବିବାର ବୌଦ୍ଧ ଜିଲ୍ଲାରେ ପାଳିତ ହୋଇଯାଇଛି ଗୀତ ଗୋବିନ୍ଦ ରଚୟିତା ଜୟଦେବଙ୍କ ଜୟନ୍ତୀ । ମହାନଦୀରେ ମହାଆଳତୀ କରାଯାଇ ଜୟଦେବ ଓ ପର୍ଶୁରାମଙ୍କ ଜୟନ୍ତୀକୁ ଚିରଘାଟ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳନ କରାଯାଇଥିଲା । ସେଠାରେ ମହାନଦୀରେ ଆଳତୀ ସମୟରେ ଜୟଦେବଙ୍କ ରଚିତ ଗୀତଗୋବିନ୍ଦକୁ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ, ତହସିଲଦାର, ସୂଚନା ଲୋକ ସମ୍ପର୍କ ଅଧିକାରୀ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ସିଆଇଏସ ଏଫର ପୂର୍ବତନ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ସାମିଲ ହୋଇଥିଲେ।

ମହାନଦୀରେ ମହାଆଳତୀ ଓଡ଼ିଶାର ଏକମାତ୍ର ସ୍ଥାନ ବୌଦ୍ଧରେ କରାଯାଉଥିବା ବେଳେ ଏହାର ସୁରକ୍ଷା ନିମନ୍ତେ ସମସ୍ତେ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ ଅପସ୍ଥିତ ଅତିଥି । ସେହିପରି ମହାନଦୀ ସେତୁ ଛକ ଠାରୁ କେନ୍ଦ୍ରୀୟ ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ସୁଦୀର୍ଘ ନଦୀବନ୍ଧ ତଥା ରିଂ ରୋଡ ନିର୍ମାଣ କରାଯିବା ନେଇ ଉପସ୍ଥିତ ଜନସାଧାରଣ କହିଥିଲେ । ଏହା ହେବା ଦ୍ବାରା ବନ୍ୟା ସମୟରେ ବୌଦ୍ଧ ସୁରକ୍ଷିତ ରହିବା ସହ ସୌନ୍ଦର୍ଯ୍ୟ ମଧ୍ୟ ହେବ।

ତେବେ ମହାନଦୀରେ ଜଳପ୍ରବାହ ହ୍ରାସ ପାଉଥିବା ବେଳେ ନଦୀ ପଠା ପୋତି ହେବାକୁ ବସିଲାଣି । ଗୋଟିଏ ପଟେ ତଟ ଅସୁରକ୍ଷିତ ଥିବା ବେଳେ ଅନ୍ୟ ପଟରେ ନଦୀରେ ବର୍ଜ୍ୟବସ୍ତୁ ଯୋଗୁଁ ଜଳ ଦୂଷିତ ହେଉଛି । ଏନେଇ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ତଥା ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ନିମନ୍ତେ ମହାନଦୀରେ ମହାଆଳତୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଓଡ଼ିଶାର ଏକମାତ୍ର ସ୍ଥାନରେ ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଓଡିଶାରେ ମହାନଦୀ ସର୍ଵାଧିକ ପଥ ଅତିକ୍ରମ କରିଥିବା ଜିଲ୍ଲା ହେଉଛି ବୌଦ୍ଧ ।

ମନମୁଣ୍ଡା ଠାରୁ ମାରଡା ପର୍ଯ୍ୟନ୍ତ ପ୍ରାୟ ଶହେ କିଲୋମିଟରରୁ ଉର୍ଦ୍ଧ୍ବ ଜଳପଥ ମହାନଦୀ ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ହେଉଛି । 1982 ମସିହାରେ ପ୍ରଳୟଙ୍କରୀ ବନ୍ୟା ପରଠାରୁ ମହାନଦୀରେ ଜଳପ୍ରବାହ ସହିତ ଅନ୍ୟାନ୍ୟ ସମସ୍ୟା ଲାଗିରହିଛି । ମହାନଦୀ ପଠା ପୋତି ହୋଇ ପଡିଥିବା ବେଳେ ମହାନଦୀ କୂଳର ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇ ତଟ ଅସୁରକ୍ଷିତ ହୋଇ ପଡିଛି । ଏହାଛଡା ମନମୁଣ୍ଡା ,ବାଉଁଶୁଣୀ, ବୌଦ୍ଧ ହରଭଙ୍ଗା ଭଳି ବିଭିନ୍ନ ସ୍ଥାନରେ ଅଞ୍ଚଳର ନର୍ଦ୍ଦମା ପାଣି ଓ ବର୍ଜ୍ୟବସ୍ତୁ ସାମଗ୍ରୀ ଯୋଗୁଁ ମହାନଦୀର ପାଣି ଦୂଷିତ ହେଉଛି । ଏସବୁକୁ ଦୃଷ୍ଟିରେ ରଖି ମହାନଦୀରେ ଗତକାଲି ଜିଲ୍ଲା ପ୍ରଶାସନର ସହଯୋଗରେ ଆରମ୍ଭ ହୋଇଥିଲା ମହାନଦୀରେ ମହାଆଳତୀ କାର୍ଯ୍ୟକ୍ରମ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.