ETV Bharat / state

ମନରେଗା ପ୍ରକଳ୍ପରେ ଅନିୟମିତତା ଅଭିଯୋଗ - ବୌଦ୍ଧ

ସରକାରୀ ଉନ୍ନୟନ କାର୍ଯ୍ୟ ଓ ଏହାର ପାଣ୍ଠିର ବ୍ୟାପକ ଦୁରୁପଯୋଗ ଅଭିଯୋଗ ପରେ ବର୍ତ୍ତମାନ ମନରେଗା ଯୋଜନାରେ ନିର୍ମିତ ଦୁଇ ଦୁଇଟି ପ୍ରକଳ୍ପର ଅର୍ଥ ହେରଫେର ନେଇ ଅଭିଯୋଗ ଆଣିଛନ୍ତି ଖୋଦ ବ୍ଲକର ପୂର୍ବତନ ଉପାଧ୍ୟକ୍ଷା । ଯାହା ବର୍ତ୍ତମାନ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ମନରେଗା ଯୋଜନା
ମନରେଗା ଯୋଜନା
author img

By ETV Bharat Odisha Team

Published : Aug 27, 2023, 10:32 AM IST

ମନରେଗା ଯୋଜନା

ବୌଦ୍ଧ: ସରକାରୀ ଉନ୍ନୟନ କାର୍ଯ୍ୟ ଓ ଏହାର ପାଣ୍ଠିର ବ୍ୟାପକ ଦୂରୁପଯୋଗ ନେଇ ସମିତି ସଭ୍ୟଙ୍କ ଅଭିଯୋଗ ପରେ ବର୍ତ୍ତମାନ ଉପାନ୍ତ ପଞ୍ଚାୟତରେ ମନରେଗା ଯୋଜନାରେ ନିର୍ମିତ ଦୁଇ ଦୁଇଟି ପ୍ରକଳ୍ପର ଅର୍ଥର ହେରଫେର ନେଇ ଅଭିଯୋଗ ଆଣିଛନ୍ତି ଖୋଦ ଜଣେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷା । ଯାହା ବର୍ତ୍ତମାନ ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ସରକାରୀ ପାଣ୍ଠିର ଦୂରୁପଯୋଗ ସହିତ ମନରେଗା ଯୋଜନାରେ ବ୍ୟାପକ ଅର୍ଥ ହେରଫେର ନେଇ ଅଭିଯୋଗ କରୁଛନ୍ତି ।

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଚଞ୍ଚକତା ତଥା ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ସ୍ଥାନରେ ତଦନ୍ତ ମଧ୍ୟ କରାଯାଉଛି । କିନ୍ତୁ ଅନେକ ସ୍ଥାନରେ ଏହି ମନରେଗା ଯୋଜନାରେ ବ୍ୟାପକ ଗଳାବାଟ ପ୍ରସ୍ତୁତ କରାଯାଇ ଦୁର୍ନୀତି ହେଉଥିବା ସୂଚନା ମିଳିଛି । ବୌଦ୍ଧ ଜିଲ୍ଲାର ଚବିଶ ଗୋଟି ପଞ୍ଚାୟତକୁ ନେଇ ଗଠିତ କଣ୍ଟାମାଳ ବ୍ଲକରେ ଉଭୟ ପଞ୍ଚାୟତ ଫଣ୍ଡ ଓ ସମିତି ଫଣ୍ଡର ବ୍ୟାପକ ଦୂରୁପଯୋଗ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।ଗତ ସୋମବାର ଦିନ ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁଙ୍କୁ କଣ୍ଟାମାଳ ଠାରେ ପନ୍ଦରରୁ ଊର୍ଦ୍ଧ୍ବ ସମିତି ସଭ୍ୟଓସଭ୍ୟା ସମିତି ଫଣ୍ଡ ବିଶେଷ ଭାବରେ 5th ଏସ ଏଫସି ଓ 15th ସିଏଫସି ଅନୁଦାନ ରାଶିର ବ୍ୟାପକ ଚଞ୍ଚକତା ତଥା ଦୂରୁପଯୋଗ କରାଯାଇଥିବା ନେଇ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ....ମୋ ଘର ଯୋଜନାର ଶୁଭାରମ୍ଭ, ପ୍ରଥମ କିସ୍ତି ବଣ୍ଟନ

ଏହାଛଡା ବର୍ତ୍ତମାନ ମୋ ଓଡିଶା ନବୀନ ଓଡ଼ିଆ ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ପଞ୍ଚାୟତକୁ ପଚାଶ ଲକ୍ଷ ଟଙ୍କାର ଅନୁଦାନ ରାଶି କିଭଳି ଓ କେଉଁ ମାଧ୍ୟମରେ ଖର୍ଚ୍ଚ ହେବ ସେନେଇ ମଧ୍ୟ ଟଣାଓଟରା ଆରମ୍ଭ ହୋଇ ଗଲାଣି । ବିଭିନ୍ନ ଉନ୍ନୟନ କାର୍ଯ୍ୟର ସ୍ବତନ୍ତ୍ର ଡିପିଆର ପ୍ରସ୍ତୁତ କରାଯାଇ ଉକ୍ତ ଅର୍ଥ ଖର୍ଚ୍ଚକୁ ପଞ୍ଚାୟତରେ ଖର୍ଚ୍ଚ କରାଯିବ ବୋଲି ସୂଚନା ମିଳିଛି । ସେପଟେ କଣ୍ଟାମାଳ ବ୍ଲକ ଅନ୍ତର୍ଗତ ନାରାୟଣପ୍ରସାଦ ପଞ୍ଚାୟତରେ ମନରେଗା ବାବଦ ଅର୍ଥ ପୈଠରେ ବ୍ୟାପକ ଚଞ୍ଚକତା ହୋଇଥିବା ଅଭିଯୋଗ ହୋଇଛି । ନାରାୟଣ ପ୍ରସାଦ ପଞ୍ଚାୟତର ସିଲେଇମାଲ ଠାରୁ ରିଙ୍ଗାପଡା ଓ ରିଙ୍ଗାପଡା ଠାରୁ ଭାଞ୍ଜିମୁଣ୍ଡା ଦେଇ ଉଡେନ ପର୍ଯ୍ୟନ୍ତ ଦୁଇଟି ରାସ୍ତାର ଉନ୍ନତି କରଣ କାର୍ଯ୍ୟ ମନରେଗା ଯୋଜନା ମାଧ୍ୟମରେ ହୋଇଥିଲେ ମଧ୍ୟ ତାର ଗୋଟିଏ ଟଙ୍କା ଶ୍ରମିକଙ୍କୁ ପ୍ରଦାନ କରାଯାଇନାହିଁ ।

ଦୁଇଟି ମନରେଗା ପ୍ରକଳ୍ପର ଅର୍ଥ ରାଶି ଉଠାଣ ସରିଥିବା ବେଳେ ଏହାର ପ୍ରାପ୍ୟ ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଖୋଦ ପୂର୍ବତନ କଣ୍ଟାମାଳ ବ୍ଲକ ଉପାଧ୍ୟକ୍ଷା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହିତ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ।ବାରମ୍ବାର ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଏଭଳି ଅନିୟମିତତା ନେଇ ଅଭିଯୋଗ ହେଉଥିଲେ ମଧ୍ୟ । ଏହା ବିରୋଧରେ ଉପଯୁକ୍ତ ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ମନରେଗା ଭଳି ଯୋଜନାରେ ଦିନକୁ ଦିନ ଦୁର୍ନୀତିର ମାତ୍ରା ବୃଦ୍ଧି ପାଇବାରେ ଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.