ETV Bharat / state

ରାସ୍ତା ନିର୍ମାଣରେ ଅନିୟମିତତା, ତାତିଲେ ଅଞ୍ଚଳବାସୀ - road problem boudh district

ପଞ୍ଚାୟତ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ମନ ଇଛାରେ ଚାଲିଛି ରାସ୍ତା ନିର୍ମାଣ କାର୍ଯ୍ୟ । ଶେଷରେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ପଞ୍ଚାୟତରେ ରାସ୍ତା କାମକୁ ବନ୍ଦ କଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗୋଛା ପଞ୍ଚାୟତବାସୀ ।

ରାସ୍ତା ନିର୍ମାଣରେ ଅନିୟମିତତା, ତାତିଲେ ଅଞ୍ଚଳବାସୀ

author img

By

Published : Apr 29, 2021, 7:25 AM IST

ବୌଦ୍ଧ: କଣ୍ଟାମାଳ ବ୍ଲକର ବିଭିନ୍ନ ପଞ୍ଚାୟତରେ ରାସ୍ତା ନିର୍ମାଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ। ଯାହାକୁ ନେଇ ତାତିଲେ ଅଞ୍ଚଳବାସୀ । ଶେଷରେ ବନ୍ଦ କଲେ ରାସ୍ତା କାମ । କଣ୍ଟାମାଳ ବ୍ଲକର ବରଗାଁ, ନାରାୟଣପ୍ରସାଦ, ଉମା, ଲମ୍ବସରୀ, ବରଗୋଛା, ଶଗଡା ଭଳି ବିଭିନ୍ନ ଉପାନ୍ତ ପଞ୍ଚାୟତରେ ରାସ୍ତା ନିର୍ମାଣ ନାଁରେ ଅତି ନିମ୍ନ ମାନର କାର୍ଯ୍ୟ ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି ।

ରାସ୍ତା ନିର୍ମାଣରେ ଅନିୟମିତତା, ତାତିଲେ ଅଞ୍ଚଳବାସୀ

ଗତ ଚାରି ଦିନ ପୂର୍ବରୁ ଏଭଳି ଏକ ଅଭିଯୋଗ ବରଗୋଛା ପଞ୍ଚାୟତରୁ ଆସିଥିଲା । ସୂଚନା ମୁତାବକ ବରଗୋଛା ପଞ୍ଚାୟତ ସାନଝାଙ୍କରପାଲି ଗ୍ରାମରେ 85 ଫୁଟ ରାସ୍ତା କଙ୍କ୍ରିଟ କାର୍ଯ୍ୟ ଅତି ନିମ୍ନ ମାନର କରି 45 ଫୁଟ ରାସ୍ତା ଯନ୍ତ୍ରୀଙ୍କ ବିନା ଉପସ୍ଥିତିରେ ସରପଞ୍ଚ କରିଥିବା ଅଭିଯୋଗ କରି ଅଞ୍ଚଳବାସୀ କାମକୁ ବନ୍ଦ କରିଦେଇଥିଲେ । ତେବେ ଏହି କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ସମ୍ପର୍କରେ ବ୍ଲକ ପ୍ରଶାସନ ପକ୍ଷରୁ ଜଣାପଡିଛି । ଏଭଳି ଦୁର୍ନୀତି କଣ୍ଟାମାଳ ବ୍ଲକର ବିଭିନ୍ନ ପଞ୍ଚାୟତରେ ରିତିମତ ଚାଲିଥିଲେ ମଧ୍ୟ ବ୍ଲକ ପ୍ରଶାସନ କାହିଁକି ଚୁପ ବସିଛି ସେନେଇ ଉଠିଛି ପ୍ରଶ୍ନ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.