ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ

author img

By

Published : Feb 12, 2020, 1:25 AM IST

ଖୋଲାଖୋଲି ଗରିବ ହିତାଧିକାରୀଙ୍କୁ ଲାଞ୍ଚ ମଗାଯାଉଥିବା ଅଭିଯୋଗ ।ଏଭଳି ଅଭିଯୋଗ ଆସିଛି ବୌଦ୍ଧ ହରଭଙ୍ଗା ବ୍ଲକର ସାମ୍ପୋଚ ପଞ୍ଚାୟତ ଅନ୍ତର୍ଗତ ବରଝୁଲି ଗ୍ରାମରୁ । ଅଧିକ ପଢନ୍ତୁ....

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି

ବୌଦ୍ଧ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି । ଖୋଲାଖୋଲି ଗରିବ ହିତାଧିକାରୀଙ୍କୁ ଲାଞ୍ଚ ମଗାଯାଉଥିବା ଅଭିଯୋଗ ।ଏଭଳି ଅଭିଯୋଗ ଆସିଛି ବୌଦ୍ଧ ହରଭଙ୍ଗା ବ୍ଲକର ସାମ୍ପୋଚ ପଞ୍ଚାୟତ ଅନ୍ତର୍ଗତ ବରଝୁଲି ଗ୍ରାମରୁ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି

ଅଭିଯୋଗ ମୁତାବକ, ବରଝୁଲି ଗ୍ରାମର ଗରିବ ଲୋକଙ୍କ ଠାରୁ ଆବାସ ଯୋଜନାରେ ଗୃହ ଦେବାପାଇଁ ପ୍ରତ୍ୟେକଙ୍କୁ ଚାରି ହଜାର ଟଙ୍କା ଲେଖାଏଁ ଲାଞ୍ଚ ଖୋଲାଖୋଲି ମଗାଯାଉଛି । ଯଦି ଦାବି ମୁତାବକ ଲାଞ୍ଚ ନଦିଆଯାଏ ତେବେ ଇସିସି ତାଲିକାରେ ହିତାଧିକାରୀଙ୍କ ନାମ ବାଦ ପଡୁଛି ନଚେତ ତାଲିକାରେ ତଳକୁ ଖସେଇ ଦିଆଯାଉଛି ।

ତେବେ ଏହି ଆବାସ ଯୋଜନା ଦୁର୍ନୀତିରେ ପୂର୍ବରୁ ହରଭଙ୍ଗା ବିଡିଓ ଖୋଦ ସାମିଲ ହୋଇ ଚାକିରୀରୁ ସସ୍‌ପେଣ୍ଡ ଭଳି ଲଜ୍ୟାଜନକ ଘଟଣା ପ୍ରଶାସନିକ ଅଧିକାରୀଙ୍କୁ ନିନ୍ଦିତ କରିଥିବାବେଳେ ବରଝୁଲି ଗ୍ରାମରୁ ଆସିଥିବା ଏଭଳି ଅଭିଯୋଗ ସମ୍ପର୍କରେ ତଦନ୍ତ ହେବାର ଆବଶ୍ୟକତା ରହିଛି ।

ଅନ୍ୟ ପକ୍ଷରେ ଖୋଦ ନାଏବ ସରପଞ୍ଚଙ୍କ ସ୍ବାମୀ ଏଭଳି ଦୁର୍ନୀତି ସମ୍ପର୍କରେ ସ୍ବର ଉତ୍ତୋଳନ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.