ETV Bharat / state

ଧାନମଣ୍ଡିରେ ଅଚଳାବସ୍ଥା ନେଇ ରାଜପଥ ଅବରୋଧ

author img

By

Published : Mar 13, 2021, 10:05 PM IST

ସୁଧୁରୁନି ଧାନମଣ୍ଡିରେ ଅଚଳାବସ୍ଥା । ଏ ନେଇ ଉତ୍ୟକ୍ତ ଚାଷୀ ଶନିବାର ବିକ୍ଷୋଭ ପ୍ରଦର୍ଶନ କରି ରାଜରାସ୍ତା ଅବରୋଧ କରିଛନ୍ତି ।

ଧାନମଣ୍ଡିରେ ଅଚଳାବସ୍ଥା ନେଇ  ରାଜପଥ ଅବରୋଧ
ଧାନମଣ୍ଡିରେ ଅଚଳାବସ୍ଥା ନେଇ ରାଜପଥ ଅବରୋଧ

ବୌଦ୍ଧ: ସୁଧୁରୁନି ଧାନମଣ୍ଡିରେ ଅଚଳାବସ୍ଥା । ଏ ନେଇ ଉତ୍ୟକ୍ତ ଚାଷୀ ଶନିବାର ବିକ୍ଷୋଭ ପ୍ରଦର୍ଶନ କରି ରାଜରାସ୍ତା ଅବରୋଧ କରିଛନ୍ତି । ଏଥିସହିତ ବିଭିନ୍ନ ଧାନମଣ୍ଡିରେ ତାଲା ପକାଇ ଦେଇଛନ୍ତି ।

ଧାନମଣ୍ଡିରେ ଅଚଳାବସ୍ଥା ନେଇ ରାଜପଥ ଅବରୋଧ

ଧାନମଣ୍ଡିରେ ଲାଗି ରହିଥିବା ଅଚଳାବସ୍ଥା ଧିରେ ଧିରେ ଉଗ୍ର ରୂପ ନେବାରେ ଲାଗିଛି । ଏ ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଚଳାବସ୍ଥାର ପାର୍ଶ୍ବ ପ୍ରଭାବ ଦେଖିବାକୁ ମିଳିଛି । ବୌଦ୍ଧର ପ୍ରାୟ ସମସ୍ତ ଧାନକ୍ରୟ କେନ୍ଦ୍ରରେ ଟାର୍ଗେଟ ଅଭାବରୁ ଏକ ପ୍ରକାର ଠପ ହୋଇଯାଇଛି । ଶନିବାର ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ବୌଦ୍ଧ ଠାରେ ଥାଳିବାଡେଇ ସରକାରଙ୍କୁ ସଚେତନ କରିବାକୁ ଚେଷ୍ଟା କରାଯାଇଛି । ଜିଲ୍ଲାର ଗରିବ ଚାଷୀଙ୍କ ଧାନ କିଣାଯିବା ପାଇଁ ଦାବି କରାଯାଇଥିଲା । ଏଥିଲାଗି କଣ୍ଟାମାଳ ଓ ଖଟଖଟିଆ ଠାରେ ଉତ୍ୟକ୍ତ ଚାଷୀ 41 ନମ୍ବର ରାଜ୍ୟ ରାଜପଥକୁ ଦୀର୍ଘ ସମୟ ଧରି ଅବରୋଧ କରିଛନ୍ତି ।

ସେହିପରି ମୁଣ୍ଡାପଡା ଧାନମଣ୍ଡିରେ ଚାଷୀ ତାଲା ପକାଇ ଦେଇଥିବାବେଳେ ଭାରତୀୟ କିଷାନ ସଂଘ ପକ୍ଷରୁ ତେଲିବନ୍ଧ ସମବାୟ ସମିତି କାର୍ଯ୍ୟାଳୟ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଟାର୍ଗେଟ ଅଭାବରୁ ଜିଲ୍ଲାର ମୁଣ୍ଡିପଦର, ଶଙ୍କୁଳେଇ, ହରଭଙ୍ଗା, ବାମଣ୍ଡା, ରକ୍ସା, ମନମୁଣ୍ଡା ଭଳି ବିଭିନ୍ନ ଧାନମଣ୍ଡିରେ ଧାନକ୍ରୟ ହୋଇନପାରି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.