ETV Bharat / state

ମନରେଗାରେ ଅନିୟମିତତା, ଶ୍ରମିକ ବଦଳରେ ମେସିନ କରୁଛି କାମ - ଶ୍ରମିକ ବଦଳରେ ମେସିନ କରୁଛି କାମ

ବୌଦ୍ଧର ବିଭିନ୍ନ ପଞ୍ଚାୟତରେ ବାଟବଣା ମନରେଗା ଯୋଜନା । ଶ୍ରମିକଙ୍କ ବଦଳରେ ମେସିନ କରୁଛି କାମ । ଅଧିକ ପଢନ୍ତୁ

irregularities allegedly in mgnrega yojana

author img

By

Published : May 27, 2023, 11:08 AM IST

irregularities allegedly in mgnrega yojana

ବୌଦ୍ଧ: ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ବାଟ ମାରଣା ହୋଇଛି ସରକାରୀ ଯୋଜନା । ମନରେଗା ଯୋଜନାରେ ଦୁର୍ନୀତି ଯୋଗୁଁ ଶ୍ରମିକ ବଦଳରେ ଏଠାରେ ମେସିନ କରୁଛି କାମ । ଯାହା ଦ୍ବାରା ଗରିବ ଶ୍ରମଜୀବୀମାନେ ଗଭୀର ଭାବରେ ପ୍ରଭାବିତ ହେବା ସହିତ କାମଧନ୍ଦା ଅଭାବରୁ ବାଧ୍ୟ ହୋଇ ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ଯାଉଥିବା ଅଭିଯୋଗ ହୋଇଛି ।

ମନରେଗା ଯୋଜନା ଅନୁଯାୟୀ ଶ୍ରମଜୀବୀମାନେ ବର୍ଷକୁ 100 ଦିନ କାମ କରିବାର ବ୍ୟବସ୍ଥା ରହିଛି । କିନ୍ତୁ ବୌଦ୍ଧ ଜିଲ୍ଲାର 69 ପଞ୍ଚାୟତ ମଧ୍ୟରୁ ଅଧିକାଂଶ ପଞ୍ଚାୟତରେ ସରକାରଙ୍କ ଏହି ମହତ୍ତ୍ୱପୂର୍ଣ୍ଣ ଯୋଜନାରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । ରାସ୍ତା ଘାଟ, ପୋଖରୀ ଖନନରେ ଜେସିବି ଓ ଟ୍ରାକ୍ଟର ବ୍ୟବହାର ଏକ ସାଧାରଣ କଥା ହୋଇଥିବା ବେଳେ ଏହାର ପୃଷ୍ଠପୋଷକ ସାଜିଛନ୍ତି ବ୍ଲକର ସରକାରୀ ବାବୁ ଓ ପଞ୍ଚାୟତର ଜନପ୍ରତିନିଧି ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । ଜିଲ୍ଲାର ହରଭଙ୍ଗା ବ୍ଲକ ଓ କଣ୍ଟାମାଳ ବ୍ଲକର ଅନେକ ପଞ୍ଚାୟତରେ ମନରେଗା ଯୋଜନା ବାଟ ହୁଡିଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ବିଶେଷ ଭାବରେ ତଳଗାଁ, ମହାଲିକପଡା, ଲୁଣିବାହାଲ, ବଢିଗାଁ, ଖଲିଆପାଲି, ବହିରା, ରେଙ୍ଗାଳୀ, ଯୋଗୀନ୍ଦ୍ରପୁର, ପଲସାଗୋରା ଭଳି ପଞ୍ଚାୟତରେ ମନରେଗାରେ ବ୍ୟାପକ ଅନିୟମିତତା ହୋଇଛି ।

ଶ୍ରମିକଙ୍କ ପାଖରେ ଜବକାର୍ଡ ଥାଇ ମଧ୍ୟ ମନରେଗାରେ କାମ ମିଳୁନାହିଁ । ଫଳରେ ଶ୍ରମିକ ବାହାର ରାଜ୍ୟରେ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି । ଶ୍ରମିକଙ୍କ ଜବକାର୍ଡ ପଞ୍ଚାୟତରେ ଦଲାଲି କରି ଠିକା କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ହାତରେ ବନ୍ଧା ପଡିଥାଏ । ଏନେଇ ବିଭିନ୍ନ ସମୟରେ ଶ୍ରମଜୀବୀମାନେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ । କେବଳ ତଦନ୍ତ ଆଳରେ ସବୁକିଛି ବୁଝାମଣାରେ ରହିଯାଉଛି ।

ମନରେଗାରେ ଶ୍ରମିକଙ୍କୁ କାମ ମିଳୁନଥିବା ବେଳେ ଆବାସ ଯୋଜନାରେ ମଧ୍ୟ ଗରିବ ହିତାଧିକାରୀକୁ ଘରଟିଏ ମିଳିବା ସାତ ସପନ ପାଲଟିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନା କରିଥିଲେ ମଧ୍ୟ ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଅନେକ ଶ୍ରମଜୀବୀମାନେ ଏଥିରୁ ବାଦ ପଡିଥିବା ଅଭିଯୋଗ ହୋଇଛି । ଥିଲା ବାଲାଙ୍କୁ ପକ୍କା ଉପରେ ପକ୍କା ଘର ମିଳୁଥିବା ବେଳେ ଗରିବ ଶ୍ରମଜୀବୀମାନେ ସରକାରୀ ଘର ଖଣ୍ଡେ ପାଇବାକୁ ପଞ୍ଚାୟତକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡୁଛନ୍ତି । ଜିଲ୍ଲା ପ୍ରଶାସନ ମନରେଗା ଓ ଆବାସ ଯୋଜନାରେ ଅନିୟମିତତାର ତଦନ୍ତ କରି ପ୍ରକୃତ ହିତାଧିକାରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.