ETV Bharat / state

ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା, ମଣିଷ ବଦଳରେ କାମ କରୁଛି ମେସିନ

author img

By

Published : May 8, 2023, 7:54 PM IST

ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ ହୋଇଛି । ମନରେଗା କାର୍ଯ୍ୟରେ ମେସିନ ବ୍ୟବହାର ଯୋଗୁଁ ଶ୍ରମଜୀବୀମାନେ ଗଭୀର ପ୍ରଭାବିତ । ଅଧିକ ପଢ଼ନ୍ତୁ

ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ

ବୌଦ୍ଧ: ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ । ସ୍ଥାନୀୟ ଶ୍ରମିକଙ୍କୁ କାମଧନ୍ଦା ଯୋଗାଇ ଦେବାକୁ କେନ୍ଦ୍ର ସରକାର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଧିତାଧିକାରୀଙ୍କୁ ବର୍ଷର ଶହେ ଦିନ କାମ ଯୋଗାଇବା ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । କିନ୍ତୁ ବିଭିନ୍ନ ସମୟରେ ଏହି କଲ୍ୟାଣକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ ହେଉଛି । ଦୁର୍ନୀତି ନେତୃତ୍ୱ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ସରକାରୀ ବାବୁ ନେଇଥିବା ସ୍ଥାନୀୟ ସରପଞ୍ଚ ଓ ସମୀତି ସଭ୍ୟ ଅଭିଯୋଗ କରିଛନ୍ତି ।

ମନରେଗା ଯୋଜନାରେ ବିଭିନ୍ନ ପଞ୍ଚାୟତରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାରେ ମେସିନ ବ୍ୟବହାର ଏକପ୍ରକାର ନୀତି ହୋଇ ଯାଇଛି । ପୋଖରୀ ଖନନ, ରାସ୍ତା ଘାଟ ନିର୍ମାଣ ଭଳି ବିଭିନ୍ନ କାର୍ଯ୍ୟରେ ଶ୍ରମିକଙ୍କ ଦ୍ବାରା କରିବା ପାଇଁ ନିୟମ ରହିଥିଲେ ଏହାକୁ ଧ୍ୟାନ ଦେଉ ନାହିଁନ୍ତି ଠିକାଦାର ସଂସ୍ଥା । ମନରେଗା କାର୍ଯ୍ୟରେ ମେସିନ ବ୍ୟବହାର ଯୋଗୁଁ ଶ୍ରମଜୀବୀମାନେ ଗଭୀର ପ୍ରଭାବିତ ହେଉଛନ୍ତି । ମେସିନ ଦ୍ବାରା କାମ କରାଇ ଟଙ୍କା ହଡ଼ପ କରୁଥିବା ଆଭିଯୋଗ ହୋଇଛି ।

ବିଶେଷ ଭାବରେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର କେତେକ ନିର୍ଦ୍ଦିଷ୍ଟ ପଞ୍ଚାୟତରେ ଏହି ମନରେଗାର ଗୋଲକ ଧନ୍ଦାରୁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷ କୋଟି କୋଟି ଟଙ୍କାର ହଡପ କରୁଥିବା ନେଇ ଅଭିଯୋଗ ହୋଇଛି । ପଞ୍ଚାୟତରେ ଗ୍ରାମୀଣ ବଜାର ନିର୍ମାଣ ଠାରୁ ନେଇ ରାସ୍ତା ଘାଟ, ପୋଖରୀ ଖନନ ଘୋଟାଲାରେ ଏକ ବଡ ଧରଣର ରାକେଟ ରହିଥିବା ବେଳେ ଏହାର ଉଚ୍ଚ ସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ।
ସେହିପରି ହରଭଙ୍ଗା ବ୍ଲକ୍‌ ଲୁଣିବାହାଲ ପଞ୍ଚାୟତରେ ମଧ୍ୟ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି କୁନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ସରପଞ୍ଚ ।

ସମିତି ସଭ୍ୟ ସୁନୀଲ କୁମାର ସେଠୀଙ୍କ ଅଭିଯୋଗ ଆନୁଯାୟୀ, 2017ରୁ 2021 ମସିହା ମଧ୍ୟରେ ଲୁଣିବାହାଲ ପଞ୍ଚାୟତରେ ମନରେଗା ଯୋଜନାରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ କରାଯାଉ । ତେବେ ଏଭଳି ବ୍ୟାପକ ଦୁର୍ନୀତି ପଛରେ କେତେକ ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧି ଓ ବ୍ଲକର ସରକାରୀ ବାବୁଙ୍କ ମଧ୍ୟ ରହିଛନ୍ତି । ଅନ୍ୟର ଚାପରେ ଏଭଳି କୋଡିଂ କାର୍ଯ୍ୟ ହେଉଥିବା ବେଳେ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କୁ ଅନ୍ଧକାରରେ ରଖା ଯାଉଛି ।’’ ଏସବୁ ବେଆଇନ କାର୍ଯ୍ୟ ହେଉଥିବା ନେଇ ସମିତି ସଭ୍ୟ ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହିତ ଏହାର ତଦନ୍ତ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.