ETV Bharat / state

ବୌଦ୍ଧର ନୂତନ ଏସପି ଭାବେ ଦାୟିତ୍ବ ଗ୍ରହଣ କଲେ ଆଇପିଏସ ରାଜ ପ୍ରସାଦ - ବୌଦ୍ଧର ନୂତନ ଏସପି

ବୌଦ୍ଧର ନୂଆ ଏପସି ଭାବେ ଦାୟତ୍ବ ଗ୍ରହଣ କଲେ ଆଇପିଏସ ରାଜ ପ୍ରସାଦ । ଜିଲ୍ଲାରେ ଆଇନ ଶୃଙ୍ଖଳା ଓ ବେଆଇନ କାର୍ଯ୍ୟ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ରଖିଲେ ମତ । ଅଧିକ ପଢନ୍ତୁ

ips rajprasad takes charge as new sp of Boudh

author img

By

Published : Feb 3, 2023, 4:28 PM IST

ବୌଦ୍ଧର ନୂତନ ଏସପି

ବୌଦ୍ଧ: ବୌଦ୍ଧର ନୂତନ ଆରକ୍ଷୀ ଅଧିକ୍ଷକ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ଯୁବ IPS ରାଜ ପ୍ରସାଦ । SP ପ୍ରହଲ୍ଲାଦ ସହାୟ ମୀନାଙ୍କ ବଦଳି ପରେ ଗୁରୁବାର କାର୍ଯ୍ୟରେ ଯୋଗ ଦେଇଛନ୍ତି ନୂତନ ଏସପି । ପୂର୍ବ ଏସପିଙ୍କ ଭଳି ଜିଲ୍ଲାରେ ଆଇନ ଶୃଙ୍ଖଳା ଓ ବେଆଇନ କାର୍ଯ୍ୟ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବେ ବୋଲି ନୂତନ ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ପୂର୍ବରୁ ଏସପି ଥିବା ପ୍ରହଲ୍ଲାଦ ସହାୟ ମୀନା ବରଗଡ଼ ଜିଲ୍ଲା ଏସପି ଭାବରେ ବଦଳି ହୋଇଛନ୍ତି। ଏହା ପୂର୍ବରୁ ଆଜି ଜିଲ୍ଲା ପୋଲିସ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ଦିଆଯାଇଛି । ତେବେ ବଦଳି ଘୋଷଣା ପରେ ମଧ୍ୟ ବିଦାୟୀ ଏସପି ବୁଧବାର ରାତିରେ ବୌଦ୍ଧର ଏକ ନିର୍ଦ୍ଦିଷ୍ଟ ଲଜରେ ଚଢ଼ାଉ କରି ଦେହ ବ୍ୟବସାୟ ରାକେଟର ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇପାରିଥିଲେ । ସେହିପରି ଜିଲ୍ଲାରେ ବେଆଇନ ଗଞ୍ଜେଇ କାରବାର ଓ ଅପରାଧୀଙ୍କ ମଧ୍ୟରେ ପ୍ରହଲ୍ଲାଦ ସହାୟ ମୀନାଙ୍କ ଯୋଗୁଁ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

ଗତ କିଛିଦିନ ତଳେ ବଦଳି ହୋଇଥିବା ଏସପି ଗଞ୍ଜେଇ କାରବାରରେ ଲିଙ୍କ୍‌ର ତଦନ୍ତ କରି ବଘିଆପଡା ଫାଣ୍ଡି ଅଧିକାରୀ ଓ ଅନ୍ୟ ଦୁଇ ଜଣଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ । ତେବେ ଗୁରୁବାର ବୌଦ୍ଧର ନୂତନ ଏସପି ଭାବରେ ରାଜ ପ୍ରସାଦ ଯୋଗଦେଇଥିବା ବେଳେ ପୂର୍ବ ଏସପିଙ୍କ ଭଳି ଜିଲ୍ଲାର ଆଇନ ଶୃଙ୍ଖଳା, ବେଆଇନ କାରବାର, ଅପରାଧିକ କାର୍ଯ୍ୟକଳାପ ବିରୋଧରେ ଦୃଢ ପଦକ୍ଷେପ ଗ୍ରହଣ କରିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏନେଇ ନୂତନ ଏସପି ରାଜ ପ୍ରସାଦ କହିଛନ୍ତି ଯେ, "ଏଠାରେ ମୁଁ ଶୃଙ୍ଖଳା ବଜାୟୀ ରଖିବି, ଏଥିସହ କ୍ରାଇମକୁ ମଧ୍ୟ କଣ୍ଟ୍ରେଲ କରିବାକୁ ଚେଷ୍ଟା କରିବି । ବୌଦ୍ଧବାସୀଙ୍କ ପାଇଁ ଉତ୍କୃଷ୍ଟ ପୋଲିସ ସେବା ଯୋଗାଇ ଦେବାକୁ ଚେଷ୍ଟା କରିବି । ଜିଲ୍ଲାରେ ଆଇନ ଶୃଙ୍ଖଳା ଓ ବେଆଇନ କାର୍ଯ୍ୟ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାର ଗ୍ରହଣ କରିବି ।"

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.