ETV Bharat / state

ବୌଦ୍ଧ ମହୋତ୍ସବ ଉଦଘାଟିତ, ପ୍ରଥମ ସନ୍ଧ୍ୟାରେ ପାରମ୍ପରିକ ଲୋକନୃତ୍ୟରେ ଝୁମିଲେ ଦର୍ଶକ

author img

By

Published : Jan 13, 2023, 1:52 PM IST

କୋରୋନା କଟକଣା ପରେ ବୌଦ୍ଧରେ ବେଶ ଆଡ଼ମ୍ବରେ ଆରମ୍ଭ ହୋଇଯାଇଛି ଜିଲ୍ଲାସ୍ତରୀୟ ବୌଦ୍ଧ ମହୋତ୍ସବ । ପାରମ୍ପରିକ ଲୋକନୃତ୍ୟ ଓ ଲୋକବାଦ୍ୟରେ ଝୁମିଲେ ବୌଦ୍ଧବାସୀ । ଅଧିକ ପଢ଼ନ୍ତୁ

boudh mahotsav
ବୌଦ୍ଧ ମହୋତ୍ସବ
ବୌଦ୍ଧ ମହୋତ୍ସବ ଉଦଘାଟିତ

ବୌଦ୍ଧ: ଆଜିଠାରୁ ପୁରୁଷ ହକି ବିଶ୍ବକପ ଆରମ୍ଭ ହେଉଥିବାବେଳେ ଏହି ଅବସରରେ ସାରା ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି । ନାଚଗୀତ ମାଧ୍ୟମରେ ଭାରତୀୟ ଦଳକୁ ସଭିଏଁ ଉତ୍ସାହିତ କରିଛନ୍ତି । ଏହି କ୍ରମରେ ବୌଦ୍ଧ ଜିଲ୍ଲାରେ ମଧ୍ୟରେ ହକି ବିଶ୍ବକପ ନେଇ ଜିଲ୍ଲାବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ହକି ମହାକୁମ୍ଭ ସହିତ ତାଳଦେଇ ଜିଲ୍ଲାର ଲୋକ ମହୋତ୍ସବରେ ବେଶ ବିଭୋର ଜିଲ୍ଲାବାସୀ ।

ଲୋକନୃତ୍ୟ ଓ ଲୋକବାଦ୍ୟରେ କମ୍ପି ଉଠିଲା ସାରା ଜିଲ୍ଲା । କୋରୋନା ଯୋଗୁଁ ଦୁଇ ବର୍ଷ ଧରି ବନ୍ଦ ଥିବା ଉତ୍ସବ ମହୋତ୍ସବ ପୁଣିଥରେ ଆରମ୍ଭ ହୋଇ ସାରିଛି । ପାରମ୍ପରିକ ଲୋକନୃତ୍ୟର ମହାମଞ୍ଚ ବୌଦ୍ଧ ମହୋତ୍ସବ ଉଦଘାଟିତ ହୋଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଆକର୍ଷଣ ପାରମ୍ପରିକ ବେଶରେ ଲୋକବାଦ୍ୟର ତାଳେତାଳେ ଲୋକନୃତ୍ୟ ସହିତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଶୋଭାଯାତ୍ରାରେ ବୌଦ୍ଧ ଅଞ୍ଚଳର ଲୁପ୍ତ ପ୍ରାୟ ପ୍ରାଚୀନ ଲୋକକଳା ପତର ଶଉରା, ଝାଲିଆ ଶବର, ପଶୁମୁଖା, ନଚନିଆ, ବଜନିଆ, ଘୁଡୁକା, ମୁଣ୍ଡତୁପା ଭଳି ଅନେକ ଲୋକକଳାକୁ ପ୍ରଦର୍ଶନ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ହକି ଟିକେଟ୍‌ ଥିଲେ ମୋ ବସରେ ମିଳିବ ଫ୍ରି ସେବା, ଐତିହ୍ୟ ଜାଗାକୁ ମାଗଣାରେ ଇ-ରାଇଡ୍

ଜିଲ୍ଲାର ତିନୋଟି ବ୍ଲକରୁ ତିନୋଟି ସୁସଜ୍ଜିତ ସାଂସ୍କୃତିକ ଶୋଭାଯାତ୍ରା ସହିତ ଜିଲ୍ଲା ପ୍ରଶାସନର ମିଳିତ ସହାୟତାରେ ସାରା ଜିଲ୍ଲାବାସୀ ଅଂଶଗ୍ରହଣ କରିଥିଲେ । ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଏହି ମହୋତ୍ସବକୁ ଭବ୍ୟ ଆକାରରେ ପାଳନ କରାଯାଇଛି । ସାଂସ୍କୃତିକ ମଞ୍ଚ ସହିତ ଦୁଇ ଶହରୁ ଊର୍ଦ୍ଧ୍ବ ଷ୍ଟଲକୁ ନେଇ ଆରମ୍ଭ ହୋଇଛି ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ।

ଗୋଟିଏ ପଟରେ ହକି ବିଶ୍ବକପର ଫିବର ଓ ଅନ୍ୟ ପଟେ ଜିଲ୍ଲାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ରାଜ୍ୟ ହସ୍ତତନ୍ତ ପ୍ରଦର୍ଶନୀ ଲୋକଙ୍କୁ ଖୁବ ଆକର୍ଷିତ କରୁଛି । ଲୋକ ମହୋତ୍ସବର ଉଦଘାଟନୀ ଉତ୍ସବରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ଖଣି, ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଅତିଥି ରୂପେ ଯୋଗ ଦେଇଥିଲେ । ସେହିପରି ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ଏସପି ପ୍ରହଲ୍ଲାଦ ସହାୟ ମୀନା ଓ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା ପ୍ରମୁଖ ସାମିଲ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: Hockey World Cup: ଏମିତି ବଦଳିଗଲା ସ୍ମାର୍ଟ ସିଟି, ସୌନ୍ଦର୍ଯ୍ୟକରଣର ଭିଡିଓ ସେୟାର କଲା ବିଏମସି

ଅଞ୍ଚଳର ପାରମ୍ପରିକ ଲୋକକଳାକୁ ବଞ୍ଚାଇ ରଖିବାରେ ବୌଦ୍ଧ ମହୋତ୍ସବର ଆବଶ୍ୟକତାକୁ ନେଇ ଅତିଥିମାନେ ମତ ପ୍ରକାଶ କରିଥିଲେ । ଉଦଘାଟନୀ ଉତ୍ସବର ଶୀତୁଆ ସନ୍ଧ୍ୟାରେ ଜିଲ୍ଲାର ପାରମ୍ପରିକ ଲୋକନୃତ୍ୟ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରମାନେ ସେମାନଙ୍କ କଳା ନୈପୁଣ୍ୟତା ପ୍ରଦର୍ଶନ କରିଥିଲେ । ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଲୋକ ମହୋତ୍ସବ ଜିଲ୍ଲାବାସୀଙ୍କ ମଧ୍ୟରେ ଗଭୀର ଉତ୍ସାହ ତଥା ଆନନ୍ଦ ଭରିଦେଇଛି । ମହୋତ୍ସବର ସଫଳତା ପାଇଁ ପ୍ରଶାସନ ସମସ୍ତ ଦିଗ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.