ETV Bharat / state

ETV BHARAT IMPACT: ଜମିଭୂମି ହରାଇଥିବା ଆଦିବାସୀଙ୍କୁ ମିଳିବ ସରକାରୀ ସହାୟତା

author img

By

Published : Jul 14, 2022, 1:47 PM IST

ଜଳସେଚନ ପାଇଁ ବୃହତ ପୋଖରୀର ଆବଶ୍ୟକତାକୁ ଉପଲବ୍ଧି କରି ଆଦିବାସୀ ପରିବାରମାନେ ଭିଟାମାଟି ଛାଡିଥିଲେ । ତେବେ ଏନେଇ ଇଟିଭି ଭାରତରେ ଖବର ପ୍ରସାରଣ ପରେ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛି ରାଜସ୍ୱ ବିଭାଗ ।ଅଧିକ ପଢନ୍ତୁ

ଜମିଭୂମି ହରାଇଥିବା ଆଦିବାସୀଙ୍କୁ ମିଳିବ ସରକାରୀ ସହାୟତା

ବୌଦ୍ଧ: ଜଳସେଚନ ପାଇଁ ବୃହତ ପୋଖରୀର ଆବଶ୍ୟକତାକୁ ଉପଲବ୍ଧି କରି ଆଦିବାସୀ ପରିବାରମାନେ ଭିଟାମାଟି ଛାଡିଥିଲେ । ତେବେ ଏନେଇ ଇଟିଭି ଭାରତରେ ଖବର ପ୍ରସାରଣ ପରେ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛି ରାଜସ୍ୱ ବିଭାଗ ।

ଜଳସେଚନ ପାଇଁ ଅଞ୍ଚଳରେ କୌଣସି ଜଳ ଉତ୍ସ ନଥିଲା । ଏଣୁ ଏକ ମହାବନ୍ଧ ପାଇଁ ନିଜ ଭିଟାମାଟିକୁ ଛାଡିଦେଲେ ଅନେକ ପ୍ରଜା। ହେଲେ ଉକ୍ତ ଜମିହରା ପ୍ରଜାଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ମିଳିପାରି ନଥିଲା । ଏ ସମ୍ପର୍କରେ ଗତ ପ୍ରାୟ 15ଦିନ ତଳେ ଇଟିଭି ଭାରତରେ ଖବର ପ୍ରସାରିତ ହେବା ପରେ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛି ରାଜସ୍ୱ ବିଭାଗ ।

ବର୍ତ୍ତମାନ ଉକ୍ତ ବୁଡି ଅଞ୍ଚଳର ଗରିବ ହିତାଧିକାରୀଙ୍କୁ ସହାୟତା ଯୋଗାଇ ଦେବାକୁ ରାଜସ୍ୱ ବିଭାଗ ଉଦ୍ୟମ ଆରମ୍ଭ କରିଛି । ବୌଦ୍ଧ ଜିଲ୍ଲା ବ୍ରାହ୍ମଣୀ ପାଲି ପଞ୍ଚାୟତ ଭୁକ୍ତାପଡା ଓ ବିଜାପଦର ଗ୍ରାମ ନିକଟରେ ଥିବା ତିନୋଟି ପୋଖରୀ ଓ ଅନ୍ୟ ରୟତି ସ୍ଥାନ ଏଭଳି ପ୍ରାୟ ଶହେ ଏକରର ବିସ୍ତୃତ ଅଞ୍ଚଳରେ ଜଳ ସେଚନ ପାଇଁ ଜଳ ସଂରକ୍ଷଣ ପାଇଁ ପ୍ରସ୍ତାବ ରହିଥିଲା । ଏଣୁ ଅଞ୍ଚଳର ଅନେକ ଲୋକଙ୍କ ଭିଟାମାଟି ଚାଲିଗଲା ।

ଏହା ମଧ୍ୟ ପଢନ୍ତୁ: ବୃହତ ପୋଖରୀ ପାଇଁ ବୁଡିଗଲା ପୈତୃକ ଜମିବାଡି ! ମିଳୁନି ସହାୟତା

ତେବେ କେତେକ ଗରିବ ଦଳିତ ପରିବାରଙ୍କୁ ଏନେଇ କୌଣସି ଆର୍ଥିକ ସହାୟତା କିମ୍ବା ଜମି ମିଳିନଥିବାରୁ ସେମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଥିଲେ । ଏହାକୁ ଆଧାର କରି ଉକ୍ତ ଜମି ହରାଇଥିବା ପରିବାରଙ୍କୁ 22 OLR ଉପଜିଲ୍ଲାପାଳଙ୍କ ଠାରୁ ଅନୁମତି ମିଳିବା ପରେ ସହାୟତା ଯୋଗାଇ ଦିଆଯିବ ବୋଲି ବୌଦ୍ଧ ତହସିଲଦାର ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.