ETV Bharat / state

ବୌଦ୍ଧରେ ଜମିଲା ଭସାଣୀ ଯାତ୍ରା, ମେଲାଣି ନେଲେ ମା' ଶ୍ୟାମାକାଳୀ

author img

By

Published : Oct 31, 2022, 9:00 AM IST

ବୌଦ୍ଧ ଜିଲ୍ଲାର ବିଭିନ୍ନ ମଣ୍ଡପରେ ସାତଦିନ ଧରି ପୂଜା ପାଇବା ପରେ ବିଦାୟ ନେଇଛନ୍ତି ମା' କାଳୀ । ଜିଲ୍ଲାର ବିଭିନ୍ନ ପୂଜା କମିଟି ପକ୍ଷରୁ ବେଶ ଧୁମଧାମରେ ମା'ଙ୍କୁ ବିଦାୟ ଦିଆଯାଇଛି । ଅଧିକ ପଢ଼ନ୍ତୁ

immersion ceremony of maa kali in boudh
ବୌଦ୍ଧରେ ଜମିଲା ଭସାଣୀ ଯାତ୍ରା, ମେଲାଣି ନେଲେ ମା' ଶ୍ୟାମାକାଳୀ

ବୌଦ୍ଧ: ବିଦାୟ ନେଲେ ମା' ମହାକାଳୀ । ଆନନ୍ଦ ଉଲ୍ଲାସର ସହିତ ସମାପନ ହେଲା ମା' ମହାକାଳୀଙ୍କ ପୂଜନ ଉତ୍ସବ । ବୌଦ୍ଧ ଜିଲ୍ଲାରେ ସାତଦିନ ଧରି ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବା ପରେ କାଳୀଙ୍କୁ ବିସର୍ଜନ କରାଯାଇଛି ।

ବୌଦ୍ଧରେ ଜମିଲା ଭସାଣୀ ଯାତ୍ରା

ଦୀପାବଳି ଠାରୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମା'ଙ୍କ ପୂଜା ଆରମ୍ଭ ହୋଇଥିଲା । କିନ୍ତୁ ମଙ୍ଗଳବାର ସୂର୍ଯ୍ୟ ପରାଗ ଯୋଗୁଁ ପୂଜାର୍ଚ୍ଚନା ବନ୍ଦ ହେବା ସହ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ଗତ ଦୁଇ ବର୍ଷ କୋରୋନା କଟକଣା ଯୋଗୁଁ କାଳୀପୂଜା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଆନନ୍ଦ ଉଲ୍ଲାସର ସହିତ ମା' ଶ୍ୟାମାକାଳୀଙ୍କ ପୂଜନ ଉତ୍ସବ ବିଭିନ୍ନ ପୂଜା ମଣ୍ଡପରେ ଅନୁଷ୍ଠିତ ହୋଇଥିଲା । ଏନେଇ ପୂଜା କମିଟି ସଭାପତି କହିଛନ୍ତି, "ଗତ ସାତଦିନ ଧରି ମଣ୍ଡପରେ ମା' ପୂଜା ପାଇ ଆସୁଥିଲେ । ଭସାଣି ଯାତ୍ରାରେ ସମସ୍ତ ପୂଜା କମିଟି କର୍ମକର୍ତ୍ତା ତଥା ବୌଦ୍ଧବାସୀ ସାମିଲ ହୋଇଥିଲେ ।"

ଏହା ମଧ୍ୟ ପଢ଼ନ୍ତୁ: ଜମୁଛି କାଳୀ ପୂଜା, ଚଳଚଞ୍ଚଳ ବୌଦ୍ଧ ଜିଲ୍ଲା

ବୌଦ୍ଧ ଜିଲ୍ଲାର ସଦର ମହକୁମା ଭୈରବୀ ବଜାର, ଶିବାନୀ ବଜାର ସହିତ ବାଉଁଶୁଣୀ, ପୁରୁଣାକଟକ, ମନମୁଣ୍ଡା, କଣ୍ଟାମାଳ ଭଳି ଅନେକ ସ୍ଥାନରେ ଦେବୀ କାଳୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରବିବାର ରାତିରେ ମା'ଶ୍ୟାମାକାଳୀଙ୍କୁ ବିସର୍ଜନ କରାଯାଇଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.