ETV Bharat / state

ଲକଡାଉନରେ ମାତିଛନ୍ତି ମାଫିଆ; ବେଧଡକ ଲୁଟୁଛନ୍ତି ବାଲି

ବୌଦ୍ଧ ଜିଲ୍ଲାରେ ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ତହସିଲ ଅଧିନରେ ମହାନଦୀ ସମେତ ଅନ୍ୟାନ୍ୟ ନଦୀରୁ ବେଧଡକ ଚାଲିଛି ବାଲି ଚୋରା ଚାଲାଣ । ନିରବଦ୍ରଷ୍ଟା ସାଜିଛି ପ୍ରଶାସନ । ଅଧିକ ପଢନ୍ତୁ...

author img

By

Published : Jun 8, 2021, 12:33 PM IST

ଲକଡାଉନରେ ମାତିଛନ୍ତି ବାଲି ମାଫିଆ
ଲକଡାଉନରେ ମାତିଛନ୍ତି ବାଲି ମାଫିଆ

ବୌଦ୍ଧ: ଲକଡାଉନରେ ମାତିଛନ୍ତି ବାଲି ମାଫିଆ । ବୌଦ୍ଧ ଜିଲ୍ଲାରେ ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ତହସିଲ ଅଧିନରେ ମହାନଦୀ ସମେତ ଅନ୍ୟାନ୍ୟ ନଦୀରୁ ବେଧଡକ ଚାଲିଛି ବାଲି ଚୋରା ଚାଲାଣ । ଏ ଦିଗରେ ପ୍ରଶାସନର ଦୃଷ୍ଟି ନାହିଁ । କୋଟି କୋଟି ଟଙ୍କାର ରାଜସ୍ବ ପ୍ରତ୍ୟେକ ଦିନ ଲୁଟ ହେଉଥିଲେ ମଧ୍ୟ ରାଜସ୍ବ ବିଭାଗର କିଛି ଦୁର୍ନୀତି ଗ୍ରସ୍ତ କର୍ମଚାରୀଙ୍କ ଯୋଗୁଁ ସବୁକିଛି ସଲାସୁତୁରାରେ ଚାଲିଛି । ବାଲି ମାଫିଆଙ୍କ ଟାର୍ଗେଟରେ ମହାନଦୀର ଲଘୁଖଣିଜ ସମ୍ପଦ ବାଲି ।

ଲକଡାଉନରେ ମାତିଛନ୍ତି ବାଲି ମାଫିଆ

କୋରୋନା ମହାମାରୀ ସମୟରେ ଜିଲ୍ଲା ପ୍ରଶାସନ କୋଭିଡ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ଏହାର ସୁଯୋଗ ନେଇ ଜୋରଦାର ଚାଲିଛି ମହାନଦୀରୁ ବାଲି ଲୁଟ । ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ତହସିଲ ଅଧିନରେ ମହାନଦୀ ସମେତ ଅନ୍ୟାନ୍ୟ ନଦୀର ବାଲିଘାଟ ରହିଛି । ତେବେ ହରଭଙ୍ଗା ତହସିଲ ଅନ୍ତର୍ଗତ କାଲେଶ୍ବରଠାରୁ ଆରମ୍ଭ କରି କୃଷ୍ଣ ମୋହନପୁର,କରଡି,ଧଳପୁର, ରାମଗଡ,ଉଆଁଳ,ଖରସଙ୍କୁଳେଇ ଭଳି ବିଭିନ୍ନ ବାଲିଘାଟ ବାଲି ମାଫିଆଙ୍କ ଚରାଭୂଇଁ ପାଲଟିଯାଇଛି ।

ସରକାରଙ୍କ ପକ୍ଷରୁ ହରଭଙ୍ଗା ବାଲିଘାଟ ନିଲାମ ଦିଆଯାଇଥିବା ବେଳେ ସୁରୁଣ୍ଡି ବାଲିଘାଟ ନିଲାମ କାଗଜପତ୍ର ସମ୍ପୂର୍ଣ୍ଣ ହୋଇନାହିଁ । ଫଳରେ ଏଭଳି ସ୍ଥାନରୁ ବାଲିମାଫିଆ ମାନେ ଦିନ ତ ଦିନ ରାତିରେ ମଧ୍ୟ ବାଲି ପଡୋଶୀ ଜିଲ୍ଲାମାନଙ୍କୁ ଚୋରାରେ ଚାଲାଣ କରୁଥିବା ଅଭିଯୋଗ ହୋଇଛି । ଏନେଇ କିଛି ଅସାଧୁ ରାଜସ୍ବ କର୍ମଚାରୀ, ପୋଲିସ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସଲାସୁତୁରା ଏହି ହରିଲୁଟ ଚାଲିଥିବା ଅଭିଯୋଗ ହୋଇଛି । ପ୍ରଶାସନକୁ ଏ ଦିଗରେ ଧ୍ୟାନ ଦେବାରୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.