ETV Bharat / state

ସପ୍ତାହନ୍ତ ସଟଡାଉନ ପରେ ବଜାରରେ ଅସମ୍ଭାଳ ଭିଡ, ପ୍ରଶାସନ ନିରବଦ୍ରଷ୍ଟା

author img

By

Published : May 10, 2021, 4:03 PM IST

ଦୁଇ ଦିନର ସଟଡାଉନ ପରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ବଜାରରେ ଅସମ୍ଭାଳ ଭିଡ । ନିଦ୍ରାରେ ଜିଲ୍ଲା ପ୍ରଶାସନ । ଅଧିକ ପଡନ୍ତୁ....

ସପ୍ତାହନ୍ତ ସଟଡାଉନ ପରେ ବଜାରରେ ଅସମ୍ଭବ ଭିଡ, ପ୍ରଶାସନ ନିରବଦ୍ରଷ୍ଟାସପ୍ତାହନ୍ତ ସଟଡାଉନ ପରେ ବଜାରରେ ଅସମ୍ଭବ ଭିଡ, ପ୍ରଶାସନ ନିରବଦ୍ରଷ୍ଟା
ସପ୍ତାହନ୍ତ ସଟଡାଉନ ପରେ ବଜାରରେ ଅସମ୍ଭବ ଭିଡ, ପ୍ରଶାସନ ନିରବଦ୍ରଷ୍ଟା

ବୌଦ୍ଧ: ଦୁଇ ଦିନର ସଟଡାଉନ ପରେ ଜିଲ୍ଲାର ବିଭିନ୍ନ ବଜାରରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । କେତେକ ସ୍ଥାନରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ସହ ପ୍ରାୟ ସମସ୍ତ ଦୋକାନ ବଜାର ଖୋଲିଥିବାବେଳେ ସ୍ଥାନୀୟ ପ୍ରଶାସନ ଓ ପୋଲିସ କେବଳ ନୀରବଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି ।

କରୋନାର ଦ୍ବିତୀୟ ଲହରୀର କାୟାରେ କବଳିତ ହେବାରେ ଲାଗିଛି ସମଗ୍ର ଜିଲ୍ଲା । ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରତ୍ୟେକ ଦିନ ଦେଢଶହରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ 5 ହଜାର ମୁହାଁ ହେବାକୁ ବସିଛି ସଂକ୍ରମିତଙ୍କ ସଂଖ୍ୟା। ତେବେ ଏପରି ସ୍ଥିତିରେ ସପ୍ତାହନ୍ତ ସଟଡାଉନ ପରେ ଆଜି ଜିଲ୍ଲାର ସଦର ବଜାର ସମେତ ବାଉଁଶୁଣୀ, ମନମୁଣ୍ଡା, ପୁରୁଣାକଟକ, କଣ୍ଟାମାଳ ଭଳି ସ୍ଥାନରେ ଥିବା ବଜାରରେ ଆଜି ଗ୍ରାହକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।

କଣ୍ଟାମାଳ ଓ ବାଉଁଶୁଣୀ ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହ ଅନ୍ୟାନ୍ୟ ଦୋକାନ ମଧ୍ୟ ଖୋଲିଥିବା ମଧ୍ୟ ଦେଖିବାକୁ ମିଳିଛି। ବିଶେଷ ଭାବରେ କରୋନା କଟକଣାକୁ ଲୋକେ ଆଦୌ ପାଳନ କରୁନଥିବାବେଳେ ବ୍ଲକ ପ୍ରଶାସନ ଓ ପୋଲିସ କେବଳ ନୀରବଦ୍ରଷ୍ଟା ହୋଇ ଚାହିଁ ରହିଥିଲେ । ବୌଦ୍ଧ ବଜାରରେ ମଧ୍ୟ ପ୍ରବଳ ଭିଡ ପରିଲକ୍ଷିତ ହେବାରୁ ପୌର ପରିଷଦ ଓ ପୋଲିସ ପକ୍ଷରୁ ପନିପରିବା ବ୍ୟବସାୟୀଙ୍କୁ ହଟାଇ ଦିଆଯାଇଥିଲା । ତେବେ ଜିଲ୍ଲାରେ ବୃଦ୍ଧି ପାଉଥିବା ସଂକ୍ରମଣ ତଥା ଅମାନିଆଙ୍କ କଟକଣା ଉଲଙ୍ଘନ ଯୋଗୁଁ ବୁଦ୍ଧିଜୀବୀ ଚିନ୍ତା ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.