ETV Bharat / state

ରାଜଧାନୀରୁ ୧୦ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ

author img

By

Published : Oct 20, 2022, 10:49 PM IST

Updated : Oct 22, 2022, 2:52 PM IST

ରାଜଧାନୀରୁ ୧୦ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ । ରାଜଧାନୀରେ ଚାଲିଥିଲା ବେଆଇନ ବାଣ ବିକ୍ରି । ଖବର ପାଇ ଚଢ଼ାଉ କଲା କ୍ୟାପିଟାଲ ଥାନା ପୋଲିସ । ବିପୁଳ ପରିମାଣର ବେଆଇନ ବାଣ ଜବତ । ଅଧିକ ପଢନ୍ତୁ

ରାଜଧାନୀରୁ ୧୦ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ
ରାଜଧାନୀରୁ ୧୦ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ

ଭୁବନେଶ୍ବର: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି(Diwali) । ଦୀର୍ଘ ଦୁଇ ବର୍ଷ ପରେ ଧୁମଧାମରେ ବିନା କଟକଣାରେ ଦୀପାବଳି ପାଳିବେ ରାଜ୍ୟବାସୀ । କୋରୋନା ଯୋଗୁଁ ଗତ ବର୍ଷ ବାଣ ବିକ୍ରି ଉପରେ କଟକଣା ଲଗାଯାଇଥିବା ବେଳେ ଚଳିତ ବର୍ଷ ବାଣ ବିକ୍ରିକୁ ଗ୍ରୀନ ସିଗନାଲ ଦେଇଛନ୍ତି ରାଜ୍ୟ ସରକାର । ଏନେଇ ଚଳିତ ବର୍ଷ ରାଜଧାନୀର 7ଟି ସ୍ଥାନରେ ବାଣ ବିକ୍ରି କରିବାକୁ ବ୍ୟବସାୟୀଙ୍କୁ ଅନୁମତି ଦିଆଯାଇଛି ।

ରାଜଧାନୀରୁ ୧୦ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ

ଦୀପାବଳି ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବେଆଇନ ବାଣ କାରବାର ବୃଦ୍ଧି ପାଇଛି । ଏନେଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବେଆଇନ ବାଣ ଜବତ କରିବା ସହ ଗିରଫ ମଧ୍ୟ କରାଯାଉଛି । ସେହିପରି ରାଜଧାନୀରେ ବେଆଇନ ବାଣ କାରବାର ଚାଲିଥିବା ବେଳେ ଆଜି ଚଢାଉ କରିଥିଲା କ୍ୟାପିଟାଲ ଥାନା ପୋଲିସ । କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ ୱାନ ହାଟ ପରିସରରେ ଚଢାଉ କରାଯାଇ ବିପୁଳ ପରିମାଣର ବେଆଇନ ବାଣ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀର କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ ୱାନ ହାଟ ପରିସରରେ ବେଆଇନ ବାଣ କାରବାର ନେଇ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା ପୋଲିସ । ଏହାପରେ କ୍ୟାପିଟାଲ ଥାନା ଅଧିକାରୀ ପଦ୍ମନାଭ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରିଥିଲା । ଏହି ଚଢାଉରେ କାହାକୁ ଗିରଫ କରାଯାଇନଥିବା ବେଳେ ବିପୁଳ ପରିମାଣର ବାଣ ଜବତ କରାଯାଇଛି । ତେବେ ଚଢ଼ାଉର କିଛି ସମୟ ପୂର୍ବରୁ କେବଳ ସ୍ୱୀକୃତି ପ୍ରାପ୍ତ ଦୋକାନୀ ବାଣ ବିକ୍ରି କରିବେ ବୋଲି ଭୁବନେଶ୍ୱର ଡିସିପିଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ସେହିପରି ଦୁଇ ବର୍ଷ ପରେ ଦୀପାବଳିରେ ବାଣ ଫୁଟାଇବାର ଅନୁମତି ମିଳିଥିବାରୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବାକୁ ରାଜଧାନୀ ବାସୀଙ୍କୁ ଅନୁରୋଧ କରିଛନ୍ତି କମିଶନରେଟ ପୋଲିସ ।

ଏହା ମଧ୍ୟ ପଢନ୍ତୁ-ଭଦ୍ରକ-ଖଡଗପୁର ମେମୁ ଟ୍ରେନରେ ନିଆଁ, ଅଳ୍ପକେ ବର୍ତ୍ତିଲେ 100 ଯାତ୍ରୀ

ତେବେ କୋରୋନା କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ରାଜ୍ୟ ରାଜଧାନୀରେ ବାଣ ବିକ୍ରି ଉପରେ କଟକଣା ଲାଗିଥିଲା । ଫଳରେ ଅନେକ ବାଣ ବ୍ୟବସାୟୀ ଦୀପାବଳିରେ ବାଣ ବିକ୍ରି କରିନପାରି କ୍ଷତି ସହିଥିଲେ । ରାଜ୍ୟ ସରକାରଙ୍କ ଏହି ଗ୍ରୀନ ସିଗନାଲ ପରେ ବ୍ୟବସାୟୀ ଭଲ ଦୁଇ ପଇସା ରୋଜଗାର କରିବାର ଆଶା ରଖିଛନ୍ତି । ଅନ୍ୟପଟେ ବାଣ ଫୁଟାଇବା ଉପରେ ମଧ୍ୟ କଟକଣା ଲାଗିଥିବାରୁ ଚଳିତ ବର୍ଷ ଦୀପାବଳିକୁ ଖୁବ ଧୁମଧାମରେ ପାଳନ କରିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ରାଜ୍ୟବାସୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 22, 2022, 2:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.