ETV Bharat / state

ଲଗାଣ ବର୍ଷାରେ ମାଟିରେ ମିଶିଲା ଘର, ଅଳ୍ପକେ ବର୍ତ୍ତିଲେ 6 ଜଣ

author img

By

Published : Aug 5, 2020, 3:24 PM IST

ଲଗାଣ ବର୍ଷା ଚାଷୀଙ୍କ ପାଇଁ ଆନନ୍ଦ ଆଣିଥିବାବେଳେ କିଛି ଗରିବଙ୍କ ପାଇଁ ଦୁଃଖର କାରଣ । ମଙ୍ଗଳବାର ବିଳମ୍ବିତ ରାତିରେ ବୌଦ୍ଧ ପୌରାଞ୍ଚଳର ବାପୁଜୀନଗର ବସ୍ତିର ଗୋଟିଏ ପରିବାରର ବାସଗୃହ ସମ୍ପୂର୍ଣ୍ଣ ଭାଙ୍ଗି ମାଟିରେ ମିଶି ଯାଇଛି ।

house damage in heavy rainfall in boudh
ଲଗାଣ ବର୍ଷାରେ ମାଟିରେ ମିଶିଲା ଘର

ବୌଦ୍ଧ: ଲଗାଣ ବର୍ଷା ଚାଷୀଙ୍କ ପାଇଁ ଆନନ୍ଦ ଆଣିଥିବାବେଳେ କିଛି ଗରିବଙ୍କ ପାଇଁ ଦୁଃଖର କାରଣ । ମଙ୍ଗଳବାର ବିଳମ୍ବିତ ରାତିରେ ବୌଦ୍ଧ ପୌରାଞ୍ଚଳର ବାପୁଜୀନଗର ବସ୍ତିର ଗୋଟିଏ ପରିବାରର ବାସଗୃହ ସମ୍ପୂର୍ଣ୍ଣ ଭାଙ୍ଗି ମାଟିରେ ମିଶି ଯାଇଛି ।

ଲଗାଣ ବର୍ଷାରେ ମାଟିରେ ମିଶିଲା ଘର

ତେବେ ପରିବାରର 6 ଜଣ ସଦସ୍ୟ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି । ସୂଚନାମୁତାବକ, ବାପୁଜୀନଗରର ଏହି ବେତରା ସମ୍ପ୍ରଦାୟର ଆଦିବାସୀ ପରିବାର ବାଉଁଶରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ପ୍ରତିପୋଷଣ କରୁଥିଲେ କିନ୍ତୁ ବର୍ତ୍ତମାନ ଲକଡାଉନ କାରଣରୁ ସେମାନେ ବିଶେଷ ପ୍ରଭାବିତ ହୋଇଛନ୍ତି । ଆଉ ଏହି ସମୟରେ ବୋଝ ଉପରେ ନଳିତାବିଡା ଭଳି ଘରଟି ମଧ୍ୟ ଭାଙ୍ଗିଯାଇଛି । ତେବେ ସ୍ଥାନୀୟ ସ୍ବେଚ୍ଛାସେବୀ ଏହି ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.