ବୌଦ୍ଧ: ଶିକ୍ଷାର ବିକାଶ କରିବା ପାଇଁ ରାଜ୍ୟସରକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏପରିକି ଛାତ୍ରଛାତ୍ରୀଙ୍କ ରହିବା ପାଇଁ ହଷ୍ଟେଲ ନିର୍ମାଣ କରୁଛନ୍ତି । ମାତ୍ର ବୌଦ୍ଧ ଜିଲ୍ଲାର ଅନେକ ସ୍ଥାନରେ ଏଭଳି ହଷ୍ଟେଲ ଗୁଡିକ ବ୍ୟାପକ ସମସ୍ୟା ଘେରରେ ରହିଛି । ଜିଲ୍ଲାର ଅଧିକାଂଶ ଆଦିବାସୀ ହଷ୍ଟେଲ ଗୁଡିକ ପରିଚାଳନା ତୃଟି, ଅବ୍ୟବସ୍ଥା, ଅସୁରକ୍ଷିତ ଭଳି ବିଭିନ୍ନ ସମସ୍ୟାରେ ରହିଥିବା ଅଭିଯୋଗ ହୋଇଛି । ଜିଲ୍ଲା ସଦର ମହକୁମାରେ ଥିବା ତିନୋଟି ଏଭଳି ହଷ୍ଟେଲରେ ଆଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ରହିପାରି ପାରୁନଥିବା ବେଳେ ଜିଲ୍ଲାର ପ୍ରଥମ ମହାବିଦ୍ୟାଳୟର କାର୍ଯ୍ୟାଳୟ ମଧ୍ୟ ଏଭଳି ଏକ ହଷ୍ଟେଲରେ ଚାଲିଛି ।
ସେପଟେ ଲୁଣିବାହାଲ ଉଚ୍ଚ ବିଦ୍ୟାଳୟର ପଛ ପାର୍ଶ୍ଵରେ ତିନି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଆଦିବାସୀ ଛାତ୍ରୀ ନିବାସ ଅବଧି ସରି ଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇ ପାରୁନାହିଁ । ଅସମ୍ପୂର୍ଣ୍ଣ କୋଠା ବର୍ତ୍ତମାନ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଯାଇଛି । ଏନେଇ ବୁଦ୍ଧିଜୀବୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବା ବେଳେ ବୌଦ୍ଧ ଜିଲ୍ଲାପାଳ ଏହାର ସମାଧାନ ଅତିଶୀଘ୍ର ହେବ ବୋଲି ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି,ଇଟିଭି ଭାରତ