ETV Bharat / state

ସରକାରଙ୍କ ଦୃଷ୍ଟି ଆଢୁଆଳରେ ସପ୍ତମାତୃକା ପୀଠ - ଗନ୍ଧରାଡିର ଚଣ୍ଡୀତଳର ଚଣ୍ଡୀପୀଠ

ସୋମବଂଶୀ ରାଜତ୍ଵରେ ଓଡ଼ିଶାର ଅନ୍ୟତମ ତନ୍ତ୍ରପୀଠ ଭାବରେ ପ୍ରତିଷ୍ଠା ସପ୍ତମାତୃକା ଉପାସନା ପୀଠ। ଆସନ୍ତୁ ଜାଣିବା ସପ୍ତମାତୃକା ଉପାସନାସ୍ଥଳୀର ମହତ୍ତ୍ବ ଏବଂ ଲୁପ୍ତ ଇତିହାସ ସମ୍ପର୍କରେ । ଅଧିକ ପଢ଼ନ୍ତୁ

ସପ୍ତମାତୃକା ଉପାସନା ପୀଠର ଲୁପ୍ତ ଇତିହାସ
ସପ୍ତମାତୃକା ଉପାସନା ପୀଠର ଲୁପ୍ତ ଇତିହାସ
author img

By

Published : Mar 4, 2023, 11:22 AM IST

ସପ୍ତମାତୃକା ଉପାସନା ପୀଠର ଲୁପ୍ତ ଇତିହାସ

ବୌଦ୍ଧ: ଓଡ଼ିଶାର ସାଂସ୍କୃତିକ ନାଭିକେନ୍ଦ୍ର ଭାବରେ ପରିଚିତ ମହାନଦୀ କୂଳରେ ରହିଛି ଯଯାତି ନଗରର ଲୁପ୍ତ ଇତିହାସ । ଶାକ୍ତ ଉପାସନା ର ଅନ୍ୟତମ ପ୍ରାଣକେନ୍ଦ୍ର ଅଞ୍ଚଳରେ ରହିଛି ଅନାଲୋଚିତ ଐତିହାସିକ କୀର୍ତ୍ତି ବିମଣ୍ଡିତ ସ୍ଥାନ ସପ୍ତମାତୃକା ଉପାସନା ପୀଠ । ଓଡ଼ିଶାର କେତେକ ସ୍ଥାନରେ ଯୋଗିନୀ ପୀଠ ଓ ମାତୃ ଉପାସନାର ପୀଠ ରହିଥିବା ବେଳେ ନବମ ଶତାବ୍ଦୀର ଏହି ସପ୍ତମାତୃକା ପୀଠଟିର ବିକାଶ କିମ୍ବା ପ୍ରଚାର ପ୍ରସାର ଠିକରେ ହୋଇପାରି ନାହିଁ । ସ୍ଥାନୀୟ ଅଞ୍ଚଳରେ ଏକ ପ୍ରବାଦ ରହିଛି ଯେ ଶହେ ଚଣ୍ଡୀକୁ ଅଶୀ ବାଉତୀ,ବହନୀକୁ ଧରି ପୂଜାପାନ୍ତି ।

ଐତିହାସିକ କୀର୍ତ୍ତି ବିମଣ୍ଡିତ ଗଡଜାତ ବୌଦ୍ଧରେ କୋଣ ଅନୁକୋଣରେ ରହିଛି ଅନେକ ଐତିହ୍ୟ ପୂର୍ଣ୍ଣ ସ୍ଥାନ । ତନ୍ମଧ୍ୟରୁ ଅନ୍ୟତମ ବିଶ୍ୱ ପ୍ରସିଦ୍ଧ ଗନ୍ଧରାଡିର ହରିହର ମନ୍ଦିର ଠାରୁ ଅଳ୍ପ ଦୂରରେ ଥିବା ଚଣ୍ଡୀତଳର ଚଣ୍ଡୀପୀଠ । ବୌଦ୍ଧ ଜିଲ୍ଲା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଚଣ୍ଡୀତଳର ଏହି ପ୍ରାଚୀନ ପୀଠଟି ଚଣ୍ଡୀ ବନ୍ଧ ବା ପୋଖରୀର ହୁଡାରେ ଅବସ୍ଥିତ ।

ତେବେ ଏହି ପୀଠର ସ୍ଥାପନକୁ ନେଇ ଅନେକ ଲୋକକଥା ଓ କିମ୍ବଦନ୍ତୀ ପ୍ରଚଳିତ । ଇତିହାସ ପୃଷ୍ଠାକୁ ଅବଲୋକନ କଲେ ଅଷ୍ଟମ ଶତାବ୍ଦୀର ପରବର୍ତ୍ତୀ ସମୟରେ ବୌଦ୍ଧ ରାଜ୍ୟର ପରାକ୍ରମୀ ଭଞ୍ଜ ରାଜାଙ୍କୁ ସୋମବଂଶୀ ଶାସନ ପରାସ୍ତ କରି ଏହି ବିରାଟ ଭୂଖଣ୍ଡ ଯାହାକି ଉଡ୍ରଦେଶ ଭାବରେ ପରିଚିତ ଥିଲା ତାକୁ ଜୟ କରିଥିଲେ । ଏହାର ରାଜଧାନୀ ସୋମବଂଶୀ ଶାସକ ଯଯାତି କେଶରୀ ନିଜ ନାମରେ ଯଯାତି ନଗର ଭାବରେ ମହାନଦୀ କୂଳରେ ପ୍ରତିଷ୍ଠା କରିଥିଲେ । ଯାହାର ପ୍ରମାଣ ବର୍ତ୍ତମାନ ମଧ୍ୟ ଯଗତୀ ଗ୍ରାମ ଭାବରେ ରହିଛି । ତୃତୀୟ ମହାଶିବଗୁପ୍ତ ଏହି ସ୍ଥାନରେ ଯୋଗିନୀ ଚଣ୍ଡୀଙ୍କ ଉପାସନା କରି ସିଦ୍ଧି ପ୍ରାପ୍ତି ପରେ ନିଜକୁ ଚଣ୍ଡୀହାର ଯଯାତି ଭାବରେ ପରିଚିତ କରାଇଥିଲେ ।

ତେବେ ପରିବର୍ତ୍ତିତ ସମୟରେ ପୀଠଟି ମାଟିତଳେ ପୋତି ହୋଇପଡିଥିଲା । ଆହୁରି ମଧ୍ୟ ଏଠାରେ ଏକ ପ୍ରାଚୀନ ମନ୍ଦିର ଥିବାର ମଧ୍ୟ ଅନୁମାନ କରାଯାଏ । କାରଣ ପୀଠ ନିକଟସ୍ଥ ପୋଖରୀ ହୁଡାରେ ବର୍ତ୍ତମାନ ମଧ୍ୟ ଅନେକ କାରୁକାର୍ଯ୍ୟ ପୂର୍ଣ୍ଣ ପଥର ଇତଃସ୍ତତ ହୋଇ ପଡିରହିଛି । ଏହି ପ୍ରାଚୀନ ପୀଠ ଅଞ୍ଚଳରେ ଖନନ କାର୍ଯ୍ୟ ହୋଇ ନଥିବାରୁ ଆହୁରି ଅନେକ ପ୍ରତିମୂର୍ତ୍ତି ଏଠାରେ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି । ଚଣ୍ଡୀତଳର ଏହି ଚଣ୍ଡୀପୀଠ ଯୁଗେ ଯୁଗେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଚଣ୍ଡୀପୀଠର ମୁଖ୍ୟ ଦେବୀ ଷଡଭୂଜା ଚାମୁଣ୍ଡା ହୋଇଥିବା ବେଳେ ସମ୍ମୁଖ ଭାଗରେ ତିନୋଟି ମସ୍ତକ ଓ ପ୍ରତିମୂର୍ତ୍ତୀର ପଛ ପାର୍ଶ୍ଵରେ ଆଉ ଏକ ମସ୍ତକ ଖୋଦିତ ହୋଇଛି ।

ଚାମୁଣ୍ଡା ଦେବୀଙ୍କ ସହିତ ଇନ୍ଦ୍ରାଣୀ ଦେବୀ, ଚତୁର୍ଭୁଜା କୌମାରୀ, ଚତୁର୍ଭୁଜା ମାହେଶ୍ବରୀ,ଜଟାଧାରୀ ମାତଙ୍ଗୀ ଓ ଲଳିତାସନରେ ବାରାହୀ ଦେବୀ ପୂଜିତ ହେଉଛନ୍ତି । ତେବେ ସ୍ଥାନୀୟ ଅଞ୍ଚଳରେ ଏହି ସପ୍ତମାତୃକାଙ୍କୁ ଭିନ୍ନ ଭିନ୍ନ ନାମରେ ପୂଜାର୍ଚ୍ଚନା କରାଯାଉ ଥିବା ବେଳେ ମୁଖ୍ୟ ଦେବୀ ଚାମୁଣ୍ଡା ଯୋଗିନୀଙ୍କୁ ବ୍ରାହ୍ମୀ ଦେବୀ ଭାବରେ ସ୍ଥାନୀୟ ପଣ୍ଡିତ ମାନେ ନିର୍ଣ୍ଣୟ କରିଛନ୍ତି । ଦୀର୍ଘ ବର୍ଷ ତଳେ ଉକ୍ତ ଚଣ୍ଡୀତଳର ମନ୍ଦିରଟି ଧ୍ବଂସ ପାଇବା ପରେ ବିଗ୍ରହ ଗୁଡିକୁ ଏକ ଅସ୍ଥାୟୀ ମଣ୍ଡପରେ ପୂଜାର୍ଚ୍ଚନା କରାଯାଉଥିଲା । ବର୍ତ୍ତମାନ ସେଠାରେ ଏକ ଭବ୍ୟ ମନ୍ଦିର ପୁଣି ଥରେ ଭକ୍ତ ଶ୍ରଦ୍ଧାଳୁଙ୍କ ଦ୍ବାରା ଗଢିଉଠିଛି ।

ତେବେ ବର୍ତ୍ତମାନ ମଧ୍ୟ ଏହି ପ୍ରାଚୀନ ଐତିହାସିକ ପୀଠକୁ ସବୁଦିନିଆ ରାସ୍ତା ଖଣ୍ଡେ ନାହିଁ । ଏହାଛଡା ନିକଟରେ ଥିବା ଐତିହାସିକ ଚଣ୍ଡୀବନ୍ଧ ବା ପୋଖରୀ ପୋତି ହୋଇପଡିଛି । ତେଣୁ ଉକ୍ତ ପୋଖରୀର ପୁନରୁଦ୍ଧାର ମଧ୍ୟ ଯଥେଷ୍ଟ ଆବଶ୍ୟକତା ରହିଛି । ଅଞ୍ଚଳବାସୀ ଏହି ପୀଠର ଉନ୍ନତି ପାଇଁ ପ୍ରଶାସନିକ ସ୍ତରରେ ଓ ପର୍ଯ୍ୟଟନ ବିଭାଗ ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.