ETV Bharat / state

ସରକାରୀ ସହାୟତା ଅପେକ୍ଷାରେ ଅସହାୟ ଭାଇଭଉଣୀ - Helpless brother and sister

ଅସହାୟ ଅବସ୍ଥାରେ ବାପା ମାଆ ଛେଉଣ୍ତ ଭାଇଭଉଣୀ । ଗରିବ ଶ୍ରେଣୀର ହୋଇଥିବାରୁ ଚଳିବା କଷ୍ଟକର ହୋଇପଡୁଛି । ଅଧିକ ପଢନ୍ତୁ...

ସରକାରୀ ସହାୟତା ଅପେକ୍ଷାରେ ଅସହାୟ ଭାଇଭଉଣୀ
ସରକାରୀ ସହାୟତା ଅପେକ୍ଷାରେ ଅସହାୟ ଭାଇଭଉଣୀ
author img

By

Published : Aug 6, 2021, 11:49 AM IST

ବୌଦ୍ଧ: ଚାରି ବର୍ଷ ହେଲା ମାଆ କୁଆଡେ ଚାଲିଗଲା । ୨ ମାସ ହେବ ବାପାଙ୍କୁ ନିଜ ସମ୍ପର୍କୀୟମାନେ ପୂର୍ବ ଶତୃତାକୁ ନେଇ ହତ୍ୟା କରିଦେଇଛନ୍ତି । ଏବେ ଅସହାୟ ଅବସ୍ଥାରେ ବାପା ମାଆ ଛେଉଣ୍ତ ଭାଇଭରଣୀ ଜେଜେଙ୍କ ପାଖରେ ରହୁଛନ୍ତି । ଗରିବ ଶ୍ରେଣୀର ହୋଇଥିବାରୁ ଚଳିବା କଷ୍ଟକର ହୋଇପଡୁଛି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଥାନା ଅନ୍ତର୍ଗତ ସରସରା ଗ୍ରାମରେ । ଗାଁର ବୃଦ୍ଧ ଗଣ୍ଡାଧରଙ୍କ ପୁଅବୋହୂ ଓ ନାତିନାତୁଣୀକୁ ନେଇ ହସଖୁସିର ସଂସାର ଥିଲା । ତେବେ ପ୍ରାୟ ଚାରି ବର୍ଷ ତଳେ ଗଣ୍ଡାଧରଙ୍କ ବୋହୂ ତାଙ୍କ ଛୋଟ ଦୁଇ ପୁଅଝିଅକୁ ଛାଡି କେଉଁ ଆଡେ ଚାଲିଗଲେ ଯେ ତାର ପତ୍ତା ନାହିଁ ।

ସରକାରୀ ସହାୟତା ଅପେକ୍ଷାରେ ଅସହାୟ ଭାଇଭଉଣୀ

ପୁଅ ଅନ୍ତର୍ଯ୍ୟାମୀ ଦୁଇ ପୁଅଝିଅକୁ ନେଇ ଚଳୁଥିଲା । ହେଲେ ଦଇବ ସହିଲା ନାହିଁ । ପୁଅ ଅନ୍ତର୍ଯ୍ୟାମୀଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟ ମାନେ ସୁନାଖାଇ ନାଳ ନିକଟରେ ହତ୍ୟା କରି ଫିଙ୍ଗି ଦେଲେ । ତେବେ ଏହି ଘଟଣାର ଦୀର୍ଘ ଦୁଇ ମାସ ବିତିଯାଇଥିଲେ ମଧ୍ୟ ବୌଦ୍ଧ ପୋଲିସ ଅଭିଯୁକ୍ତଙ୍କୁ ଧରିପାରୁନଥିବାରୁ ଗୁରୁବାର ଗଣ୍ଡାଧର ନିଜ ପୁଅର ହତ୍ୟାକାଣ୍ଡର ନ୍ୟାୟ ପାଇଁ ବୌଦ୍ଧ ଏସପିଙ୍କ ଦ୍ବାରସ୍ଥ ହୋଇଥିଲେ ।

ସେପଟେ ଅନ୍ତର୍ଯ୍ୟାମୀଙ୍କ ଦୁଇ ଛୋଟ ପୁଅଝିଅ ବର୍ତ୍ତମାନ ଅସହାୟ ହୋଇପଡିଛନ୍ତି । ସେମାନେ ବର୍ତ୍ତମାନ ବୃଦ୍ଧ ଜେଜେ ଗଣ୍ଡାଧରଙ୍କ ଆଶ୍ରାରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛନ୍ତି । ଏ ସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବଗତ ଥିବା ତଥା ସରକାରଙ୍କ ଆଶିର୍ବାଦ ଯୋଜନାରେ ସେମାନଙ୍କୁ ସାମିଲ କରାଯିବ ବୋଲି କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.