ବୌଦ୍ଧ : ଜିଲ୍ଲାରେ ଅଦିନିଆ ବର୍ଷା ( Heavy Rainfall in Boudh) । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଗତକାଲି ବିଭିନ୍ନ ସ୍ଥାନରେ ବର୍ଷା ସହିତ କୁଆପଥର ବୃଷ୍ଟି ହୋଇଛି । ଜିଲ୍ଲାର କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକର ଅନେକ ସ୍ଥାନରେ ରାତ୍ରି ସମୟରେ ତୁହାକୁ ତୁହା ବର୍ଷା ହୋଇଥିଲା ।
ଏହି ଅଦିନିଆ ବର୍ଷା ଓ କୁଆପଥର ମାଡରେ ଚାଷୀଙ୍କ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଜଣାପଡିଛି । ବର୍ଷା ଯୋଗୁଁ ଚାଷୀଙ୍କ ଅମଳ ହୋଇଥିବା ଧାନ ଅନେକ ସ୍ଥାନରେ ଓଦା ହୋଇ ନଷ୍ଟ ହୋଇଥିବାବେଳେ କୁଆପଥର ମାଡରେ ପନିପରିବା ଚାଷୀ ଚିନ୍ତାରେ ପଡିଯାଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ