ETV Bharat / state

ଲକଡାଉନ କୋହଳ ହେଉହେଉ ବଜାରରେ ଅସମ୍ଭାଳ ଭିଡ

author img

By

Published : Jun 19, 2021, 7:30 AM IST

ଲକଡାଉନ କଟକଣାରେ ସାମାନ୍ୟ କୋହଳ କଣ ହେଲା, ବଜାରରେ ଅସମ୍ଭାଳ ଭିଡ । ବୌଦ୍ଧ ଜିଲ୍ଲାରେ ସଂକ୍ରମଣ ରେକର୍ଡ ସଂଖ୍ୟାରେ ହ୍ରାସ ପାଉଥିବା ବେଳେ ଏଭଳି ଜନଗହଳି ସମସ୍ତଙ୍କୁ ଚିନ୍ତିତ କରିଛି । ଅଧିକ ପଢନ୍ତୁ...

ଲକଡାଉନ କୋହଳ ହେଉହେଉ ବଜାରରେ ପ୍ରବଳ ଭିଡ
ଲକଡାଉନ କୋହଳ ହେଉହେଉ ବଜାରରେ ପ୍ରବଳ ଭିଡ

ବୌଦ୍ଧ: ଜିଲ୍ଲାରେ ହ୍ରାସ ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଶୁକ୍ରବାର ବୌଦ୍ଧ ଜିଲ୍ଲାରୁ ମାତ୍ର 35 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସାଧାରଣରେ ଆଶ୍ବସ୍ତି ପ୍ରକାଶ ପାଇଛି ।

ଲକଡାଉନ କୋହଳ ହେଉହେଉ ବଜାରରେ ପ୍ରବଳ ଭିଡ

ତେବେ ସରକାର କୋରୋନା କଟକଣାରେ ସାମାନ୍ୟ କୋହଳ କରିଥିବା ବେଳେ ବୌଦ୍ଧ ଜିଲ୍ଲାର ବିଭିନ୍ନ ବଜାରରେ ଅସମ୍ଭାଳ ଭିଡ ପୁଣିଥରେ ଆରମ୍ଭ ହୋଇଗଲାଣି ।

ବୌଦ୍ଧ ଜିଲ୍ଲା ସଦର ମହକୁମାର ବଜାର ସହରର ବିଭିନ୍ନ ରାସ୍ତା ଓ ଖୋଲା ସ୍ଥାନରେ ଖେଳେଇ ହୋଇ ବସିବା ପାଇଁ ନିର୍ଦ୍ଦେଶ ସତ୍ତ୍ୱେ ଏସବୁର ଖୋଲାଖୋଲି ଉଲ୍ଲଙ୍ଘନ ହେଉଥିବା ଦେଖିବାକୁ ମିଳିଛି ।

ପୂର୍ବରୁ ଗାନ୍ଧୀ ଛକ ଅଞ୍ଚଳରେ ବସୁଥିବା ବଜାରକୁ ସମ୍ପୂର୍ଣ୍ଣ ବନ୍ଦ କରି ବୁଦ୍ଧ ପାର୍କ ରାସ୍ତା ଯାହାକି ଅତ୍ୟନ୍ତ ସଙ୍କୁଚିତ ରାସ୍ତା ତାର ଉଭୟ ପାର୍ଶ୍ଵରେ ପରିବା ବଜାର ବସିବା ଯୋଗୁଁ ଆଜି ବଜାରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

ଏଠାରେ ସାମାଜିକ ଦୂରତା ଓ କୋରୋନା କଟକଣାକୁ ଉଲ୍ଲଙ୍ଘନ କରାଯାଇଥିବାରୁ ବୁଦ୍ଧିଜୀବୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ସେପଟେ ପୁଣି ଥରେ ଉମା ପଞ୍ଚାୟତରେ ସାମାଜିକ ସୁରକ୍ଷା ବାବଦ ଭତ୍ତା ପ୍ରଦାନ ସମୟରେ ପ୍ରବଳ ଭିଡ ହୋଇଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.