ETV Bharat / state

ଚାଲିଛି ସବୁଜ ଜହର ଦମନ ଅଭିଯାନ, ବୌଦ୍ଧରେ ଥମୁନି ଗଞ୍ଜେଇ କାରବାର

author img

By

Published : Jul 25, 2021, 7:06 PM IST

ରାଜ୍ୟର ଚୋରା ଗଞ୍ଜେଇ ଚାଲାଣର ରାଜଧାନୀ ପାଲଟିଛି ବୌଦ୍ଧ ଜିଲ୍ଲା । ନୂତନ ଏସପି ଯୋଗ ଦେବା ଦିନଠାରୁ ଆରମ୍ଭ ହୋଇଛି ମିଶନ ସବୁଜ ଜହର ଦମନ ଅଭିଯାନ । ଅଧିକ ପଢନ୍ତୁ...

 କ୍ବିଣ୍ଟାଲ କ୍ବିଣ୍ଟାଲ ବେଆଇନ ଗଞ୍ଜେଇ ।
କ୍ବିଣ୍ଟାଲ କ୍ବିଣ୍ଟାଲ ବେଆଇନ ଗଞ୍ଜେଇ ।

ବୌଦ୍ଧ: ଜିଲ୍ଲାରେ ପୋଲିସ ଲଗାତାର ଚଢାଉରେ ଧରାପଡୁଛି କ୍ବିଣ୍ଟାଲ କ୍ବିଣ୍ଟାଲ ବେଆଇନ ଗଞ୍ଜେଇ । ବେଆଇନ ଗଞ୍ଜେଇ ଚାଲାଣର ରାଜଧାନୀ ପାଲଟିଥିବା ବୌଦ୍ଧ ଜିଲ୍ଲାର ନୂତନ ଏସପି ଭାବରେ ଜ୍ଞାନ ରଞ୍ଜନ ମହାନ୍ତି ଯୋଗଦେବା ଦିନଠାରୁ ଆରମ୍ଭ ହୋଇଛି ଏହି ସବୁଜ ଜହର ଦମନ ଅଭିଯାନ ।

 କ୍ବିଣ୍ଟାଲ କ୍ବିଣ୍ଟାଲ ବେଆଇନ ଗଞ୍ଜେଇ ।
କ୍ବିଣ୍ଟାଲ କ୍ବିଣ୍ଟାଲ ବେଆଇନ ଗଞ୍ଜେଇ ।

ବୌଦ୍ଧ ଜିଲ୍ଲାରେ ରଥଯାତ୍ରା ଦିନ ଠାରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିବା ବେଳେ ପ୍ରତ୍ୟେକ ଦିନ କ୍ବିଣ୍ଟାଲ କ୍ବିଣ୍ଟାଲ ବେଆଇନ ଗଞ୍ଜେଇ ଚୋରା ଚାଲାଣ ଧରୁଛି ପୋଲିସ । ସାରା ରାଜ୍ୟରେ ବେଆଇନ ଗଞ୍ଜେଇ ଚାଲାଣ ପାଇଁ କୁଖ୍ୟାତି ଅର୍ଜନ କରିଥିବା ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ମନମୁଣ୍ଡା,ବାଉଁଶୁଣୀ ଓ ବୌଦ୍ଧ ଥାନା ଅଞ୍ଚଳରୁ ପ୍ରତ୍ୟେକ ଦିନ ଶହ ଶହ କ୍ବିଣ୍ଟାଲ ଗଞ୍ଜେଇ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ବେଳେ କିଛି ଦୁର୍ନୀତି ଗ୍ରସ୍ତ ଖାକି ପୋଷାକଧାରୀଙ୍କ ଯୋଗୁଁ ଏହା ମାଫିଆଙ୍କ ଚାରଣ ଭୂଇଁ ପାଲଟିଛି ।

 କ୍ବିଣ୍ଟାଲ କ୍ବିଣ୍ଟାଲ ବେଆଇନ ଗଞ୍ଜେଇ ।
କ୍ବିଣ୍ଟାଲ କ୍ବିଣ୍ଟାଲ ବେଆଇନ ଗଞ୍ଜେଇ ।
 କ୍ବିଣ୍ଟାଲ କ୍ବିଣ୍ଟାଲ ବେଆଇନ ଗଞ୍ଜେଇ ।
କ୍ବିଣ୍ଟାଲ କ୍ବିଣ୍ଟାଲ ବେଆଇନ ଗଞ୍ଜେଇ ।

ଏହି ବେଆଇନ ଗଞ୍ଜେଇ ସରକାରୀ ଭାବରେ ଦର୍ଶାଯାଉଥିବା ମାତ୍ରା କୁନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୋଟିଏ ଦିନ ପୂର୍ବରୁ ମନମୁଣ୍ଡା ପୋଲିସ ଏକ ରସୁଣ ବୋଝେଇ ପିକଅପରୁ 224 କେଜି ଗଞ୍ଜେଇ ସହ ତିନି ଜଣକୁ ଗିରଫ କରିଥିବା ବେଳେ ଗତକାଲି ବୌଦ୍ଧ ପୋଲିସ ଏକ ପିକ ଅପ ଭ୍ୟାନରୁ 425 କେଜି ଗଞ୍ଜେଇ ସହ ଦୁଇ ଜଣକୁ ଗିରଫ କରିଛି । ପୂର୍ବରୁ ମାସକରେ ଗୋଟିଏ ଦୁଇଟି ଗଞ୍ଜେଇ ଚାଲାଣ ସମ୍ପର୍କରେ ପୋଲିସ ସୂଚନା ଦେଉଥିବା ବେଳେ ବର୍ତ୍ତମାନ ନୂତନ ଏସପି ଙ୍କ କାର୍ଯ୍ୟରେ ଯୋଗଦାନ ପରେ ପ୍ରତ୍ୟେକ ଦିନ ଗଞ୍ଜେଇ ଧରପଗଡ ସାଧାରଣରେ ପୋଲିସ ଆସ୍ଥା ଭାଜନ ହୋଇପାରିବ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.