ETV Bharat / state

ଗୈରିକମୟ ହେଲା ସାରା ସହର, ଜୟ ହନୁମାନ ଧ୍ବନିରେ ପ୍ରକମ୍ପିତ ହେଲା ଚତୁର୍ଦ୍ଦିଗ - ଓଡ଼ିଆ ନବବର୍ଷ

ହନୁମାନଙ୍କ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ବୌଦ୍ଧ ସହର । ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଜିଲ୍ଲା ଶାଖା ପକ୍ଷରୁ ବିଶାଳ ଶୋଭାଯାତ୍ରାର ଆୟୋଜନ । ଅଧିକ ପଢ଼ନ୍ତୁ

hanuman jayanti celebrated in boudh
ବୌଦ୍ଧରେ ହନୁମାନଙ୍କ ଜୟନ୍ତୀ ଉତ୍ସବ ପାଳନ
author img

By

Published : Apr 14, 2023, 5:28 PM IST

r

ବୌଦ୍ଧ: ଓଡ଼ିଆ ନବବର୍ଷ ଓ ପବନପୁତ୍ର ହନୁମାନଙ୍କ ଜୟନ୍ତୀ ଉପଲକ୍ଷେ ସାରା ଜିଲ୍ଲା ଉତ୍ସବ ମୁଖର ହୋଇଉଠିଛି । ଏହି ଅବସରରେ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଜିଲ୍ଲା ଶାଖା ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାରେ ନଗର ପରିକ୍ରମା କରାଯାଇଛି । ଆଜି ମହାବିଷୁବ ସଂକ୍ରାନ୍ତି ଥିବାରୁ ପୁରପଲ୍ଲୀରେ ବିଭିନ୍ନ ସାମଗ୍ରୀର ପଣା ପ୍ରସ୍ତୁତ ହୋଇ ବିତରଣ କରାଯାଇଥିବା ସହ ବିଭିନ୍ନ ସ୍ଥାନରେ ହନୁମାନଙ୍କ ଜୟନ୍ତୀ ଲାଗି ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଓଡ଼ିଆ ନବବର୍ଷ ଅବସରରେ ବୌଦ୍ଧର ପ୍ରସିଦ୍ଧ ଚନ୍ଦ୍ରଚୂଡ ମନ୍ଦିର ନିକଟସ୍ଥ ଚିରଘାଟ ଠାରେ ବ୍ରାହ୍ମଣ ସମାଜ ପକ୍ଷରୁ ସୂର୍ଯ୍ୟ ଅର୍ଘ୍ୟ ଅର୍ପଣ କରାଯାଇଥିଲା । ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ମଧ୍ୟ ପ୍ରତ୍ୟୁଷର ଏହି ପବିତ୍ର କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଆଜି ପବନପୁତ୍ର ହନୁମାନଙ୍କ ଜୟନ୍ତୀ ଥିବାରୁ ମହାନଦୀ ଗର୍ଭରେ ଅବସ୍ଥିତ ସିଦ୍ଧ ହନୁମାନଙ୍କ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଛି । ମହାବୀରଙ୍କ ଦର୍ଶନ କରିବା ଲାଗି ଶହଶହ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ମହାବିଷୁବ ସଂକ୍ରାନ୍ତି ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ପଣାର ବ୍ୟବସ୍ଥା କରାଯାଇଛି । ଚାରିଛକ, ପୁରୁଣାକଟକ, ଜହ୍ନାପଙ୍ଗ, ସାହାଜପାଲ, ବାଉଁଶୁଣୀ, ଦହ୍ୟା, ମନମୁଣ୍ଡା, ଶଗଡା, ପଲସାଗୋରା, କଣ୍ଟାମାଳ, ଘଣ୍ଟାପଡା ଭଳି ଅନେକ ସ୍ଥାନରେ ପଣା ତିଆରି ହୋଇ ବଣ୍ଟା ଯାଇଛି ।

ଅନ୍ୟପଟେ ଜିଲ୍ଲାର ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଏକ ଭବ୍ୟ ତଥା ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ସିଦ୍ଧ ହନୁମାନଙ୍କ ପୀଠ ନିକଟରୁ ଏହି ଶୋଭାଯାତ୍ରା ବାହାରି ସାରା ବୌଦ୍ଧ ସହର ପରିକ୍ରମା କରିଥିଲା । ଏନେଇ ବିଶ୍ବ ହିନ୍ଦୁ ପରିଷଦ ସଦସ୍ୟ କହିଛନ୍ତି, " ଆଜି ଓଡ଼ିଆ ନବବର୍ଷ ସହ ମହାବୀର ହନୁମାନଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ଜିଲ୍ଲାରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ସାରା ସହରରେ ଶୋଭାଯାତ୍ରା କରାଯାଇଛି । ଯାହାକି ଆମ ହିନ୍ଦୁତ୍ବକୁ ବଜାୟ ରଖିବାରେ ସହାୟକ ହେବ ।" ତେବେ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବୌଦ୍ଧ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ସେପଟେ ଆଜି ସମ୍ବିଧାନ ପ୍ରଣେତା ବି.ଆର ଆମ୍ବେଦକରଙ୍କ ଜୟନ୍ତୀ ହୋଇଥିବାରୁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ପ୍ରଶାସନିକ ଅଧିକାରୀଙ୍କ ସମେତ ବହୁ ବୁଦ୍ଧିଜୀବୀ, ନାଗରିକ ଏକତ୍ରିତ ହୋଇ ଜିଲ୍ଲା କୋର୍ଟ ସମ୍ମୁଖରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.