ETV Bharat / state

ବାଟବଣା ବିଜୁ ପକ୍କାଘର ଯୋଜନା; ଖଜୁରୀ ତାଟି ତଳେ ବିତୁଛି ଜୀବନ - ବିଜୁ ପକ୍କାଘର ଯୋଜନା

ବାଟବଣା ବିଜୁ ପକ୍କାଘର ଯୋଜନା । ବେଫିକର ସରକାରୀ ବାବୁ । ଆଉ ଏପରି ଅବସ୍ଥାରେ ଅସହାୟ ଅବସ୍ଥାରେ ବୃଦ୍ଧା...

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Sep 22, 2019, 5:24 PM IST

ବୌଦ୍ଧ: ଦେଶରେ କି ରାଜ୍ୟରେ କେହି ବାସହୀନ ରହିବେ ନାହିଁ । ଖାଲି ଏତିକି ନୁହେଁ ଅଗ୍ରାଧିକାର ଭିତ୍ତିରେ ଅତ୍ୟନ୍ତ ଗରିବ ଓ ବାସହୀନ ଲୋକଙ୍କୁ ଚିହ୍ନଟ କରାଯାଇ ଘର ଯୋଗାଇ ଦିଆଯିବ । ଏହାସହ ମାନସିକ ଅଗ୍ରସର ଭିନ୍ନକ୍ଷମଙ୍କୁ ମଧ୍ୟ ତତ୍କାଳ ଘର ଯୋଗାଇବାକୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ରାଜ୍ୟ ସରକାର କଡା ନିର୍ଦେଶ ଜାରି କରିଛନ୍ତି । ରାଜ୍ୟରେ ବିଜୁ ପକ୍କା ଘର ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ହେଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଏହା ସତ୍ବେ ଅସୁବିଧା କେଉଁଠି ରହୁଛି ? ସରକାରଙ୍କ ନିର୍ଦେଶ ସତ୍ବେ ଅଗ୍ରାଧିକାର ଭିତ୍ତିରେ ଅତ୍ୟନ୍ତ ଗରିବ ଓ ନିରାଶ୍ରୟ ଲୋକଙ୍କୁ କାହିଁକି ଯୋଗାଇ ଦିଆଯାଉନି ସରକାରୀ ଆବାସ । ସରକାର ଯେତେ ଡିଣ୍ଡିମ ପିଟିଲେ ମଧ୍ୟ ସବୁ ଯୋଜନା ବାଟବଣା ହେଉଛି ।

ଏମିତି ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଘଟଣା ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମଗଡ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ଶହେ ମିଟର ଦୂରର । ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ଶହେ ମିଟର ଦୂରରେ ଏକ ଛୋଟିଆ ବାରଣ୍ଡାରେ ଖଜୁରୀ ପତ୍ରରେ ନିର୍ମିତ ଝୁମ୍ପୁଡି କୁଡିଆ କରି ଦୀର୍ଘବର୍ଷ ହେଲା ରହୁଛନ୍ତି ଜଣେ ବୃଦ୍ଧା ଓ ତାଙ୍କର ମାନସିକ ଅଗ୍ରସର ଝିଅ । ଯାହା ନଦେଖିଲେ କେହି ବିଶ୍ବାସ କରିବେ ନାହିଁ । ଆଜକୁ ପ୍ରାୟ 20 ବର୍ଷ ତଳେ ବୃ୍ଦ୍ଧାଙ୍କ ସ୍ବାମୀ ଆରପାରିକୁ ଚାଲି ଯାଇଥିଲେ । ସେବେଠାରୁ ବୃଦ୍ଧା ଜଣଙ୍କ ଅତି ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି ।

ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ଶହେ ମିଟର ଦୂରରେ ବୃଦ୍ଧା ଜଣଙ୍କ ବସବାସ କରୁଥିଲେ ମଧ୍ୟ କାହିଁକି କୌଣସି ସରକାରୀ ବାବୁଙ୍କ ନଜର ପଡୁନାହିଁ । ଅନ୍ୟପଟେ ଆମ ପ୍ରତିନିଧି ବୃଦ୍ଧାଙ୍କ ସମସ୍ୟା ନେଇ ରାମଗଡ ପଞ୍ଚାୟତ ସରପଞ୍ଚଙ୍କୁ ପଚାରିବାରୁ ସେ କହିଛନ୍ତି ସମ୍ପୃକ୍ତ ବୃ୍ଦ୍ଧାଙ୍କ ଇସିସି ତାଲିକାରେ ନା ନଥିବାରୁ ତାଙ୍କୁ ଘର ମିଳିପାରି ନାହିଁ । ଆଗାମୀ ଦିନରେ ଯୋଗାଇ ଦିଆଯିବ । ତେବେ ଏଠି ପ୍ରଶ୍ନ ଉଠୁଛି ଆଉ କେବେ ମିଳିବ ଘର ? ବୃଦ୍ଧା ଆଉ କେଉଁସ୍ତରକୁ ଗଲେ ଘର ଖଣ୍ଡେ ଯୋଗାଇ ଦେବେ ସ୍ପଷ୍ଟ କରିବେ କି ସରପଞ୍ଚ ବାବୁ ।

ବୌଦ୍ଧରୁ ସତ୍ୟ ନରାୟଣ ପାଣି, ଇଟିଭି ଭାରତ

Intro:ତିନି ଫୁଟିଆ ବରଣ୍ଡଖରେ ବିତୁଛି ଜୀବନ ।ଅତ୍ୟନ୍ତ ଦୁର୍ବିସହ ଜୀବନ କାଟୁଥିବା ବିଧବା ମହିଳା ଏକା ନୁହେଁ, ନିଜ ମାନସିକ ଅନଗ୍ରସର ନାବାଳିକା ଝିଅ କୁ ନେଇ କାଳ କାଟୁଛନ୍ତି ।
ସରକାରୀ ଯୋଜନା ଅପହଞ୍ଚ ହୋଇଛି ବିଧବା ରଜନୀଙ୍କ ପାଇଁ ।ଦୃଶ୍ୟ ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମଗଡ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ଶହେ ମିଟର ଦୂରର ।ଏଠାରେ ଏକ ଛୋଟିଆ ବରଣ୍ଡାରେ ଖଜୁରୀ ପତ୍ର ଢାଙ୍କି ଅତ୍ୟନ୍ତ ଦୁର୍ବିସହ ଜୀବନଜାପନ କରୁଛନ୍ତି ରଜନୀ ।ସ୍ବାମୀ ଦୀର୍ଘ ଷୋହଳ ବର୍ଷ ତଳେ ସ୍ବର୍ଗବାସ ହୋଇସାରିଥିଲା ବେଳେ ନିଜ ମାନସିକ ଅନଗ୍ରସର ନାବାଳିକା ଝିଅ କୁ ନେଇ କାଳ କାଟୁଛନ୍ତି ଏହି ଅଭାଗା ମହିଳା ।ଏସମ୍ପର୍କରେ ଈଟିଭି ଭାରତ ଠାରୁ ସୂଚନା ପାଇବା ପରେ ସମ୍ପୃକ୍ତ ମହିଳାଙ୍କ ଇସିସି ତାଲିକାରେ ନା ନଥିବାରୁ ତାଙ୍କୁ ଘର ଯୋଗଖ ଯାଇପାରି ନାହିଁ, ଆଗାମୀ ଦିନରେ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ରାମଗଡ ସରପଞ୍ଚ କହିଛନ୍ତି ।

Body:ଭଙ୍ଗା ଦଦରା ବରଣ୍ଡାରେ ବିଧବା ରଜନୀଙ୍କ ଜୀବନ କଟୁଛି।

Conclusion:ବାଇଟ-୧-ରଜନୀ ବେହେରା, ଅସହାୟ ମହିଳା
ବାଇଟ-୨-ନରେଶ ସେଠୀ,ସରପଞ୍ଚ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.