ବୌଦ୍ଧ: ପ୍ରେସ ସ୍ବାଧୀନତା ଦିବସରେ ସାମ୍ବାଦିକଙ୍କୁ ଅଶାଳୀନ ମନ୍ତବ୍ୟ ସହ ଆକ୍ରମଣ ଉଦ୍ୟମ । ବିଭିନ୍ନ ମହଲରେ ଏହାର ତୀବ୍ର ସମାଲୋଚନା କରାଯିବା ସହ ସମ୍ପୃକ୍ତ ସରକାରୀ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।
ପ୍ରେସ ସ୍ବାଧୀନତା ଦିଵସରେ ସାମ୍ବାଦିକଙ୍କୁ ଅଶାଳୀନ ମନ୍ତବ୍ୟ ସହ ଆକ୍ରମଣ ଉଦ୍ୟମ । ବୌଦ୍ଧ ଜିଲ୍ଲା କୃଷି ବିଭାଗ ଅଧିନରେ ଥିବା ପାଲଝାର ବିହନ ଉତ୍ପାଦନ କେନ୍ଦ୍ରରେ ବ୍ୟାପକ ଦୁର୍ନୀତି ଯୋଗୁଁ ଅନୁଷ୍ଠାନଟି ବୁଡି ଯିବାକୁ ବସିଛି । ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ହୋଇ ଆସୁଛି । ସୋମବାର ବିଭାଗର କିଛି କାର୍ଯ୍ୟ ସମ୍ପର୍କରେ ପାଲଝାର ଫାର୍ମ ଦାୟିତ୍ବରେ ଥିବା କରିତକର୍ମା ବାବୁଙ୍କୁ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ବାବୁ ଜଣକ ରାଗିଯାଇ ନିଜର ହିତାହିତ ଜ୍ଞାନ ଭୁଲି ଗଣମାଧ୍ୟମକୁ ଗାଳିଗୁଲଜ ସହ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ସେଠାରେ ଉପସ୍ଥିତ ଏହି ସରକାରୀ ବାବୁଙ୍କ ପୁଅ ନିୟନ୍ତ୍ରଣ ହରାଉଥିବା ନିଜ ପିତାଙ୍କୁ ସମ୍ଭାଳିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ ମଧ୍ୟ ବାବୁ ଜଣକ ଆଉଟ ଅଫ କଣ୍ଟ୍ରୋଲ ହୋଇଯାଇଥିଲେ ।ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା ସହ ଦୃଢ ନିନ୍ଦା କରାଯାଇଛି ।
ଏ ସମ୍ପର୍କରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସୂଚନା ପାଇବା ପରେ ଏହାର ତଦନ୍ତ ହେବ ବୋଲି ସୂଚନା ଦେଇଛନ୍ତି ।ସେପଟେ ପ୍ରେସ ସ୍ବାଧୀନତା ଦିବସରେ ଇନ୍ଦ୍ର ଚନ୍ଦ୍ର ମାନୁନଥିବା ସରକାରୀ ବାବୁଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ