ETV Bharat / state

ସାତ ଖଣ୍ଡ ଗ୍ରାମବାସୀଙ୍କ ପାଇଁ ସାତ ସପନ ସରକାରୀ ଯୋଜନା - ଦୁର୍ଗମ ଗ୍ରାମବାସୀଙ୍କ ପାଇଁ ସରକାରୀ ଯୋଜନା ସ୍ବପ୍ନ

ସାତ ଖଣ୍ଡ ଗ୍ରାମର ଅଧିବାସୀଙ୍କ ପାଇଁ ସାତ ସପନ ସରକାରୀ ଯୋଜନା । ବଣ ଜଙ୍ଗଲ ଭିତରେ ବଣ ମଣିଷଙ୍କ ଭଳି ବଞ୍ଚିବାକୁ ପଡୁଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଉପାନ୍ତ ଆଢେଣୀଗଡ ପଞ୍ଚାୟତ । ଉକ୍ତ ପଞ୍ଚାୟତର ସୀମାନ୍ତ ତଥା ଜଙ୍ଗଲ ଘାଟି ଉପରେ ରହିଛି । ଅଧିକ ପଢନ୍ତୁ

ସାତ ଖଣ୍ଡ ଗ୍ରାମବାସୀଙ୍କ ପାଇଁ ସାତ ସପନ ସରକାରୀ ଯୋଜନା

author img

By

Published : May 17, 2022, 9:50 PM IST

ବୌଦ୍ଧ: ସାତଟି ଗ୍ରାମବାସୀଙ୍କ ପାଇଁ ସାତ ସପନ ସରକାରୀ ଯୋଜନା । ବଣ ଜଙ୍ଗଲ ଘେରା ଅଞ୍ଚଳରେ ବଣ ମଣିଷଙ୍କ ଭଳି ବସବାସ କରିବାକୁ ବାଧ୍ୟ ହେଉଛନ୍ତି ସ୍ଥାନୀୟ ଅଧିବାସୀ । ସାତ ଖଣ୍ଡ ଗ୍ରାମର ଅଧିବାସୀଙ୍କ ପାଇଁ ସାତ ସପନ ସରକାରୀ ଯୋଜନା । ବଣ ଜଙ୍ଗଲ ଭିତରେ ବଣ ମଣିଷଙ୍କ ଭଳି ବଞ୍ଚିବାକୁ ପଡୁଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଉପାନ୍ତ ଆଢେଣୀଗଡ ପଞ୍ଚାୟତ । ଉକ୍ତ ପଞ୍ଚାୟତର ସୀମାନ୍ତ ତଥା ଜଙ୍ଗଲ ଘାଟି ଉପରେ ରହିଛି ।

ରହସାହି, ଲେଙ୍ଗେରପାଜୁ, ବାଲେଜୁ,ଛତ୍ରପଡା, ମାଣ୍ଡେଲି, ସାବେରୀ ଭଳି ଆଦିବାସୀ ଅଧ୍ୟୁଷିତ କନ୍ଧ ଗ୍ରାମ । ଏଣୁ ଏସବୁ ଅଞ୍ଚଳ କନ୍ଧ ଘାଟି ଭାବରେ ମଧ୍ୟ ପରିଚିତ । କିନ୍ତୁ ଦୁଃଖର କଥା ଏସବୁ ଅଞ୍ଚଳରେ ଆଜିଯାଏ ସରକାରଙ୍କ ବିକାଶ ମୂଳକ ଯୋଜନା ଠିକରେ ପହଞ୍ଚି ପାରିନାହିଁ । ଅଞ୍ଚଳକୁ ବିକାଶର ବାଟ ଓଗାଳିଛି ଗମନାଗମନର ଅବ୍ୟବସ୍ଥା । ଘାଟି ଉପରକୁ କେବଳ ପାଦଚଲା ରାସ୍ତା ଗମନାଗମନର ମାଧ୍ୟମ ଥିବା ବେଳେ ଉକ୍ତ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ,ଆବାସ, ପାନୀୟଜଳ ଭଳି ସରକାରଙ୍କ ଯୋଜନା ଫେଲ ମାରିଛି । ବିଶେଷ ଭାବରେ ମହିଳା ଓ ଶିଶୁ ଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ସମସ୍ୟା ଲାଗିରହିଛି । କନ୍ଧ ଘାଟି ଭଳି ବୌଦ୍ଧ ଜିଲ୍ଲାର ଟିକରାପଡା, ଆମ୍ବଝରୀ, ଗୁନ୍ଦୁଳିଆ, ଶଗଡା, ଲମ୍ବସରୀ, ବରଗାଁ,ନାରାୟଣପ୍ରସାଦ ଭଳି ପଞ୍ଚାୟତର ଅନେକ ଗ୍ରାମରେ ମଧ୍ୟ ଏଭଳି ସମସ୍ୟା ଲାଗିରହିଛି ।

ତୁରନ୍ତ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ସୋମବାର ବାଲେଜୁ ଗ୍ରାମବାସୀ ବୌଦ୍ଧ ବିଧାୟକ,ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ମାଧପୁର ଠାରେ ଗୁହାରି ପାଇଁ ପାହାଡ ଓହ୍ଲାଇ ପହଞ୍ଚିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.