ବୌଦ୍ଧ: ବିକାଶ ଠାରୁ ଢେର ଦୂରରେ କନ୍ଧ ଘାଟିର ଅଧିବାସୀ । ସରକାରଙ୍କ ମାଳମାଳ ଯୋଜନା ଆଜି ମଧ୍ୟ ଏମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ରାସ୍ତାଠାରୁ ଆରମ୍ଭ କରି ବିଭିନ୍ନ ମୌଳିକ ସୁବିଧାରୁ ଗ୍ରାମବାସୀମାନେ ବଞ୍ଚିତ ରହିଛନ୍ତି।
ବୌଦ୍ଧ ଜିଲ୍ଲା ସଦର ବ୍ଲକ ଟିକରପଡା ପଞ୍ଚାୟତ ଅନ୍ତର୍ଗତ ଦମଣ୍ଡା ଓ୍ବାର୍ଡ । ଦମଣ୍ଡା ସହିତ ଲକଡପାଜୁ, ସାଲଦରଙ୍ଗା, ନୂଆସାହି,କୁଡାବାଲି ଭଳି ସାତ ଖଣ୍ଡ ଗ୍ରାମର ଅଧିବାସୀ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ସମସ୍ତ ସମସ୍ୟାକୁ ଆଖି ଆଗରେ ରଖି ଗତ ପଞ୍ଚାୟତ ନିର୍ବାଚନରେ ଦମଣ୍ଡା ଓ୍ବାର୍ଡ ବାସୀ ଭୋଟ ବର୍ଜନ ମଧ୍ଯ କରିଥିଲେ। ସ୍ବାସ୍ଥ୍ୟ ସେବା, ଆବାସ ଯୋଜନା, ପାନୀୟ ଜଳ, ବିଦ୍ୟୁତ୍, ମୋବାଇଲ ନେଟୱର୍କ, ସାମାଜିକ ସୁରକ୍ଷା ଭଳି ବିଭିନ୍ନ ସୁବିଧା ଜିଲ୍ଲା ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚାଇବାରେ ବିଫଳ ହୋଇଛି । ଏହି ସବୁ ଅଞ୍ଚଳବାସୀ ଘାଟିରାସ୍ତାରେ ପାଦରେ ଚାଲି ଯିବାକୁ ପଡୁଛି । ସେପଟେ ବୌଦ୍ଧ ଜିଲ୍ଲା ପ୍ରଶାସନ ଅଞ୍ଚଳବାସୀଙ୍କୁ ସମାଜର ମୁଖ୍ୟ ଧାରାରେ ସାମିଲ କରିବା ପାଇଁ ପଦକ୍ଷେପ ନେଇଛି । ଗୁରୁଜୀମୁଣ୍ଡା ଗ୍ରାମ ନିକଟରେ ଲୋକଙ୍କୁ ଥଇଥାନ କରିବା ପାଇଁ ଉଦ୍ୟମ ହେଉଥିବା ସୂଚନା ମିଳିଛି ।
ଇଟିଭି ଭାରତ, ବୌଦ୍ଧ