ETV Bharat / state

ଯୋଜନାଠୁ ଦୂରରେ ଆମ୍ବଝରି, ଯୋଜନା ମାଳମାଳ କାମରେ ବିଫଳ

author img

By

Published : Feb 10, 2022, 2:04 PM IST

ପାନୀୟଜଳ ଠାରୁ ନେଇ ଆବାସ ଯୋଜନା ଓ ବିଦ୍ୟୁତ ସେବା ଠାରୁ ନେଇ ସ୍ବାସ୍ଥ୍ୟ ସେବା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଅବ୍ୟବସ୍ଥା ଦେଖାଦେଇଛି । ତେଣୁ ବର୍ତ୍ତମାନ ସ୍ଥାନୀୟ ଅଧିବାସୀ ପଞ୍ଚାୟତ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

ଯୋଜନାଠୁ ଢେର ଦୂରରେ ଆମ୍ବଝରୀ
ଯୋଜନାଠୁ ଢେର ଦୂରରେ ଆମ୍ବଝରୀ

ବୌଦ୍ଧ: ଉପାନ୍ତ ଅଞ୍ଚଳବାସୀଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା । ଯୋଜନା ପୁଳା ପୁଳା ହେଲେ କାର୍ଯ୍ୟାକାରୀ ହେବାରେ ବିଫଳ ସସମ୍ତ ଯୋଜନା । ବୌଦ୍ଧ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ସରକାରୀ ଯୋଜନା ଅପହଞ୍ଚ ହୋଇ ରହିଛି । ପାନୀୟଜଳ ଠାରୁ ନେଇ ଆବାସ ଯୋଜନା ଓ ବିଦ୍ୟୁତ ସେବା ଠାରୁ ନେଇ ସ୍ବାସ୍ଥ୍ୟ ସେବା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଅବ୍ୟବସ୍ଥା ଦେଖାଦେଇଛି । ତେଣୁ ବର୍ତ୍ତମାନ ସ୍ଥାନୀୟ ଅଧିବାସୀ ପଞ୍ଚାୟତ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଯୋଜନାଠୁ ଢେର ଦୂରରେ ଆମ୍ବଝରୀ

ବୌଦ୍ଧ ଜିଲ୍ଲା ଆମ୍ବଝରି ପଞ୍ଚାୟତକୁ ଗୋଟିଏ ଉଦାହରଣ ରୂପେ ନିଆ ଯାଇପାରିବା । ଆମ୍ବଝରି ପଞ୍ଚାୟତ ସଦର ମହକୁମା ହରିଜନ ବସ୍ତିରେ ପାନୀୟଜଳ ମୁନ୍ଦାଏ ପାଇଁ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଠାରେ ଥିବା ସମସ୍ତ ପ୍ରାୟ 170 ଜଣ ଭୋଟର ପଞ୍ଚାୟତ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେହିପରି ଟିକରପଡା, ତଳଗାଁ, ମହାଲିକପଡା, ଆଢେଣୀଗଡ, ଗୁନ୍ଦୁଳିଆ, ଲମ୍ବସରୀ,ନାରାୟଣପ୍ରସାଦ, ଉମା ଭଳି ଅନେକ ପଞ୍ଚାୟତରେ ଗମନାଗମନର ଅବ୍ୟବସ୍ଥା ଯୋଗୁଁ ସରକାରଙ୍କ କଲ୍ୟାଣକାରୀ ଯୋଜନା ଠିକରେ ପହଞ୍ଚି ପାରୁ ନାହିଁ । ଆଢେଣୀଗଡ ପଞ୍ଚାୟତର କଣ୍ଡରା, କାଚପାଜୁ ସହିତ ମହାଲିକପଡା ପଞ୍ଚାୟତର ଗେରେଡିସାହି ଭଳି ଗ୍ରାମବାସୀ ମାନେ ମଧ୍ୟ ରାସ୍ତା ଓ ଅନ୍ୟାନ୍ୟ ସମସ୍ୟା ସମାଧାନ ହୋଇପାରୁନାହିଁ ।

ଏନେଇ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ଭୋଟ ବର୍ଜନ କରିବେ ବୋଲି ସୂଚନା ମିଳିଛି । ସେପଟେ ପ୍ରତ୍ୟେକ ପାଞ୍ଚ ବର୍ଷରେ ଭୋଟ ହାତେଇ ଗରିବ ନିରୀହ ଲୋକଙ୍କୁ କେବଳ ମିଥ୍ୟା ପ୍ରତିଶ୍ରୁତି ଦିଆଯାଉ ଥିବାରୁ ଅନେକ ସ୍ଥାନରେ ପଞ୍ଚାୟତ ଭୋଟ ବର୍ଜନ ପାଇଁ ଚେତାବନୀ ଦିଆଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.