ETV Bharat / state

କୋରୋନାରେ ପ୍ରଭାବିତ ଡ୍ରାଇଭରଙ୍କୁ ଭୁଲିଗଲେ ସରକାର, ଆନ୍ଦୋଳନ ପାଇଁ ସଂଘର ଚେତାବନୀ - boudha district news

କୋରୋନା ମାଡରେ ପ୍ରଭାବିତ ଗାଡିମୋଟର ଚଳାଚଳ । ବେରୋଜଗାର ଡ୍ରାଇଭର, କିନ୍ତୁ ଶୁଣୁନାହାନ୍ତି ସରକାର । ମିଳୁନି ସହାୟତା । ଆଗାମୀ ଦିନରେ ଆନ୍ଦୋଳନ ଚେତାବନୀ ଦେଲା ରାଜ୍ୟ ଡ୍ରାଇଭର ସଂଘର ବୌଦ୍ଧ ଜିଲ୍ଲା ଶାଖା । ଅଧିକ ପଢନ୍ତୁ....

କୋରୋନାରେ ପ୍ରଭାବିତ ଡ୍ରାଇଭରଙ୍କୁ ଭୁଲିଗଲେ ସରକାର, ଆନ୍ଦୋଳନ ପାଇଁ ଡ୍ରାଇଭର ସଂଘର ଚେତାବନୀ

author img

By

Published : Jun 27, 2021, 11:01 PM IST

ବୌଦ୍ଧ : କୋରୋନା ମାଡରେ ପ୍ରଭାବିତ ଗାଡିମୋଟର ଚଳାଚଳ । ଫଳରେ ଜୀବିକା ହରାଇଛନ୍ତି ଗାଡି ଡ୍ରାଇଭର । ଡ୍ରାଇଭରମାନଙ୍କୁ ଏଭଳି ଦୁର୍ଦ୍ଦିନରେ କୌଣସି ସରକାରୀ ସହାୟତା ଯୋଗାଇ ଦେଇନଥିବାରୁ ସେମାନେ ଆନ୍ଦୋଳନ ପାଇଁ ସଜବାଜ ଆରମ୍ଭ କରିଛନ୍ତି । ବୌଦ୍ଧ ଜିଲ୍ଲା କେଉଟୁଣୀ ଚୁଆଁଟାଙ୍ଗର ଠାରେ ରବିବାର ଓଡିଶା ଡ୍ରାଇଭର ମହାସଂଘର ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି ।

କୋରୋନାରେ ପ୍ରଭାବିତ ଡ୍ରାଇଭରଙ୍କୁ ଭୁଲିଗଲେ ସରକାର, ଆନ୍ଦୋଳନ ପାଇଁ ଡ୍ରାଇଭର ସଂଘର ଚେତାବନୀ

ଏଥିରେ ବିଶେଷ ଭାବରେ ଡ୍ରାଇଭରମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । କୋରୋନା ସମୟରେ ସରକାର ଅଧିକାଂଶ ବର୍ଗର ଲୋକଙ୍କୁ ସରକାର ବିଭିନ୍ନ ସହାୟତା ଯୋଗାଇ ଦେଉଛନ୍ତି । ଅଥଚ ସବୁ ସମୟରେ ଅତ୍ୟାବଶ୍ୟକୀୟ ସେବା ଯୋଗାଇବାରେ ଅଗ୍ରଣୀ ଭୂମିକା ନେଇଥିବା ଡ୍ରାଇଭରମାନଙ୍କୁ କିନ୍ତୁ ସରକାର ଭୁଲିଯିବା ସହ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି ଡ୍ରାଇଭର । ତେଣୁ ବୈଠକରେ ଗଭୀର ଉଦବେଗ ପ୍ରକାଶ ପାଇଥିଲା । ଆଗାମୀ ଦିନରେ ସରକାର ଏଥିପ୍ରତି ଧ୍ୟାନ ନ ଦେଲେ ଆନ୍ଦୋଳନ ପାଇଁ ପ୍ରସ୍ତୁତି କରାଯାଇଥିବା ସୂଚନା ମିଳିଛି । ଏହି ଜରୁରୀ ବୈଠକରେ ଶତାଧିକ ଡ୍ରାଇଭର ଯୋଗ ଦେଇ ନିଜ ନିଜ କ୍ଷୋଭ ପ୍ରକାଶ କରିବା ସହ ଦାବି ଉପସ୍ଥାପନ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.