ETV Bharat / state

ବୌଦ୍ଧରେ ପାଳନ ହେଲା ଗୋ ସମ୍ବର୍ଦ୍ଧନା ଉତ୍ସବ - ବୌଦ୍ଧ ଗୋମ୍ବର୍ଦ୍ଧନା ଉତ୍ସବ

ବୌଦ୍ଧରେ ଅନୁଷ୍ଠିତ ହେଲା ଗୋ ସମ୍ବର୍ଦ୍ଧନା ଉତ୍ସବ । ହେଲେ ବ୍ଲକରେ ଦୀର୍ଘ 14 ବର୍ଷ ହେଲା ଆଦୌ ପ୍ରାଣୀ ଚିକିତ୍ସକ ନାହାନ୍ତି । ସେପଟେ ବର୍ତ୍ତମାନ ଗୋରୁଙ୍କ ଠାରେ ଫାଟୁଆ ରୋଗ ଆରମ୍ଭ ଯୋଗୁଁ ଚିନ୍ତାରେ ଗୋପାଳକ । ଅଧିକ ପଢନ୍ତୁ...

go sambardhana ustava celebrated in boudha
14ବର୍ଷ ହେଲା ନାହାନ୍ତି ପଶୁ ଚିକିତ୍ସକ,ବିଭାଗ ପାଳୁଛି ଗୋ ସମ୍ବର୍ଦ୍ଧନା
author img

By

Published : Nov 8, 2021, 10:55 PM IST

ବୌଦ୍ଧ: ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଛି । କିନ୍ତୁ ସମସ୍ୟା ଘେରରେ ଥିବା ଗୋପାଳକଙ୍କ ମଧ୍ୟରେ ଆଦୌ ଉତ୍ସାହ ପରିଲକ୍ଷିତ ହୋଇନାହିଁ ।

14ବର୍ଷ ହେଲା ନାହାନ୍ତି ପଶୁ ଚିକିତ୍ସକ,ବିଭାଗ ପାଳୁଛି ଗୋ ସମ୍ବର୍ଦ୍ଧନା

ସୋମବାର ଦିନ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଲୁଣିବାହାଲ ପଞ୍ଚାୟତ ଠାରେ ଜିଲ୍ଲା ପ୍ରାଣୀଧନ ବିଭାଗ ପକ୍ଷରୁ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ, ଜିଲ୍ଲାପାଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ପ୍ରାଣୀଧନ ଅଧିକାରୀ ପ୍ରମୁଖ ଯୋଗ ଦେଇ ଗୋମାତା ପୂଜନ କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର ଉକ୍ତ ହରଭଙ୍ଗା ବ୍ଲକରେ ମାସେ କିମ୍ବା ବର୍ଷେ ନୁହେଁ ଦୀର୍ଘ 14 ବର୍ଷ ହେଲା ପ୍ରାଣୀଧନ ଚିକିତ୍ସକ ଆଦୌ ନାହାନ୍ତି । ଫଳରେ ଉତ୍ସବ ସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ସହ ଗୋପାଳକଙ୍କ ତୀବ୍ର ଅସନ୍ତୋଷ ପ୍ରକାଶ କରି ଫେରିଥିଲେ । ବାଇଶ ଗୋଟି ପଞ୍ଚାୟତକୁ ନେଇ ଗଠିତ ହରଭଙ୍ଗା ବ୍ଲକରେ ଅଧିକାଂଶ ପ୍ରାଣୀଧନ ଚିକିତ୍ସା କେନ୍ଦ୍ରରେ ତାଲା ଝୁଲି ରହୁଥିବାବେଳେ ବୀରନରସିଂପୁର ଭଳି କେନ୍ଦ୍ର ନିର୍ମାଣ ଦିନ ଠାରୁ ଆଦୌ ତାଲା ଖୋଲାଯାଇ ନାହିଁ ।

ସେପଟେ ବର୍ତ୍ତମାନ ଗାଈ ଗୋରୁଙ୍କ ଠାରେ ଫାଟୁଆ ରୋଗ ଆରମ୍ଭ ହୋଇଯାଇଥିବା ବେଳେ ପ୍ରାଣୀଧନ ବିଭାଗରେ କର୍ମଚାରୀ ଅଭାବରୁ ଗୋପାଳକ ମାନେ ଚିନ୍ତାରେ ପଡିଯାଇଛନ୍ତି । ତୁରନ୍ତ ଏଦିଗରେ ପ୍ରଶାସନ ଓ ସରକାର ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ଗୋପାଳକ ମାନେ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.