ETV Bharat / state

କପା ଚାଷ ନାଁରେ ଗଞ୍ଜେଇ ଚାଷ, ନଷ୍ଟ କଲା ଅବକାରୀ ବିଭାଗ - ତିନି ହଜାରରୁ ଉର୍ଦ୍ଧ୍ବ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ

ବୌଦ୍ଧ ଜିଲ୍ଲାରେ ତିନି ହଜାରରୁ ଊର୍ଦ୍ଧ୍ବ ଏକର ଜମିରେ ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିିଛି ଅବକାରୀ ବିଭାଗ । ଅଧିକ ପଢନ୍ତୁ...

ଗଞ୍ଜେଇ ଚାଷକୁ ନଷ୍ଟ କରିିଛି ଅବକାରୀ ବିଭାଗ
ଗଞ୍ଜେଇ ଚାଷକୁ ନଷ୍ଟ କରିିଛି ଅବକାରୀ ବିଭାଗ
author img

By

Published : Feb 4, 2021, 2:05 PM IST

ବୌଦ୍ଧ:ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିବା ଅଭିଯାନରେ ବୌଦ୍ଧ ଜିଲ୍ଲା ପ୍ରଶାସନ । ଜିଲ୍ଲାର ଅନେକ ଜାଗାରେ କପାଚାଷ ନାଁରେ ଗଞ୍ଜେଇ ଚାଷ କରାଯାଉଥିଲା । ଖବର ପାଇ ଜିଲ୍ଲାର ଉଭୟ ଅବକାରୀ ଓ ପୋଲିସ ବାହିନୀ ତିନି ହଜାରରୁ ଊର୍ଦ୍ଧ୍ବ ଏକର ଜମିରେ ଗଞ୍ଜେଇ ଚାଷକୁ ନଷ୍ଟ କରିଛି ।

କପା ଚାଷ ନାଁରେ ଚାଲିଥିଲା ଗଞ୍ଜେଇ ଚାଷ

ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚାଷ ବଢିବାରେ ଲାଗିଛି । ପ୍ରାୟ ଏକର ଏକର ଜମିରେ ଗଞ୍ଜେଇ ଚାଷ ହେଉଛି । ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରୁବାକୁ ନଭେମ୍ବର ମାସରୁ ଅଭିଯାନ ଆରମ୍ଭ କରିଥିଲା ଜିଲ୍ଲା ପ୍ରଶାସନ । ଜିଲ୍ଲାର ଉଭୟ କଣ୍ଟାମାଳ ଓ ବୌଦ୍ଧ ବ୍ଲକର ବିଭିନ୍ନ ସ୍ଥାନରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିବା ପାଇଁ ଅବକାରୀ ବିଭାଗ,ପୋଲିସ ସହିତ ଜଙ୍ଗଲ ତଥା ରାଜସ୍ବ ବିଭାଗ ମିଳିତ ଭାବେ ଚଢ଼ାଉ କରିଥିଲେ ।

ଜିଲ୍ଲାର ବଘିଆପଡା, ଟିକରପଡା, ବ୍ରାହ୍ମଣୀପାଲି, ଗୋଛାପଡା,ଗୁନ୍ଦୁଳିଆ, ଆମ୍ବଝରୀ,ଶଗଡା, ବରଗୋଛା, ଲମ୍ବସରୀ, ନାରାୟଣପ୍ରସାଦ, ବରଗାଁ, ରୁଣ୍ଡିମହୁଲ ଭଳି ପଞ୍ଚାୟତର ଉପାନ୍ତ ଜଙ୍ଗଲ ମଧ୍ୟରେ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । କପାଚାଷ ନାଁରେ ଗଞ୍ଜେଇ ଚାଷ କରାଯାଉଥିଲା । ସବୁ ଫସଲକୁ ନଷ୍ଟ କରିଛି ଅବକାରୀ ବିଭାଗ ।

ଚଳିତ ବର୍ଷ ଜିଲ୍ଲା ପୋଲିସ 22ଶହ ଏକରରୁ ଊର୍ଦ୍ଧ୍ବ ଓ ଅବକାରୀ ବିଭାଗ ହଜାରେ ଏକରରୁ ଊର୍ଦ୍ଧ୍ବ ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା ସୂଚନା ମିଳିଛି। ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଏବେବି ହଜାର ହଜାର ଏକର ଗଞ୍ଜେଇ ଚାଷ ସୁରକ୍ଷିତ ରହିଛି । ତେବେ ଉକ୍ତ ସୁରକ୍ଷିତ ଗଞ୍ଜେଇ ପାଇଁ ଅବକାରୀ, ପୋଲିସ, ରାଜସ୍ବ ଓ ଜଙ୍ଗଲ ବିଭାଗର କିଛି ଦୁର୍ନୀତିଗ୍ରସ୍ତ କର୍ମଚାରୀ ଗଞ୍ଜେଇ ମାଫିଆଙ୍କ ସହ ବଡ ବଡ ଡିଲ ସମ୍ପୂର୍ଣ୍ଣ କରି ସାରିଥିବା ଚର୍ଚ୍ଚା ହେଉଛି । ଏ ଦିଗରେ ଜିଲ୍ଲା ଏସପି, ରାଜ୍ୟ ଏସଟିଏଫ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.