ବୌଦ୍ଧ: ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ବୌଦ୍ଧକୁ ମିଳିବ ସ୍ବତନ୍ତ୍ର ପରିଚୟ । ଏନେଇ ମଶାର ଲାଭାକୁ ସମୂଳେ ନଷ୍ଟ କରୁଥିବା ଗାମ୍ବୁଶିଆ ମାଛ ଚାଷ କରୁଛି ବୌଦ୍ଧ ପ୍ରଶାସନ । ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗ ଓ ଜଙ୍ଗଲ ବିଭାଗ ମିଳିତ ଭାବେ ମ୍ୟାଲେରିଆ ନିରାକରଣର ଏହି ନୂତନ ଯୋଜନା ଆପଣାଇଛନ୍ତି ।
ଏହି ଯୋଜନା ମୁତାବକ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଜିଲ୍ଲାର ମାଧପୁର ରେଞ୍ଜ ମୁଣ୍ଡେଶ୍ବର ସଂରକ୍ଷିତ ଜଙ୍ଗଲରେ ଥିବା ପୋଖରୀରେ ମ୍ୟାଲେରିଆ ମଶାକୁ ସମୂଳେ ନଷ୍ଟ କରୁଥିବା ଗାମ୍ବୁଶିଆ ମାଛ ଛଡାଯାଇଛି । ସୂଚନା ଥାଉକି, ଏହି ମାଛ ମଶାର ଲାଭାକୁ ଖାଇଯାଇଥାଏ । ଏହି ଜଙ୍ଗଲରେ ମ୍ୟାଲେରିଆ ମଶା ବଂଶ ବୃଦ୍ଧି କରୁଥିବାରୁ ଏହାକୁ ରୋକିବା ପାଇଁ ଏଭଳି ପ୍ରୟାସ କରାଯାଇଛି । ଆଗାମୀ ଦିନରେ ଏହାକୁ ଜିଲ୍ଲା ବ୍ୟାପୀ କରାଯିବ ବୋଲି ଜଣାପଡିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ