ETV Bharat / state

ସାବିତ୍ରୀ ବଜାରରେ ଆକାଶ ଛୁଆଁ ଫଳ ଦର, କେଜିଏ ଜାଗାରେ ଶହେ କିଣିଲେ ଗ୍ରାହକ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ତ୍ବେ ସାବିତ୍ରୀ ବଜାରରେ ଅସମ୍ଭାଳ ଭିଡ । ଫଳ ଦର ଆକାଶ ଛୁଆଁ ଯୋଗୁଁ କେଜିଏ ଜାଗାରେ ଶହେ କିଣିଲେ ଗ୍ରାହକ । ଅଧିକ ପଢନ୍ତୁ

ସାବିତ୍ରୀ ବଜାରରେ ଆକାଶ ଛୁଆଁ ଫଳ ଦର
ସାବିତ୍ରୀ ବଜାରରେ ଆକାଶ ଛୁଆଁ ଫଳ ଦର
author img

By

Published : May 19, 2023, 8:33 AM IST

ଫଳ ଦର

ବୌଦ୍ଧ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ତ୍ବେ ସାବିତ୍ରୀ ବଜାରରେ ଖଚାଖଚ୍ ଭିଡ । ମୁଣ୍ଡଫଟା ଖରା ଯୋଗୁଁ ଲୋକେ ପଦାକୁ ଗୋଡ କାଢିବାକୁ ଡରୁଥିବା ବେଳେ ସାବିତ୍ରୀ ଓଷା ପାଇଁ ଗୁରୁବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ହାଟ ବଜାରରେ ଦିନ ତମାମ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ଫଳ ଦୋକାନ ଆଗରେ ଲୋକେ ଲମ୍ବା ଲାଇନ ଲଗାଇଛନ୍ତି । ସେପଟେ ସାବିତ୍ରୀ ପାଇଁ ଫଳ ଦର ଆକାଶ ଛୁଆଁ ରହିଛି । ବିଶେଷ ଭାବରେ କମଳା, ଲିଚୁ, ତରଭୁଜ, ସପୁରୀ, ସେଓ, ଚେରି ଭଳି ଫଳର ଦାମ୍ ଚାରି ଗୁଣା ବଢିଯାଇଥିବା କହିଛନ୍ତି ଗ୍ରାହକ । ଯେଉଁ କାରଣରୁ ଲୋକମାନେ କେଜିଏ ଜାଗାରେ ଶହେ କିଣି ଘରକୁ ଫେରିଛନ୍ତି ।

ସାବିତ୍ରୀ ବ୍ରତ ପାଇଁ ଗୁରୁବାର ସନ୍ଧ୍ୟାରେ ବୌଦ୍ଧ ସହରର ଆଦର୍ଶ କୃଷି ବଜାର ସମେତ ଭୈରବୀ ବଜାର ଓ ଦୈନିକ ବଜାରରେ ପ୍ରବଳ ଭିଡ ଲାଗି ରହିଥିଲା । ଦିନ ତମାମ ଓ ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫଳ ଓ ବ୍ରତ ସାମଗ୍ରୀ କିଣିବା ପାଇଁ ଲୋକେ ଲାଇନ ଲଗାଇଥିଲେ । କିନ୍ତୁ ସାମାନ୍ୟ ଦର ଠାରୁ ଦୁଇରୁ ଚାରିଗୁଣ ପର୍ଯ୍ୟନ୍ତ ଫଳର ରେଟ୍ ବୃଦ୍ଧି ହୋଇଥିବାରୁ ଆଉ କେଜିରେ ନୁହେଁ ଗୋଟା ପ୍ରତି ବିକ୍ରି ହୋଇଥିଲା । ତେଣୁ ଅନେକ ଗ୍ରାହକ ଅଳ୍ପ କିଛି ଫଳ କିଣି ଘରକୁ ଫେରିଥିଲେ । ସେହିପରି ସାବିତ୍ରୀ ଲାଗି ବୌଦ୍ଧର ଗାନ୍ଧୀ ଛକ ଠାରୁ ଭୈରବୀ ବଜାର ଓ ଦୈନିକ ବଜାର ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । ଟ୍ରାଫିକ ଚାଳନା ପାଇଁ ପୋଲିସକୁ ନାକେଦମ ହେବାକୁ ପଡିଥିବା ଦେଖିବାକୁ ମିଳିଥିଲା ।

ବୌଦ୍ଧ ଜିଲ୍ଲାରେ ଲଗାତାର ସପ୍ତାହେ ହେଲା ପାରଦ ୪୨ ଡିଗ୍ରୀ ଉପରେ ରହୁଥିବାରୁ ଏହା ରାଜ୍ୟର ଅନ୍ୟତମ ଉତ୍ତପ୍ତ ଜିଲ୍ଲା ଭାବରେ ପରିଗଣିତ ହୋଇଛି । ଟାଣ ଖରା ସତ୍ତ୍ବେ ଗରୀବ ଚାଷୀ ନିଜ ଉତ୍ପାଦିତ ପନିପରିବା ଓ ଫଳ ବିକ୍ରି ପାଇଁ ବିଭିନ୍ନ ହାଟ ବଜାରକୁ ଯାଉଛନ୍ତି । ପ୍ରଚଣ୍ଡ ଖରା ପାଇଁ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଦିନକରେ ୧୦ରୁ ଊର୍ଦ୍ଧ୍ବ କେବଳ ଅଂଶୁଘାତ ରୋଗୀ ଚିକିତ୍ସିତ ହୋଇଛନ୍ତି । ଗୁରୁବାର ମଧ୍ୟ ଜିଲ୍ଲାରେ ପ୍ରଚଣ୍ଡ ଖରା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା । ପ୍ରବଳ ଗୀଷ୍ମ ପ୍ରବାହ ମଧ୍ୟରେ ସାବିତ୍ରୀ ବ୍ରତ ପାଇଁ ବଜାରରେ ଲୋକଙ୍କ ଭିଡ ଜମିଥିବାରୁ ସେମାନଙ୍କୁ ଅଂଶୁଘାତରୁ ସୁରକ୍ଷା ନିମନ୍ତେ ବୌଦ୍ଧର ଗ୍ରୀନ ଗୋଲ ସଂସ୍ଥା ପକ୍ଷରୁ ବିଭିନ୍ନ ହାଟ ବଜାରରେ ସାଧାରଣ ଲୋକ ଓ ଚାଷୀଙ୍କୁ ଟୋପି, ପାଣି ବୋତଲ ଭଳି ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହାସହିତ ଅଂଶୁଘାତର ମୁକାବିଲା ପାଇଁ ସଚେତନତା ସୃଷ୍ଟି କରିଥିଲା ଏହି ସଂସ୍ଥା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.