ବୌଦ୍ଧ: ସାଂସ୍କୃତିକ ଅନୁଷ୍ଠାନର ଅଭିନବ ପ୍ରୟାସ । ବିଭିନ୍ନ ଗାଁ ଗାଁ ବୁଲି ଛାତ୍ରଛାତ୍ରୀଙ୍କୁ ମାଗଣାରେ ଗପବହି ଓ ଚିତ୍ରାଙ୍କନ ଉପକରଣ ବଣ୍ଟନ କରୁଛନ୍ତି । ସେହିପରି କିଛି ସ୍ବେଚ୍ଛାସେବୀ ଜଣେ ହତ୍ୟାକାଣ୍ଡର ଶିକାର ବ୍ୟକ୍ତିର ମୃତଦେହକୁ ସଂସ୍କାର କରିଛନ୍ତି ।
ଲକଡାଉନ ସମୟରେ ଛାତ୍ରଛାତ୍ରୀଙ୍କ ମାନସିକତାକୁ ଲକ୍ଷ୍ୟ କରି ସେମାନଙ୍କୁ ଅଭିନବ ଶୈଳୀରେ ସାହାଯ୍ୟର ହାତ ବଢାଇଛି ସାଂସ୍କୃତିକ ଅନୁଷ୍ଠାନ । ବୌଦ୍ଧର ସାଂସ୍କୃତିକ ଅନୁଷ୍ଠାନ ପ୍ରଣାମ ପକ୍ଷରୁ ପ୍ରତ୍ୟେକ ଦିନ ବିଭିନ୍ନ ବଜାରରେ ଏହାର କର୍ମକର୍ତ୍ତା ମାନେ ସ୍ବଚ୍ଛତା ଓ ସାମାଜିକ ଦୂରତାକୁ ନେଇ ସଚେତନ କରୁଛନ୍ତି । ଏହାସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମାସ୍କ, ଗପବହି ଓ ଚିତ୍ରାଙ୍କନ ଉପକରଣ ପ୍ରଦାନ କରୁଛନ୍ତି ।
ସେହିପରି ରବିବାର କାଶଲପୁର ହତ୍ୟାକାଣ୍ଡରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟ କେହି ନଆସିବାରୁ ବୌଦ୍ଧ ପୋଲିସର ସହାୟତାରେ ସତ୍ୟ ସାଇ ସେବା ସମିତିର ସଦସ୍ୟମାନେ ମୃତଦେହକୁ ରାଜଘାଟରେ ଅନ୍ତିମ ସଂସ୍କାର କରି ମାନବିକତାର ପରିଚୟ ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ