ବୌଦ୍ଧ: ଜିଲ୍ଲାର ବୁଦ୍ଧିଜୀବୀ ଓ ବିଜେପି କର୍ମକର୍ତ୍ତାଙ୍କୁ ଚଳିତ ବର୍ଷର କେନ୍ଦ୍ର ବଜେଟକୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । କେନ୍ଦ୍ର ବଜେଟର ବିଭିନ୍ନ ଦିଗ ଓ ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ଆଲୋଚନା ହୋଇଛି ।
କେନ୍ଦ୍ର ବଜେଟକୁ ନେଇ ଜିଲ୍ଲାର ବୁଦ୍ଧିଜୀବୀ ଓ ବିଜେପି କର୍ମକର୍ତ୍ତାଙ୍କ ସହିତ ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେପି ନେତା ଐର ଖାରବେଳ ସ୍ବାଇଁ ଆଲୋଚନା କରିଛନ୍ତି । ଆଲୋଚନା ଚକ୍ରରେ ଅତିଥି ରୂପେ ପୂର୍ବତନ ସାଂସଦ ଐର ଯୋଗଦେଇ ଚଳିତ ବଜେଟକୁ ଯୁଗାନ୍ତକାରୀ ବଜେଟ ଭାବରେ ବର୍ଣ୍ଣନା କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ତୈଳଦର ବୃଦ୍ଧି ପ୍ରସଙ୍ଗ ସହିତ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି ।
ଏଥିସହିତ ଜିଲ୍ଲାରେ ବିଜେପି ଦଳର ସାଙ୍ଗଠନିକ ସ୍ଥିତି ଓ ଏହାର ଅଗ୍ରଗତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସହିତ ବରିଷ୍ଠ ନେତା ପୂର୍ବତନ ବିଧାୟକ ସଚ୍ଚିଦାନନ୍ଦ ଦଲାଲ, କହ୍ନାଇ ଚରଣ ଡାଙ୍ଗ, ସୁଶାନ୍ତ କୁମାର ପ୍ରଧାନ, ମାଗୁଣି ଗାଇଗୌରିଆ, ରାକେଶ ତ୍ରିପାଠୀ, ମନୋରଞ୍ଜନ ଦାସ, ସୂର୍ଯ୍ୟ ନାରାୟଣ ମହାପାତ୍ର, ପ୍ରେମାନନ୍ଦ ମିଶ୍ର, ମହିଳା ନେତ୍ରୀ ନମିତା ଦାସ ପ୍ରମୁଖ ନେତା ଯୋଗ ଦେଇ ନିଜର ମତାମତ ପ୍ରଦାନ କରିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ