ETV Bharat / state

ବୌଦ୍ଧରେ ହେବ ରାଜ୍ୟର ପ୍ରଥମ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ - ବୌଦ୍ଧ ଖବର

ଜିଲ୍ଲାରେ ପ୍ରଥମ ଥର ପାଇଁ ଆୟୋଜନ ହେବ ରାଜ୍ୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ୍‌ ।ଚାରି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ୍‌ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋରଦାର ପ୍ରସ୍ତୁତି ଚାଲିଛି । ଅଧିକ ପଢ଼ନ୍ତୁ...

ବୌଦ୍ଧରେ ହେବ ରାଜ୍ୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ୍‌

author img

By

Published : Nov 10, 2021, 6:51 PM IST

ବୌଦ୍ଧ: ଜିଲ୍ଲାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ ରାଜ୍ୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ୍‌ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଟୁର୍ଣ୍ଣାମେଣ୍ଟ୍‌କୁ ନେଇ ଜିଲ୍ଲାବାସୀ ବେଶ ଆନନ୍ଦ ରହିଛନ୍ତି । ବୌଦ୍ଧ ଜିଲ୍ଲା ଷ୍ଟାଡିୟମରେ ୧୧ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ୬୯ତମ ମହିଳା ସିନିଅର ଭଲିବଲ୍‌ ଟୁର୍ଣ୍ଣାମେଣ୍ଟ୍‌ ଅନୁଷ୍ଠିତ ହେବ ।

ବୌଦ୍ଧରେ ହେବ ରାଜ୍ୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ୍‌

ଏଥିପାଇଁ ପରିତ୍ୟକ୍ତ ହୋଇପଡ଼ିଥିବା ଜିଲ୍ଲା ଷ୍ଟାଡିୟମକୁ ସଫା କରାଯିବା ସହ ସ୍ବତନ୍ତ୍ର ଭଲିବଲ କୋର୍ଟ ନିର୍ମାଣ ହୋଇଛି । ଏହାଛଡ଼ା ଏହି ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ୍‌ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇ ସାଜସଜ୍ଜା କରାଯାଉଛି ।

ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ପାଇଁ ଏଭଳି ଏକ ଟୁର୍ଣ୍ଣାମେଣ୍ଟ୍‌ର ଆୟୋଜନ କରାଯାଉଥିବାରୁ ଏହାକୁ ସ୍ବାଗତ କରାଯାଇଛି । କ୍ରୀ଼ଡ଼ା ଓ କ୍ରୀଡ଼ାବିତ୍‌ଙ୍କ ବିକାଶରେ ଏହି ଟୁର୍ଣ୍ଣାମେଣ୍ଟ ଯଥେଷ୍ଟ ସହାୟକ ହେବା ନେଇ ଆଶାବାଦୀ ଅଛନ୍ତି ଜିଲ୍ଲାବାସୀ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.