ETV Bharat / state

ପଶ୍ଚିମ ଓଡିଶାର ପ୍ରଥମ ସଂଗ୍ରହାଳୟ ଉଦଘାଟିତ - ପଶ୍ଚିମ ଓଡିଶାର ପ୍ରଥମ ସଂଗ୍ରହାଳୟ

ପଶ୍ଚିମ ଓଡିଶାର ପ୍ରଥମ ସଂଗ୍ରହାଳୟ ଉଦଘାଟିତ ହୋଇଯାଇଛି । ଏହି ସଂଗ୍ରହାଳୟରେ ଦୁର୍ମୂଲ୍ୟ ସାମଗ୍ରୀ ଆଦିବାସୀ ସାମଗ୍ରୀ, ରାଜକୀୟ ସାମଗ୍ରୀ, ଯୁଦ୍ଧ ଅସ୍ତ୍ରଶସ୍ତ୍ର, ଫଟୋଚିତ୍ର, ପାରମ୍ପରିକ ବାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଦୁର୍ମୂଲ୍ୟ ସାମଗ୍ରୀ ସ୍ଥାନ ପାଇଛି ।

ପଶ୍ଚିମ ଓଡିଶାର ପ୍ରଥମ ସଂଗ୍ରହାଳୟ ଉଦଘାଟିତ
ପଶ୍ଚିମ ଓଡିଶାର ପ୍ରଥମ ସଂଗ୍ରହାଳୟ ଉଦଘାଟିତ
author img

By

Published : Jan 5, 2021, 9:01 AM IST

ବୌଦ୍ଧ: ପଶ୍ଚିମ ଓଡିଶାର ପ୍ରଥମ ସଂଗ୍ରହାଳୟ ଉଦଘାଟିତ ହୋଇଯାଇଛି । ସଂଗ୍ରହାଳୟ ଉଦଘାଟିତ ହେବା ପରେ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ସଂଗ୍ରହାଳୟର ରୂପରେଖ ପ୍ରସ୍ତୁତି, ପ୍ରବେଶ ଶୁଳ୍କ ଓ ଖୋଲିବା ସମୟ ବିଷୟରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ମ୍ୟୁଜିୟମ ଉଦଘାଟନ

ଓଡିଶାର ମଧ୍ୟ ଭାଗରେ ଥିବା ବୌଦ୍ଧ ଜିଲ୍ଲାରେ ପଶ୍ଚିମ ଓଡିଶାର ପ୍ରଥମ ଜିଲ୍ଲା ସଂଗ୍ରହାଳୟ ଉଦଘାଟିତ ହେବା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଗଡଜାତ ଅଞ୍ଚଳ ବୌଦ୍ଧକୁ 1994 ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ କରିଥିଲେ । ଜିଲ୍ଲାର 27ତମ ପ୍ରତିଷ୍ଠା ଦିବସରେ ଜିଲ୍ଲାପ୍ରଶାସନ ଉଦ୍ୟମରେ ନିର୍ମିତ ଜିଲ୍ଲା ସଂଗ୍ରହାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ଏଠାରେ ବୌଦ୍ଧ ଜିଲ୍ଲାର କୋଣ-ଅନୁକୋଣରୁ ତଥା ଜିଲ୍ଲା ବାହାରର ବିଭିନ୍ନ ସ୍ଥାନରୁ ଦୁର୍ମୂଲ୍ୟ ସାମଗ୍ରୀ ଆଦିବାସୀ ସାମଗ୍ରୀ, ରାଜକୀୟ ସାମଗ୍ରୀ, ଯୁଦ୍ଧ ଅସ୍ତ୍ରଶସ୍ତ୍ର, ଫଟୋଚିତ୍ର, ପାରମ୍ପରିକ ବାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଦୁର୍ମୂଲ୍ୟ ସାମଗ୍ରୀ ସ୍ଥାନ ପାଇଛି ।

ଖୋଦ ଶ୍ରମ ମନ୍ତ୍ରୀ ଜିଲ୍ଲା ପ୍ରଶାସନର ଏଭଳି ଉଦ୍ୟମର ଭୂୟସୀ ପ୍ରଶଂସା ସହ ଏହି ମ୍ୟୁଜିୟମ ବିଦ୍ୟାର୍ଥୀ ଓ ଗବେଷକଙ୍କ ପାଇଁ ଯଥେଷ୍ଟ ସହାୟକ ହେବ ବୋଲି ଆଶା ପ୍ରକଟ କରିଛନ୍ତି ।ଦୁଇ ଦିନ ମ୍ୟୁଜିୟମ ଖୋଲିବା ପରେ ସୋମବାର ବନ୍ଦ ରହିଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.