ETV Bharat / state

ଅସହାୟ ପରିବାରଙ୍କୁ ଜାତୀୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ

ଜିଲ୍ଲା ପ୍ରଶାସନ ଓ ଜାତୀୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅସହାୟ ଯୁବକ ଯୁବତୀଙ୍କୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ସାହାଯ୍ୟରେ କରାଯାଇଛି ଆର୍ଥିକ ସହାୟତା । ଅଧିକ ପଢନ୍ତୁ...

author img

By

Published : Nov 13, 2021, 6:41 PM IST

ଅସହାୟ ପରିବାରଙ୍କୁ ଜାତୀୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ
ଅସହାୟ ପରିବାରଙ୍କୁ ଜାତୀୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ

ବୌଦ୍ଧ: ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ମେଗା ସହାୟତା ଶିବିର ଆୟୋଜିତ ହୋଇଯାଇଛି। ତେବେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଅସହାୟ ତଥା ଆର୍ଥିକ ପଛୁଆ ବର୍ଗର ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।

ଏନେଇ ଆଜି(ଶନିବାର) ବୌଦ୍ଧ ଟାଉନହଲ ଠାରେ ମେଗା ସହାୟତା ଶିବିରର ଆୟୋଜନ କରାଯିବା ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଅସହାୟ ଶିଶୁଙ୍କୁ ଆଶୀର୍ବାଦ, ମୃତ୍ୟୁ କାଳୀନ, ବିବାହ ସହାୟତା, ଭୂମିହୀନଙ୍କୁ ପଟ୍ଟା ତଥା ବିଶେଷ ଭାବରେ ମହିଳାଙ୍କୁ ସ୍ବାବଲମ୍ବୀ ପାଇଁ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା ।

ସେପଟେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ନ୍ୟାୟାଧିଶ, ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅତିଥିମାନେ ଯୋଗଦେଇ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପଛରେ ଥିବା ନାଗରିକଙ୍କ ପାଇଁ ଜନମଙ୍ଗଳ ସରକାର ସବୁବେଳେ ଚେଷ୍ଟିତ ଥିବା ନେଇ ମତ ପ୍ରକାଶ କରିଛନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି କି କାର୍ଯ୍ୟକ୍ରମରେ ଜିଲ୍ଲା କୃଷି, ଶିଳ୍ପ ବିଭାଗ ଓ ଶ୍ରମ ବିଭାଗର ଷ୍ଟଲ ଖୋଲାଯାଇଥିଲେ ମଧ୍ୟ କୌଣସି ଅଧିକାରୀମାନେ ହିତାଧିକାରୀଙ୍କୁ ଭେଟି ନଥିବା ସହ କିଛି ବିଭାଗର କାର୍ଯ୍ୟ ଶୈଳୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ଜଣାପଡିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.