ETV Bharat / state

ଚର୍ମରୋଗରେ ଛଟପଟ ରାଜଶ୍ରୀ, ଜୀବନ ବଞ୍ଚାଇବାକୁ ବାପାଙ୍କ ନିବେଦନ - ତିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ

ଚର୍ମରୋଗରେ ପୀଡିତ କୁନି ଝିଅର ଚିକିତ୍ସା ପାଇଁ ବାପା-ମାଆଙ୍କ ଆକୁଳ ନିବେଦନ । ଅଧିକ ପଢନ୍ତୁ...

ଝିଅର ଜୀବନ ବଞ୍ଚାଇବାକୁ ବାପାଙ୍କ ନିବେଦନ
ଝିଅର ଜୀବନ ବଞ୍ଚାଇବାକୁ ବାପାଙ୍କ ନିବେଦନ
author img

By

Published : Aug 25, 2021, 9:31 AM IST

ବୌଦ୍ଧ: ଚର୍ମରୋଗରେ ପୀଡିତ କୁନି ଝିଅ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଅତ୍ୟନ୍ତ ଗରିବ ଦିନ ମଜୁରିଆ ବାପା-ମାଆ ବର୍ତ୍ତମାନ ସହାୟତା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି । ବୌଦ୍ଧ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ମୁର୍ଷୂଣ୍ଢି ପଞ୍ଚାୟତ ଟୁଟୁସିଙ୍ଗା ଗ୍ରାମର ଦିନ ମଜୁରିଆ ତୀର୍ଥ ମଲ୍ଲିକଙ୍କ ପରିବାର ।

ଚର୍ମରୋଗରେ ଛଟପଟ ରାଜଶ୍ରୀ, ଜୀବନ ବଞ୍ଚାଇବାକୁ ବାପାଙ୍କ ନିବେଦନ

ପତ୍ନୀ ଓ ଏକମାତ୍ର କୁନି ଝିଅ ରାଜଶ୍ରୀକୁ ନେଇ ତୀର୍ଥଙ୍କ ଛୋଟିଆ ପରିବାର । ମାତ୍ର ହସଖୁସିର ପରିବାରରେ ଦାଉ ସାଜିଛି ବ୍ୟାଧି । ତିନି ବର୍ଷର କୁନି ଝିଅ ରାଜଶ୍ରୀ ଜନ୍ମରୁ ଚର୍ମ ରୋଗରେ ପୀଡିତ । ତେଣୁ ଝିଅକୁ ଭଲ କରିବାକୁ ପିତାମାତା ବୌଦ୍ଧ ଠାରୁ ଆରମ୍ଭ କରି ବୁର୍ଲା, କଟକ, ଭୁବନେଶ୍ୱରର ବିଭିନ୍ନ ଡାକ୍ତରଙ୍କୁ ଦେଖାଇ ସର୍ବସ୍ବାନ୍ତ ହୋଇସାରିଲେଣି । ମୁଣ୍ଡ ଉପରେ ଛାତ ନଥିବା ଏକ ଭଙ୍ଗା ଜରିପାଲ ଟଣା ଚାଳ ଘରେ ଦିନ ବିତାଉଥିବା ଏହି ପରିବାର ଉପରେ ଏବେ ଦୁଃଖର ପାହାଡ ।

ଦିନ ମଜୁରୀ କରି ଚଳୁଥିବା ତୀର୍ଥଙ୍କ ପାଇଁ ଝିଅର ଚିକିତ୍ସା ଅସମ୍ଭବ ହୋଇ ପଡିଛି । ସେପଟେ ବର୍ତ୍ତମାନ ତିନି ଦିନ ହେବ ଝିଅର ପରିସ୍ରାରେ ରକ୍ତସ୍ରାବ ହେଉଥିବାରୁ ବାପା-ମାଆ ଭୟଭୀତ ହୋଇପଡିଛନ୍ତି । ଅତ୍ୟନ୍ତ ଅସହାୟ ଅବସ୍ଥାରେ ନିଜ କୁନି ଝିଅର ଜୀବନ ବଞ୍ଚାଇବାକୁ ତୀର୍ଥ ସରକାରଙ୍କ ନିକଟରେ ଆକୁଳ ନିବେଦେନ କରିଛନ୍ତି । ନିଷ୍ପାପ କୁନି ଝିଅ ପାଇଁ ସରକାରୀ କିମ୍ବା ବେସରକାରୀ ସ୍ତରରେ ସହାୟତା ପାଇଁ ଗ୍ରାମବାସୀ ମଧ୍ୟ ଅନୁରୋଧ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.