ETV Bharat / state

ମଣ୍ଡି ସମସ୍ୟା ନେଇ ଚାଷୀଙ୍କ ରାସ୍ତା ଅବରୋଧ, ପୋଲିସ- ଆନ୍ଦୋଳନକାରୀ ମୁହାଁମୁହିଁ

ଧାନମଣ୍ଡି କାର୍ଯ୍ୟକ୍ଷମ ଦାବି କରି ଚାଷୀଙ୍କ ରାସ୍ତା ଅବରୋଧ । ଆନ୍ଦୋଳନ ସମୟରେ ପୋଲିସ ଓ ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତି। ଅଧିକ ପଢ଼ନ୍ତୁ

author img

By

Published : Dec 12, 2022, 1:41 PM IST

farmers protest in boudh over mandi issue
ମଣ୍ଡି ସମସ୍ୟା ନେଇ ଚାଷୀଙ୍କ ରାସ୍ତା ଅବରୋଧ, ପୋଲିସ- ଆନ୍ଦୋଳନକାରୀ ମୁହାଁମୁହିଁ
ମଣ୍ଡି ସମସ୍ୟା ନେଇ ଚାଷୀଙ୍କ ରାସ୍ତା ଅବରୋଧ

ବୌଦ୍ଧ: ଧାନମଣ୍ଡି କାର୍ଯ୍ୟକ୍ଷମ ନେଇ ତାତିଲେ ଚାଷୀ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ନିକଟସ୍ଥ ଖଲିଆପାଲି ପଞ୍ଚାୟତରେ ଧାନ ମଣ୍ଡି କାର୍ଯ୍ୟକ୍ଷମ ଦାବିରେ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ । ଘଟଣାସ୍ଥଳରେ ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିରେ ଆନ୍ଦୋଳନକାରୀ ଚାଷୀଙ୍କୁ ଉଠାଇ ନେଲା ପୋଲିସ ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ନିକଟସ୍ଥ ଖଲିଆପାଲି ପଞ୍ଚାୟତରେ ପ୍ରାୟ 10 ବର୍ଷ ହେଲା ଧାନକ୍ରୟ ପାଇଁ ସ୍ଥାୟୀ ମାର୍କେଟ ଗୃହ ନିର୍ମାଣ ହୋଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ । ଫଳରେ ଚାଷୀ କଣ୍ଟାମାଳ ମଣ୍ଡିରେ ଧାନବିକ୍ରି କରୁଛନ୍ତି । ଖଲିଆପାଲି ଅଞ୍ଚଳରେ ଥିବା ମଣ୍ଡି କାର୍ଯ୍ୟକ୍ଷମ କରିବାକୁ ଚାଷୀମାନେ ବାରମ୍ବାର ଯୋଗାଣ ଓ ସମବାୟ ବିଭାଗ ନିକଟରେ ଗୁହାରି କରିଥିଲେ । କିନ୍ତୁ କୌଣସି ସୁଫଳ ମିଳି ନଥିଲା । ତେଣୁ ଆଜି (ସୋମବାର) ଶହଶହ ଚାଷୀ ଏକାଠି ହୋଇ କଣ୍ଟାମାଳ ମନମୁଣ୍ଡା ରାଜପଥକୁ ଅବରୋଧ କରିଥିଲେ ।

କଣ୍ଟାମାଳରେ ଜିଲ୍ଲାପାଳ ଓ ଏସପିଙ୍କ ଜନଶୁଣାଣି ଥିବାରୁ କଣ୍ଟାମାଳ ପୋଲିସ ରାସ୍ତା ଅବରୋଧ କରିଥିବା ଚାଷୀଙ୍କୁ ବଳ ପ୍ରୟୋଗ କରି ଉଠାଇ ନେଇଥିଲା । ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତଧସ୍ତି ହୋଇଥିଲା । ଫଳରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.