ETV Bharat / state

ୟୁରିଆ ସାର କଳାବଜାରୀ ନେଇ କୃଷି କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

author img

By

Published : Sep 15, 2020, 9:25 PM IST

ଗତ 9 ତାରିଖରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୟୁରିଆ ସାରର ବ୍ୟାପକ କଳାବଜାରୀ ଓ ଅଭାବି ବିକ୍ରିକୁ ନେଇ ଚାଷୀ କୃଷି କାର୍ଯ୍ୟାଳୟରେ ତାଲା ପକାଇଥିଲେ ।

ୟୁରିଆ ସାରକୁ ନେଇ କୃଷି କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

ବୌଦ୍ଧ: ୟୁରିଆ ସାର ଯୋଗାଣକୁ ନେଇ କୃଷି ଅଧିକାରୀଙ୍କ ପ୍ରତିଶ୍ରୁତି ପୂରଣ ନ ହେବାରୁ ଉତ୍ତ୍ୟକ୍ତ ଚାଷୀ ପୁଣି କୃଷି କାର୍ଯ୍ୟାଳୟରେ ତାଲା ପକାଇଛନ୍ତି । ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର ତାତି କମିବାର ନାଁ ନେଉନି । ଗତ 9 ତାରିଖରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୟୁରିଆ ସାରର ବ୍ୟାପକ କଳାବଜାର ଓ ଅଭାବି ବିକ୍ରିକୁ ନେଇ ଚାଷୀ କୃଷି କାର୍ଯ୍ୟାଳୟରେ ତାଲା ପକାଇଥିଲେ ।

ପୋଲିସ ଉପସ୍ଥିତିରେ କୃଷି ଅଧିକାରୀ 15 ତାରିଖରେ ଚାଷୀଙ୍କୁ ସାର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବର୍ତ୍ତମାନ କୃଷି ବିଭାଗ ଏଆରସିଏସଙ୍କ ଆଡକୁ ଓ ଏଆରସିଏସ କୃଷି ବିଭାଗ ଆଡକୁ ଦୋଷ ଲଦାଲଦି ହେବାରେ ଲାଗିଛନ୍ତି । ସେପଟେ ଆଜି ଚାଷୀଙ୍କୁ ୟୁରିଆ ସାର ଯୋଗାଇବାରେ କୃଷି ବିଭାଗ ବିଫଳ ହେବାରୁ ଉତ୍ତ୍ୟକ୍ତ ଚାଷୀ ଆଜି ପୁଣିଥରେ କୃଷି କାର୍ଯ୍ୟାଳୟରେ ତାଲା ପକାଇଛନ୍ତି । ସମବାୟ ବିଭାଗ ଓ କୃଷି ବିଭାଗୀୟ ଅଧିକାରୀଙ୍କ ଅପାରଗତା ଯୋଗୁଁ ଜିଲ୍ଲାରେ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.