ETV Bharat / state

ଅନିଶ୍ଚିତତାରେ ଉଠା ଜଳସେଚନ, ଆନ୍ଦୋଳନ ପାଇଁ ସଜବାଜ ଚାଷୀ

author img

By

Published : Dec 20, 2022, 10:20 PM IST

ଜଳସେଚନ ହୋଇ ପାରୁ ନଥିବାରୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଅନେକ ଚାଷା ସମସ୍ୟା ଭୋଗୁଛନ୍ତି । ଉଠା ଜଳସେଚନ ପ୍ରକଳ୍ପ ଦିଗରେ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ ନ କରାଗଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ଅଧିକ ପଢନ୍ତୁ

demanding lift irrigation project
ଅନିଶ୍ଚିତତାରେ ଉଠା ଜଳସେଚନ, ଆନ୍ଦୋଳନ ପାଇଁ ସଜବାଜ ଚାଷୀ
ଅନିଶ୍ଚିତତାରେ ଉଠା ଜଳସେଚନ, ଆନ୍ଦୋଳନ ପାଇଁ ସଜବାଜ ଚାଷୀ

ବୌଦ୍ଧ: ମହାନଦୀ କୂଳରେ ଅବସ୍ଥିତ ହରଭଙ୍ଗା ବ୍ଲକର ଅନେକ ଅଞ୍ଚଳକୁ ଜଳସେଚନ ହୋଇ ପାରୁନାହିଁ। ଫଳରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଚାଷୀ । ମେଗା ଉଠା ଜଳସେଚନ ପାଇଁ ପ୍ରସ୍ତାବ ଥିଲେ ମଧ୍ୟ ଦୀର୍ଘ ବର୍ଷ ହେଲା ଉକ୍ତ ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ମଧ୍ୟରେ ରହିଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ନେଇ ଏକ ବିଶାଳ କୃଷକ ସମୋବେଶ ହୋଇଛି ।

ଜଳସେଚନ କୁନେଇ ଚାଷୀଙ୍କ ବିକ୍ଷୋଭ ଶୋଭାଯାତ୍ରା ସହିତ ଦାବିପତ୍ର ପ୍ରଦାନ କରିଛନ୍ତି । ମହାନଦୀ କୂଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଅଧିକାଂଶ ଅଞ୍ଚଳକୁ ଜଳସେଚନ ସମସ୍ୟା ଆବହମାନ କାଳରୁ ରହି ଆସିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ହରଭଙ୍ଗା ବ୍ଲକର ମହାନଦୀ କୂଳରେ ଥିବା ସାମ୍ପୋଚ, ତିରଡ, ରାମଗଡ ଓ ଧଳପୁର ଭଳି ଚାରିଗୋଟି ସ୍ଥାନରେ ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରଖି ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । କିନ୍ତୁ ପରିବର୍ତ୍ତିତ ସମୟରେ କେବଳ ତିରଡ ସ୍କିମକୁ ଛାଡି ଅନ୍ୟ ତିନୋଟି ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଏନେଇ ଅଞ୍ଚଳର ଚାଷୀଙ୍କ ପକ୍ଷରୁ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳିପାରି ନାହିଁ ।

ସୋମବାର ରାମଗଡ, ଧଳପୁର ଓ ସାମ୍ପୋଚ ଅଞ୍ଚଳର ଶତାଧିକ ଚାଷୀ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ସହିତ ଏନେଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି। ଉକ୍ତ ତିନି ଗୋଟି ମେଗା ପ୍ରକଳ୍ପ ପ୍ରତିଷ୍ଠା ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଅଞ୍ଚଳର ଚାଷୀ ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ଚେତାବନୀ ଦେଇଛନ୍ତି । ତେବେ କେବେ ଏ ଦାବି ପୂରଣ ହେଉଛି ଓ ଚାଷୀଙ୍କ ସମସ୍ୟାର ସମାଧାନ ହେଉଛି ତାହା ଦେଖିବା ବାକି ରହିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.