ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ୟୁରିଆ ସାରର ବ୍ୟାପକ କଳାବଜାରୀ ଅଭିଯୋଗ । ବର୍ତ୍ତମାନ ବନ୍ୟା ଯୋଗୁଁ ଷାଠିଏ ପ୍ରତିଶତ ଚାଷଜମି ଜଳମଗ୍ନ ହୋଇଥିବାବେଳେ ସାରର ଦ୍ବିଗୁଣିତ ଦର ଚାଷୀଙ୍କୁ କନ୍ଦାଉଛି । ଏନେଇ ନା କୃଷି ବିଭାଗ ନା ଏଆରସିଏସ କେହି ତତ୍ପରତା ଦେଖାଉନଥିବା ଅଭିଯୋଗ ହୋଇଛି ।
ଶନିବାର ଚାରିଟି ଟ୍ରକ ଯୋଗେ ପ୍ରାୟ ହଜାରେ ଟନ ୟୁରିଆ ସାର ବୌଦ୍ଧ ସାର ଗୋଦାମରେ ପହଞ୍ଚିଛି । ତେବେ ବିଭାଗୀୟ ଅଧିକାରୀ ଓ ଡିଲର ମଧ୍ୟରେ ମଧୁଚନ୍ଦ୍ରିକା ହେତୁ ସାର ଦରକୁ ନେଇ ଏବେବି ଆଶା ଆଶଙ୍କାରେ ଚାଷୀ । ଗୋଟିଏ ପଟରେ ବନ୍ୟା ଜଳରେ ଚାଷ ଜମି ବୁଡି ରହିଥିବାବେଳେ ୟୁରିଆ ସାରର ଦର ଚାଷୀଙ୍କ ମୁଣ୍ଡରେ ଚଡକ ପଡିବା ସଦୃଶ ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ