ETV Bharat / state

ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା ପରେ ବି ଚାଷୀଙ୍କୁ ମିଳୁନି ପାଣି

ଦୀର୍ଘ ଦିନର ଦାବି ପରେ କୋଟି କୋଟି ଟଙ୍କାର ମେଗା ଲିପ୍ଟ ପଏଣ୍ଟ ସ୍ଥାପନ ହେଲା । କିନ୍ତୁ ପୂର୍ବ ପରି ଜଳକଷ୍ଟରେ ହନ୍ତସନ୍ତ ହେଉଛନ୍ତି ଅଞ୍ଚଳବାସୀ । ଆଉ ଅଭିଯୋଗ କଲେ ଦେଖିବାକୁ ପଡୁଛି ପୋଲିସର ନାଲି ଆଖି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Oct 24, 2019, 11:09 AM IST

ବୌଦ୍ଧ: ଦୀର୍ଘ ଦିନର ଦାବି ପରେ କୋଟି କୋଟି ଟଙ୍କାର ମେଗା ଲିପ୍ଟ ପଏଣ୍ଟ ସ୍ଥାପନ ହେଲା । କିନ୍ତୁ ପୂର୍ବ ପରି ଜଳକଷ୍ଟରେ ହନ୍ତସନ୍ତ ହେଉଛନ୍ତି ଅଞ୍ଚଳବାସୀ । ଆଉ ଅଭିଯୋଗ କଲେ ଦେଖିବାକୁ ପଡୁଛି ପୋଲିସର ନାଲି ଆଖି ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକରେ ଜଳସେଚନର ସୁବ୍ୟବସ୍ଥା ନିମନ୍ତେ ଦୀର୍ଘ ଦିନର ଦାବିକୁ ସରକାର ମାନି ତେଲନଦୀ ନିକଟରେ ଚାରୋଟି ମେଗା ଲିପ୍ଟ ପଏଣ୍ଟ ସ୍ଥାପନ କଲେ । କିନ୍ତୁ ଉପଯୁକ୍ତ ଭାବରେ ପାଇପ ବିଛା କାର୍ଯ୍ୟ ହୋଇ ନ ଥିବାରୁ ଏବେବି ଜଳସେଚନରୁ ବଞ୍ଚିତ ହେଉଛନ୍ତି ଚାଷୀ । ଏଭଳି ଏକ ସ୍ଥାନରେ ଇଟିଭି ଭାରତ ପହଞ୍ଚି ପୂରା ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

କଣ୍ଟାମାଳ ବ୍ଲକ ସଦର ମହକୁମାଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ 6,52,60,638 ଟଙ୍କା ବ୍ୟୟ ଅଟକଳରେ ଜଳସମ୍ପଦ ବିଭାଗ ପକ୍ଷରୁ ନିର୍ମିତ ହୋଇଛି ବୃହତ ଉଠା ଜଳସେଚନ ପ୍ରକଳ୍ପ । ଏଲଏଣ୍ଡଟି ଦ୍ବାରା ନିର୍ମିତ ଏହି ପ୍ରକଳ୍ପରୁ 1500 ହେକ୍ଟର ଜମିକୁ ଜଳସେଚନର ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ଆମ ଇଟିଭି ଭାରତ ପ୍ରତିନିଧି ଯେତେବେଳେ ପ୍ରକଳ୍ପ ନିକଟସ୍ଥ ଉଦୟପୁର ଗାଁରେ ପହଞ୍ଚିଥିଲେ ସେଠାରେ ଏବେବି ଚାଷ ପାଇଁ କିଭଳି ଜଳକଷ୍ଟ ଭୋଗୁଛନ୍ତି ତାର ବର୍ଣ୍ଣନା କରିଥିଲେ ଅଞ୍ଚଳବାସୀ ।

ଏ ସମ୍ପର୍କରେ ଅଭିଯୋଗ କଲେ ଓଲଟା ପୋଲିସ ଦ୍ଵାରା କେସର ଭୟ ଦେଖାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ସମସ୍ୟା ସମ୍ପର୍କରେ କଣ୍ଟାମାଳ ତହସିଲଦାର ଓ ବୌଦ୍ଧ ଜିଲ୍ଲାପାଳଙ୍କୁ ଗୁହାରି ମଧ୍ୟ କରିଛନ୍ତି ଅଞ୍ଚଳବାସୀ। କିନ୍ତୁ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନାହିଁ । ତେଣୁ ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Intro:ଦୀର୍ଘ ଦିନର ଦାବୀ ପରେ କୋଟି କୋଟି ଟଙ୍କାର ମେଗା ଲିପ୍ଟ ପଏଣ୍ଟ ସ୍ଥାପନ ହେଲା ।କିନ୍ତୁ ପୂର୍ବ ପରି ଜଳକଷ୍ଟରେ ହନ୍ତସନ୍ତ ହେଉଛନ୍ତି ଅଞ୍ଚଳବାସୀ ।ଆଉ ଅଭିଯୋଗ କଲେ ପୋଲିସର ନାଲି ଆଖିର ଶରବ୍ୟ ହେବାକୁ ପଡୁଛି ।
ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକରେ ଜଳସେଚନର ସୁବ୍ୟବସ୍ଥା ନିମନ୍ତେ ଦୀର୍ଘ ଦିନର ଦାବୀକୁ ସରକାର ମାନି ତେଲନଦୀ ନିକଟରେ ଚାରୋଟି ମେଗା ଲିପ୍ଟ ପଏଣ୍ଟ ସ୍ଥାପନ କଲେ ।କିନ୍ତୁ ଉପଯୁକ୍ତ ଭାବରେ ପାଇପ ବିଛା କାର୍ଯ୍ୟ ହୋଇନଥିବାରୁ ଏବେବି ଜଳସେଚନରୁ ବଞ୍ଚିତ ହେଉଛନ୍ତି ଚାଷୀ ।ଏଭଳି ଏକ ସ୍ଥାନରେ ଈଟିଭି ଭାରତ ପହଞ୍ଚି ପୂରା ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଥିଲା ।କଣ୍ଟାମାଳ ବ୍ଲକ ସଦର ମହକୁମାଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଛ କୋଟି ବାବନ ଲକ୍ଷ ଷାଠିଏ ହଜାରଛଶହ ଅଠତିରିଶ ଟଙ୍କା ବ୍ୟୟ ଅଟକଳ ରେ ଜଳସମ୍ପଦ ବିଭାଗ ପକ୍ଷରୁ ନିର୍ମିତ ହୋଇଛି ବୃହତ ଉଠା ଜଳସେଚନ ପ୍ରକଳ୍ପ ।ଏଲ ଏଣ୍ଡ ଟି ଦ୍ବାରା ନିର୍ମିତ ଏହି ପ୍ରକଳ୍ପ ରୁ ପନ୍ଦର ଶହ ହେକ୍ଟର ଜମିକୁ ଜଳସେଚନ ର ଲକ୍ଷ୍ୟ ରଖାଯାଇଥିଲା ।କିନ୍ତୁ ଆମେ ଯେତେବେଳେ ପ୍ରକଳ୍ପ ନିକଟସ୍ଥ ଉଦୟପୁର ଗାଁରେ ପହଞ୍ଚି ଥିଲୁ ସେଠାରେ ଏବେବି ଚାଷ ପାଇଁ କିଭଳି ଜଳକଷ୍ଟ ଭୋଗୁଛନ୍ତି ତାର ବର୍ଣ୍ଣନା କରିଥିଲେ ।ଏ ସମ୍ପର୍କରେ ଅଭିଯୋଗ କଲେ ଓଲଟା ପୋଲିସ ଦ୍ଵାରା କେଶର ଭୟ ଦେଖାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।ଏବେବି ବର୍ଷା ଉପରେ ନିର୍ଭରଶୀଳ ଅଞ୍ଚଳର ଚାଷୀ ସମସ୍ୟା ସମ୍ପର୍କରେ କଣ୍ଟାମାଳ ତହସିଲଦାର ଓ ବୌଦ୍ଧ ଜିଲ୍ଲାପାଳ ଙ୍କୁ ଗୁହାରି ମଧ୍ୟ କରିଛନ୍ତି ।ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟା ର ସମାଧାନ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Body:କୋଟି କୋଟି ଟଙ୍କାର ଉଠା ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା ହେଲେ ମଧ୍ୟ ଚାଷୀ ଙ୍କୁ ଜଳ ମିଳୁନାହିଁ ।

Conclusion:ବାଇଟ-୧-ମୃତୁଞ୍ଜୟ ସୁଲୀ,ଚାଷୀ
ବାଇଟ-୨-କାର୍ତ୍ତିକ ସୁଲୀ,ଅଞ୍ଚଳବାସୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.