ETV Bharat / state

ଷ୍ଟ୍ରଙ୍ଗ ରୁମରେ ରହିଲା ଇଭିଏମ, 12 ପ୍ରାର୍ଥୀଙ୍କ ଭାଗ୍ୟ ହେଲା ସିଲ - seal

୮୫ କଣ୍ଟାମାଳ ଆସନର ରୁମ ଓ ୮୬ ବୌଦ୍ଧ ଆସନର ରୁମକୁ ସିଲ କରାଯାଇଛି।

ଫଟୋ ସୌଜନ୍ୟ; ପ୍ରତିନିଧି, ବୌଦ୍ଧ
author img

By

Published : Apr 19, 2019, 10:37 PM IST

ବୌଦ୍ଧ: ଜିଲ୍ଲାର ଦୁଇ ନିର୍ବାଚନ ମଣ୍ଡଳୀର ୧୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହେଲା ଇଭିଏମରେ। ଏଠାରେ ମତଦାନ ହାର ୮୦ % ରହିଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଥିଲା ନିର୍ବାଚନ । ବୌଦ୍ଧ ଓ କଣ୍ଟାମାଳ ଆସନରେ ସମୁଦାୟ ୪୧୧ ଗୋଟି ବୁଥରେ ବ୍ୟାପକ ସୁରକ୍ଷା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ପ୍ରଶାସନ ପକ୍ଷରୁ କରାଯାଇଥିଲା ।

ଭିଡିଓ ସୌଜନ୍ୟ; ପ୍ରତିନିଧି, ବୌଦ୍ଧ

ତେବେ ଇଭିଏମ ଓ ଭିଭିପ୍ୟାଟକୁ ବୌଦ୍ଧର ପଞ୍ଚାୟତ ମହାବିଦ୍ୟାଳୟରେ ଥିବା ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ରଖାଯାଇଛି । ମତଦାନ ସରିବା ପରେ ଇଭିଏମ ଓ ଭିଭିପ୍ୟାଟ ହସ୍ତାନ୍ତର କରିଥିଲେ ପୋଲିଂ କର୍ମଚାରୀ।

ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ଓ ରିଟର୍ଣ୍ଣିଂ ଅଫିସର ଏନ ସି ଜ୍ୟୋତି ରଞ୍ଜନ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୮୫ କଣ୍ଟାମାଳ ଆସନର ରୁମ ଓ ୮୬ ବୌଦ୍ଧ ଆସନର ରୁମକୁ ସିଲ କରାଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

TAGGED:

evmsealboudh
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.