ETV Bharat / state

ଅଭୟାରଣ୍ୟ ମଧ୍ୟରେ ଅପହଞ୍ଚ ମାରଡା ଗାଁରେ ଇଟିଭି ଭାରତ ଟିମ - ଅପହଞ୍ଚ ଇଲାକାରେ 22 ପରିବାର

ସାତ ସମୁଦ୍ର ତେର ନଦୀର ଗପ ଭଳି ମନେହୁଏ ଅଭୟାରଣ୍ୟ ମଧ୍ୟରେ ବସବାସ କରୁଥିବା ଅଧିବାସୀଙ୍କ ଜୀବନ ଧାରଣ ଦେଖିଲେ । ବୌଦ୍ଧ ଜିଲ୍ଲାର ଶେଷ ସୀମାନ୍ତ ଗ୍ରାମ ମାରଡା, ଯାହା ପଡୋଶୀ ନୟାଗଡ଼ ଓ ଅନୁଗୁଳ ଜିଲ୍ଲା ସୀମା ନିକଟରେ ରହିଛି ସେଠାକାର ଅଧିବାସୀଙ୍କ ସମ୍ପର୍କରେ ଅଧିକ ଜାଣିବାକୁ ପହଞ୍ଚି ଥିଲା ଇଟିଭି ଭାରତ ଟିମ । ଅଧିକ ଖବର ପଢନ୍ତୁ...

ଅଭୟାରଣ୍ୟ ମଧ୍ୟରେ ଅପହଞ୍ଚ ମାରଡା ଗାଁ ରେ ଇଟିଭି ଭାରତ ଟିମ

author img

By

Published : Oct 19, 2020, 4:08 PM IST

ବୌଦ୍ଧ: ଅଭୟାରଣ୍ୟ ଭିତରେ ଅନ୍ଧାରୀ ଗାଁ। ଯେଉଁଠି ନାହିଁ ନାହିଁରେ ଚାଲିଛି ଜୀବନ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ସବୁଥିରୁ ବଞ୍ଚିତ ସରଳିଆ ଆଦିବାସୀଟିଏ। ସରକାରଙ୍କ ଶହେ ଯୋଜନା ଠାରୁ ସାତ କୋସ ଦୂରରେ ରହୁଛନ୍ତି ଏଠାକାର କନ୍ଧ ସମ୍ପଦ୍ରାୟ। କୁମ୍ଭୀର ସହ ଅନ୍ୟ ବନ୍ୟଜନ୍ତୁ ଏମାନଙ୍କ ସାଥୀ ସହଚର ଭଳି ମନେହୁଏ ।

ସ୍ବାସ୍ଥ୍ୟସେବା ଏମାନଙ୍କ ପାଇଁ ସ୍ବପ୍ନ ସଦୃଶ୍ୟ ହୋଇଥିବାରୁ ଝଡାଫୁଙ୍କା ଓ ଅନ୍ଧ ବିଶ୍ବାସର ଅନ୍ଧାରଗଳିରେ ଏମାନଙ୍କ ପାଦ ଥମି ଯାଇଛି। ଆମେ କହୁଛୁ ବୌଦ୍ଧ ଜିଲ୍ଲା କୁଶଙ୍ଗ ପଞ୍ଚାୟତର ମାରଡା ଗାଁ କଥା। ଯାହା ପଡୋଶୀ ନୟାଗଡ଼ ଓ ଅନୁଗୁଳ ଜିଲ୍ଲା ସୀମା ନିକଟରେ ରହିଛି । ଯେଉଁଠି 22ଟି କନ୍ଧ ପରିବାର ରହୁଥିବା ବେଳେ ଭୋଗୁଛନ୍ତି ନାନା ଯନ୍ତ୍ରଣା।

ଅଭୟାରଣ୍ୟ ମଧ୍ୟରେ ଅପହଞ୍ଚ ମାରଡା ଗାଁ ରେ ଇଟିଭି ଭାରତ ଟିମ

ସରକାରଙ୍କ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ଘୋଷଣା ପରେ ଅତ୍ୟନ୍ତ ଦୁର୍ବିସହ ହୋଇପଡିଛି ଏମାନଙ୍କ ଜୀବନ। କିଭଳି ଓ କେଉଁ ପରିସ୍ଥିତିରେ ଏମାନେ ବଞ୍ଚୁଛନ୍ତି ତାହା ପରଖିବାକୁ ଦୁର୍ଗମ ଅଞ୍ଚଳରେ ପହଞ୍ଚି ଥିଲା ଇଟିଭି ଭାରତ ଟିମ ।

ପ୍ରତ୍ୟେକ କାମ ପାଇଁ ଏଠାକାର ଲୋକଙ୍କୁ ପଞ୍ଚାୟତ ସଦର ମହକୁମା ଆସିବାକୁ ପଡିଥାଏ । ଗାଁରେ ଥିବା ଏକମାତ୍ର ସ୍କୁଲ 5 ବର୍ଷ ହେବ ବନ୍ଦ ପଡିଥିବାବେଳେ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ସୁଷମ ଖାଦ୍ୟରୁ ବଞ୍ଚିତ ଏଠାକାର ଶିଶୁ। ଯାତାୟତ ସୁବିଧା ନଥିବାରୁ ବାଉଁଶ ଭେଳାର ସହାୟତା ନିଅନ୍ତି ଲୋକେ। ପକ୍କାଘର ଏମାନଙ୍କ ପାଇଁ ସାତ ସପନ ।

ସେପଟେ ସେହି କୋର ଏରିଆ ମଧ୍ୟରେ ନୟାଗଡ଼ ଜିଲ୍ଲାର କୁତୁରୀ ଗାଁ ରେ କିନ୍ତୁ ସବୁ ପ୍ରକାର ସରକାରୀ ଯୋଜନା ପହଞ୍ଚି ପାରୁଛି । କିନ୍ତୁ ମାରଡା ଗାଁ କୁ କାହିଁକି ସରକାରୀ ଯୋଜନା ପହଞ୍ଚି ପାରୁନି ସେନେଇ ଉଠିଛି ପ୍ରଶ୍ନବାଚୀ । ଜିଲ୍ଲା ପ୍ରଶାସନ ଓ ସରକାର ଏମାନଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଲେ ଏଠାକାର ଆଦିମ ଅଧିବାସୀ ସମାଜର ମୁଖ୍ୟ ଧାରାରେ ସାମିଲ ହୋଇପାରନ୍ତେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.