ETV Bharat / state

ଇଟିଭି ଭାରତ ମହାପ୍ରଭାବ, ଦଶମତୀର ଦୁଃଖ ଶୁଣିଲା ପ୍ରଶାସନ

ଇଟିଭି ଭାରତରେ ଖବର ପ୍ରସାରଣର 2 ଦିନ ପରେ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ । ଅଣ୍ଟା ଭାଙ୍ଗିଯାଇଥିବା ନାବାଳିକା ଶ୍ରମିକ ଦଶମତୀର ଘରେ ଜିଲ୍ଲା ଶ୍ରମ ଅଧିକାରୀ ।

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ
author img

By

Published : Jul 9, 2019, 7:08 PM IST

ବୌଦ୍ଧ: ଇଟିଭି ଭାରତର ମହାପ୍ରଭାବ । ଖବର ପ୍ରସାରଣର 2 ଦିନ ପରେ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ । ଅଣ୍ଟା ଭାଙ୍ଗିଯାଇଥିବା ନାବାଳିକା ଶ୍ରମିକ ଦଶମତୀର ଅଣ୍ଟା ସଳଖିବାକୁ ଘରେ ପହଞ୍ଚିଛନ୍ତି ତଦନ୍ତକାରୀ ଟିମ । ଖବର ଅନୁଯାୟୀ, ଗତ ଏକ ମାସ ତଳେ ଦୁଇ ମହଲା କୋଠାରୁ ପଡି ଅଣ୍ଟାରେ ଆଘାତ ପାଇଥିବା ନାବାଳିକା ଶ୍ରମିକ ଦଶମତୀ ଘରେ ଆଜି ଜିଲ୍ଲା ଶ୍ରମ ବିଭାଗ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ଗତ 7 ତାରିଖ ସଂଧ୍ୟାରେ ଇଟିଭି ଭାରତରେ ନାବାଳିକା ଶ୍ରମିକ ଦଶମତୀର ଦୁର୍ଘଟଣା ସମ୍ପର୍କରେ ଖବର ପ୍ରସାରଣ ହୋଇଥିଲା । ଏହାକୁ ଦେଖିବା ପରେ ବୌଦ୍ଧ ଜିଲ୍ଲା ପ୍ରଶାସନଙ୍କ ସହ ଖୋଦ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଘଟଣାକୁ ଗୁରୁତର ସହ ନେଇଛନ୍ତି । ମଙ୍ଗଳବାର ସକାଳୁ ଜିଲ୍ଲାଶ୍ରମ ବିଭାଗ ପକ୍ଷରୁ ଶ୍ରମ ଅଧିକାରୀ ଓ ଇନ୍ସପେକ୍ଟର ପ୍ରମୁଖ ପିଡୀତାଙ୍କ ଘରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି ।

ତଦନ୍ତକାରୀ ଅଧିକାରୀ ମାନେ ପୀଡିତାଙ୍କ ଘରେ ପହଞ୍ଚି ଉକ୍ତ ପରିବାରର ସମସ୍ତ ବିବରଣୀ ସଂଗ୍ରହ କରିଛନ୍ତି । ଏପରିକି ସରକାରଙ୍କ ବିଭିନ୍ନ ଯୋଜନାରେ କିଭଳି ପରିବାରକୁ ସାମିଲ କରାଯାଇପାରିବ ସେନେଇ ଚେଷ୍ଟା କରାଯିବ ବୋଲି ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ରାଉରକେଲା-6 ଦଫା ଦାବି ନେଇ କୋଇଡା ବ୍ଲକ ଠାରେ ଆରୀରଦିଷ୍ଠ କାଳ ପର୍ଯ୍ୟନ୍ତ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କ ନେତୃତ୍ଵରେ ଆଜିଠାରୁ ଗଣଧାରଣା ଆରମ୍ଭ ହୋଇଛି।Body:
ତାଙ୍କ ଦାବିଗୁଡିକ ହେଲା- ଜାତୀୟ ରାଜପଥ 215/520 ନାରାୟଣୀପ ଠାରୁ ଡିଡିଏମ୍ ଅଫିସ୍ ପି ଡବ୍ଲ୍ଯୁ ଡି ବାଇପାସ ରୋଡ, କୋଇଡା ଛକ ଠାରୁ ଟେନସା ଏବଂ ଟେନସା ଠାରୁ କଲେଇପୋଶ ପର୍ଯ୍ୟନ୍ତ ରାଜ୍ୟ ରାଜପଥ 10ର ନିର୍ମାଣ କାର୍ଯ୍ୟ ତୁରନ୍ତ ନିର୍ମାଣ କରିବା ଏବଂ ରାସ୍ତା ଗୁଡିକ କ୍ଷୟକ୍ଷତି କରିବା ସହ ପୟ୍ଯାବରଣକୁ ଦୂଷିତ କରୁଥିବା ମଲ୍ଟିଏକ୍ସେଲ ଯାନ ଓ ଟ୍ରଲର ଯାନବାହନ ଗୁଡିକର ଚଳପ୍ରଚଳକୁ ନିଷିଦ୍ଧ, କୋଇଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଓ ପାରା ମେଡିକାଲ ସ୍ଟାପ ନିଯୁକ୍ତି ଦେଇ ସଠିକ ସ୍ବାସ୍ଥ୍ୟ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ଦାବି କରିବା ଥିଲେ।Conclusion:ସେ ସମଗ୍ର କୋଇଡା ବିପର୍ଯ୍ୟସ୍ତ ବିଦ୍ଯୁତ ସୁଧାର କରି ନିରବଚ୍ଛିନ୍ନ ବିଦ୍ଯୁତ ସେବା ଯୋଗାଇ ଦେବା ସହ ସମସ୍ତ ମୋବାଇଲ ଟାୱାର ସଚଳ କରିବା ଏବଂ କୋଇଡା ଠାରେ ବନ୍ଦ ପଡି ରହିଥିବା କୃଷି କାର୍ଯ୍ୟକୁ ନିୟମିତ ଖୋଲି କୃଷିକ ମାନଙ୍କୁ ସମସ୍ତ ସୁବିଧା , କୋଇଡା ଅଞ୍ଚଳରେ ବ୍ୟବସାୟୀକ କାରବାର ଏବଂ ଶ୍ରମିକ କର୍ମଚାରୀ ସର୍ବୋପରି ସମସ୍ତ ଜନ ସାଧାରଣଙ୍କୁ ଆର୍ଥିକ କାରବାର ସୁଚାରୁରୂପେ କରିବାପାଇଁ ବ୍ଯାଙ୍କ ଓ ଏଟିଏମ୍ ମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ନୋଟ ଯୋଗାଇ ଦେବା ଦାବିରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ତାଙ୍କ ସିଟୁ ତଥା ସିପିଆଇଏମ କର୍ମକର୍ତା କାର୍ୟ୍ଯକ୍ରମ ରେ ଭାଗ ନେଇଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.